ଥାନା ଭିତରେ ପୋଲିସର ନାଗିନ ଡ୍ୟାନ୍ସ

ଯାଜପୁର ଅଫିସ,୭ା୪: ଯାଜପୁର ଜିଲା ପାଣିକୋଇଲି ଥାନା ଭିତରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ୟୁନିଫର୍ମ(ଖାକି)କୁ ନେଇ ଗର୍ବ ଅନୁଭବ କରୁଥିବା ପୋଲିସ ଅଧିକାରୀମାନେ ସେଥିରେ ଅବିର ଢାଳିହୋଇ ନୃତ୍ୟ କରିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ଏହି ଭାଇରାଲ ଭିଡିଓରେ ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ଖାକି ପୋଷାକରେ ଅବିର ଲଗାଇ ସଙ୍ଗୀତର ତାଳେ ତାଳେ ଠୁମକା ଲଗାଇ ନୃତ୍ୟ କରୁଛନ୍ତି । ଉଭୟ ମହିଳା ଓ ପୁରୁଷ ପୋଲିସ ଅଧିକାରୀ ଏହି ନୃତ୍ୟରେ ସାମିଲ ହୋଇଛନ୍ତି। ଏପରି କି ମହିଳା ପୋଲିସ କର୍ମଚାରୀଙ୍କ ଅଣ୍ଟା ଧରି ପୁରୁଷ ପୋଲିସ ଅଧିକାରୀ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି, ଯାହାକି ଖାକିରେ ଅବିର ନୁହେଁ କଳାଦାଗ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ମାନବାଧିକାର ସୁରକ୍ଷାକର୍ମୀ ଭଜମନ ବିଶ୍ୱାଳ ଏହି ଭାଇରାଲ ଭିଡିଓକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ୍‌ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ଘଟଣାରେ ଥାନା ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ନିଲମ୍ବନ କରାଯାଇଛି ବୋଲି ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ…

ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri