ରହସ୍ୟ ହୋଇଗଲା ଝରାଫୁଲଙ୍କ ମୃତ୍ୟୁ: ୨ ମାସ ବିତିଯାଇଛି, ହେଲେ…

ରସୁଲପୁର,୨୮ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଏହି ଘଟଣା ଉପରେ ରାଜ୍ୟବାସୀଙ୍କ ନଜର ଥିବାବେଳେ ରହସ୍ୟର ପର୍ଦ୍ଦାଫାଶ ହୋଇପାରୁନାହିଁ। ଫଳରେ ଲୋକେ ନାନା ସନ୍ଦେହ ପ୍ରକାଶ କରିବା ସହ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଉଛନ୍ତି।

ସୂଚନାଥାଉ କି, ଝରାଫୁଲଙ୍କ ମୃତଦେହ ଗତ ଜାନୁୟାରୀ ୨୭ରେ ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତା ପାର୍ଶ୍ୱରୁ ପୋଲିସ ଉଦ୍ଧାର କରିଥିଲା। ୨ଜଣ ଯୁବକ ସ୍କୁଟିରେ ଝରାଫୁଲଙ୍କ ମୃତଦେହ ଆଣି ପିଙ୍ଗିଥିଲେ। ମୃତଦେହ ମିଳିଥିବା ସ୍ଥାନ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ତାହା ଜଣାପଡ଼ିଥିଲା। ତଦନ୍ତ ପରେ ପୂର୍ବ ରାତିରେ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ସେଠାରୁ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଦିଆଲଖଣ୍ଡି ରାସ୍ତାପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ତାଙ୍କ ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି। ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ।

ଘଟଣା ସମ୍ପର୍କରେ ଝରାଫୁଲଙ୍କ ବାପା ରାମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଲିସକୁ କଥା ଦେଇଥିବା ଯୋଗୁ ତଦନ୍ତ ଅଧିକାରୀ ତଥା ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ସହ କରିଥିବା ଆଲୋଚନାକୁ ପ୍ରଘଟ କରିପାରିବେ ନାହିଁ। ମାତ୍ର ପୋଲିସ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି କଣ୍ଟ ପୂରିଗଲାଣି। ସେହି ମୁତାବକ ସେ ଗତ ୨୨ ତାରିଖରେ ତଦନ୍ତ ଅଧିକାରୀ ଏସ୍‌ଡିପିଓ ନାୟକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ରାକେଶଙ୍କ ସମ୍ପର୍କୀୟ ଭାଇ ଶକ୍ତି ଶେଖରଙ୍କୁ କେବେ ଗିରଫ କରିବେ ବୋଲି ପଚାରିଥିଲେ। ତଦନ୍ତ ଅଧିକାରୀ ରାକେଶଙ୍କ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଥିଲେ। ହେଲେ ପୋଲିସର କାର୍ଯ୍ୟକଳାପରୁ ତାହା ଜଣାପଡୁନାହିଁ। ପୋଲିସ କାହିଁକି ସହଯୋଗୀ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଆଣି ଥାନାରେ ବସାଉନାହିଁ, ତାଙ୍କୁ ଧରାଇବା ଦିଗରେ ପୋଲିସ ସହାୟତା ରାଶି ଘୋଷଣା କରୁନାହିଁ କାହିଁକି ବୋଲି ରମାକାନ୍ତ ପ୍ରଶ୍ନ କରିଛନ୍ତି। ଝରାଫୁଲଙ୍କ ମୃତ୍ୟୁ ରହସ୍ୟକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ସନ୍ଦେହ ଓ ନାନା ପ୍ରଶ୍ନକୁ ତୁରନ୍ତ ଦୂର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ମୃତଦେହ ପଡିଥିବା ସ୍ଥାନର ପ୍ରତ୍ୟକ୍ଷଦର୍ଶୀ ସଞ୍ଜୟ କୁମାର ଭୋଇ ମଧ୍ୟ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଘଟଣା ପଛର ସତ୍ୟ ଶୀଘ୍ର ଉନ୍ମୋଚନ ହେଉ ବୋଲି ସେ ଦାବି କରିଛନ୍ତି। ରାଜେନ୍ଦ୍ରପୁର ସରପଞ୍ଚ ସୁଶାନ୍ତ କୁମାର ବେହେରା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରା ନ ଯାଇଛି ଏବଂ ଝରାଫୁଲଙ୍କ ମୋବାଇଲ ଫୋନକୁ ଠାବ କରା ନ ଯାଇଛି, ସେ ପର୍ଯ୍ୟନ୍ତ ପୋଲିସ ଉପରକୁ ଅଙ୍ଗୁଳି ଉଠିବା ସ୍ବାଭାବିକ। ପୋଲିସ ତୁରନ୍ତ ଏ ନେଇ ସୂଚନା ଜନସାଧାରଣଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି ସରପଞ୍ଚ ବେହେରା କହିଛନ୍ତି।
ତଦନ୍ତ ଅଧିକାରୀ ଏସ୍‌ଡିପିଓ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ସରିଲାଣି। ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଧରିବୁ। ତାଙ୍କୁ ଧରିବା ପରେ ପଚରାଉଚୁରା କରିବା ସମୟରେ ଘଟଣାରେ ଆଉ କାହାର ସମ୍ପୃକ୍ତ ରହିଛି କି ନାହିଁ ଜଣାପଡ଼ିବ। ଏହାଛଡ଼ା ମୃତା ଛାତ୍ରୀଙ୍କ ମୋବାଇଲ୍‌ ଫୋନକୁ ମୁଖ୍ୟ ଅଭିଯୁକ୍ତ ନଷ୍ଟ କରିଦେଇଛି ବୋଲି ଅନୁମାନ କରାଯାଉଛି। ତେବେ ସହଯୋଗୀ ଧରାପଡ଼ିଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ନାୟକ କହିଛନ୍ତି। ତଦନ୍ତ ସରିଥିବାରୁ ଝରାଫୁଲଙ୍କ ମୃତ୍ୟୁ କିଭଳି ଘଟିଥିଲା ବୋଲି ପଚରାଯିବାରୁ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri