ରହସ୍ୟ ହୋଇଗଲା ଝରାଫୁଲଙ୍କ ମୃତ୍ୟୁ: ୨ ମାସ ବିତିଯାଇଛି, ହେଲେ…

ରସୁଲପୁର,୨୮ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଏହି ଘଟଣା ଉପରେ ରାଜ୍ୟବାସୀଙ୍କ ନଜର ଥିବାବେଳେ ରହସ୍ୟର ପର୍ଦ୍ଦାଫାଶ ହୋଇପାରୁନାହିଁ। ଫଳରେ ଲୋକେ ନାନା ସନ୍ଦେହ ପ୍ରକାଶ କରିବା ସହ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଉଛନ୍ତି।

ସୂଚନାଥାଉ କି, ଝରାଫୁଲଙ୍କ ମୃତଦେହ ଗତ ଜାନୁୟାରୀ ୨୭ରେ ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତା ପାର୍ଶ୍ୱରୁ ପୋଲିସ ଉଦ୍ଧାର କରିଥିଲା। ୨ଜଣ ଯୁବକ ସ୍କୁଟିରେ ଝରାଫୁଲଙ୍କ ମୃତଦେହ ଆଣି ପିଙ୍ଗିଥିଲେ। ମୃତଦେହ ମିଳିଥିବା ସ୍ଥାନ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ତାହା ଜଣାପଡ଼ିଥିଲା। ତଦନ୍ତ ପରେ ପୂର୍ବ ରାତିରେ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ସେଠାରୁ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଦିଆଲଖଣ୍ଡି ରାସ୍ତାପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ତାଙ୍କ ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି। ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ।

ଘଟଣା ସମ୍ପର୍କରେ ଝରାଫୁଲଙ୍କ ବାପା ରାମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଲିସକୁ କଥା ଦେଇଥିବା ଯୋଗୁ ତଦନ୍ତ ଅଧିକାରୀ ତଥା ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ସହ କରିଥିବା ଆଲୋଚନାକୁ ପ୍ରଘଟ କରିପାରିବେ ନାହିଁ। ମାତ୍ର ପୋଲିସ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି କଣ୍ଟ ପୂରିଗଲାଣି। ସେହି ମୁତାବକ ସେ ଗତ ୨୨ ତାରିଖରେ ତଦନ୍ତ ଅଧିକାରୀ ଏସ୍‌ଡିପିଓ ନାୟକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ରାକେଶଙ୍କ ସମ୍ପର୍କୀୟ ଭାଇ ଶକ୍ତି ଶେଖରଙ୍କୁ କେବେ ଗିରଫ କରିବେ ବୋଲି ପଚାରିଥିଲେ। ତଦନ୍ତ ଅଧିକାରୀ ରାକେଶଙ୍କ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଥିଲେ। ହେଲେ ପୋଲିସର କାର୍ଯ୍ୟକଳାପରୁ ତାହା ଜଣାପଡୁନାହିଁ। ପୋଲିସ କାହିଁକି ସହଯୋଗୀ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଆଣି ଥାନାରେ ବସାଉନାହିଁ, ତାଙ୍କୁ ଧରାଇବା ଦିଗରେ ପୋଲିସ ସହାୟତା ରାଶି ଘୋଷଣା କରୁନାହିଁ କାହିଁକି ବୋଲି ରମାକାନ୍ତ ପ୍ରଶ୍ନ କରିଛନ୍ତି। ଝରାଫୁଲଙ୍କ ମୃତ୍ୟୁ ରହସ୍ୟକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ସନ୍ଦେହ ଓ ନାନା ପ୍ରଶ୍ନକୁ ତୁରନ୍ତ ଦୂର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ମୃତଦେହ ପଡିଥିବା ସ୍ଥାନର ପ୍ରତ୍ୟକ୍ଷଦର୍ଶୀ ସଞ୍ଜୟ କୁମାର ଭୋଇ ମଧ୍ୟ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଘଟଣା ପଛର ସତ୍ୟ ଶୀଘ୍ର ଉନ୍ମୋଚନ ହେଉ ବୋଲି ସେ ଦାବି କରିଛନ୍ତି। ରାଜେନ୍ଦ୍ରପୁର ସରପଞ୍ଚ ସୁଶାନ୍ତ କୁମାର ବେହେରା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରା ନ ଯାଇଛି ଏବଂ ଝରାଫୁଲଙ୍କ ମୋବାଇଲ ଫୋନକୁ ଠାବ କରା ନ ଯାଇଛି, ସେ ପର୍ଯ୍ୟନ୍ତ ପୋଲିସ ଉପରକୁ ଅଙ୍ଗୁଳି ଉଠିବା ସ୍ବାଭାବିକ। ପୋଲିସ ତୁରନ୍ତ ଏ ନେଇ ସୂଚନା ଜନସାଧାରଣଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି ସରପଞ୍ଚ ବେହେରା କହିଛନ୍ତି।
ତଦନ୍ତ ଅଧିକାରୀ ଏସ୍‌ଡିପିଓ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ସରିଲାଣି। ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଧରିବୁ। ତାଙ୍କୁ ଧରିବା ପରେ ପଚରାଉଚୁରା କରିବା ସମୟରେ ଘଟଣାରେ ଆଉ କାହାର ସମ୍ପୃକ୍ତ ରହିଛି କି ନାହିଁ ଜଣାପଡ଼ିବ। ଏହାଛଡ଼ା ମୃତା ଛାତ୍ରୀଙ୍କ ମୋବାଇଲ୍‌ ଫୋନକୁ ମୁଖ୍ୟ ଅଭିଯୁକ୍ତ ନଷ୍ଟ କରିଦେଇଛି ବୋଲି ଅନୁମାନ କରାଯାଉଛି। ତେବେ ସହଯୋଗୀ ଧରାପଡ଼ିଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ନାୟକ କହିଛନ୍ତି। ତଦନ୍ତ ସରିଥିବାରୁ ଝରାଫୁଲଙ୍କ ମୃତ୍ୟୁ କିଭଳି ଘଟିଥିଲା ବୋଲି ପଚରାଯିବାରୁ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri