୯ ପାସେଞ୍ଜର ଟ୍ରେନ ପାଇଁ ଏକ୍ସପ୍ରେସ୍‌ ଟିକେଟ୍‌

ଯାଜପୁର ଅଫିସ,୫।୪: ଇଷ୍ଟକୋଷ୍ଟ ରେଲୱେ ଅନ୍ତର୍ଗତ ୯ ପାସେଞ୍ଜର ଓ ମେମୁ ଟ୍ରେନ୍‌କୁ ସ୍ପେଶାଲ ଟ୍ରେନ ଭାବେ ଘୋଷଣା କରାଯାଇଛି। ଏହାସହ ଏହି ଟ୍ରେନ୍‌ଗୁଡ଼ିକ ନିମନ୍ତେ ଅଣସଂରକ୍ଷିତ ମେଲ୍‌ କିମ୍ବା ଏକ୍ସପ୍ରେସ୍‌ ଟିକେଟ୍‌ ବ୍ୟବସ୍ଥା କରାଯାଇଛି। ୩୧ା୩ା୨୦୨୧ରେ ରେଲୱେ ବୋର୍ଡର ନିଷ୍ପତ୍ତିକ୍ରମେ ଇଷ୍ଟକୋଷ୍ଟ ରେଲୱେର ଉପମୁଖ୍ୟ ପରିଚାଳନା ପ୍ରବନ୍ଧକ ଡି.ଆର. ପାଲ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଭୁବନେଶ୍ୱର-କେନ୍ଦୁଝର, ପୁରୀ-ଅନୁଗୋଳ, ଭୁବନେଶ୍ୱର-ଭଦ୍ରକ, ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦୀପ, କଟକ-ଭଦ୍ରକ(ସନ୍ଧ୍ୟା), ବିଶାଖାପାଟଣା-ଗୁଣୁପୁର ଓ ବିଶାଖାପାଟଣା-ରାୟପୁର (୫୮୫୨୮)କୁ ସାମିଲ କରାଯାଇଛି। କୋଭିଡ-୧୯ କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ହୋଇ ପଡ଼ିଥିବାବେଳେ କେନ୍ଦ୍ର ସରକାରଙ୍କ ଅଧୀନ ରେଲଓ୍ବେ ବୋର୍ଡ ସେବା ନାମରେ ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ୨୩ା୩ା୨୦୨୧ରେ ୧୬ଟି ପାସେଞ୍ଜର/ଏକ୍ସପ୍ରେସ ଟ୍ରେନ୍‌ ଏପ୍ରିଲରେ ଚଳାଚଳ କରିବାକୁ ନୋଟିସ ଜାରି କରିଥିଲେ। କରୋନା କଟକଣା ପରେ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଥିଲା। କିନ୍ତୁ ରେଲଓ୍ବେ ବୋର୍ଡର ଏକପାଖିଆ ନିଷ୍ପତ୍ତି କ୍ରମେ ସମସ୍ତ ମେମୁ/ପାସେଞ୍ଜର ଟ୍ରେନ ପାଇଁ ଉପରୋକ୍ତ ବ୍ୟବସ୍ଥା କରାଯାଇଛି। ଫଳରେ ସାଧାରଣ ଯାତ୍ରୀଙ୍କୁ ଅଣସଂରକ୍ଷିତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri