ଥାନା ଭିତରେ ପୋଲିସର ନାଗିନ ଡ୍ୟାନ୍ସ

ଯାଜପୁର ଅଫିସ,୭ା୪: ଯାଜପୁର ଜିଲା ପାଣିକୋଇଲି ଥାନା ଭିତରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ୟୁନିଫର୍ମ(ଖାକି)କୁ ନେଇ ଗର୍ବ ଅନୁଭବ କରୁଥିବା ପୋଲିସ ଅଧିକାରୀମାନେ ସେଥିରେ ଅବିର ଢାଳିହୋଇ ନୃତ୍ୟ କରିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ଏହି ଭାଇରାଲ ଭିଡିଓରେ ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ଖାକି ପୋଷାକରେ ଅବିର ଲଗାଇ ସଙ୍ଗୀତର ତାଳେ ତାଳେ ଠୁମକା ଲଗାଇ ନୃତ୍ୟ କରୁଛନ୍ତି । ଉଭୟ ମହିଳା ଓ ପୁରୁଷ ପୋଲିସ ଅଧିକାରୀ ଏହି ନୃତ୍ୟରେ ସାମିଲ ହୋଇଛନ୍ତି। ଏପରି କି ମହିଳା ପୋଲିସ କର୍ମଚାରୀଙ୍କ ଅଣ୍ଟା ଧରି ପୁରୁଷ ପୋଲିସ ଅଧିକାରୀ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି, ଯାହାକି ଖାକିରେ ଅବିର ନୁହେଁ କଳାଦାଗ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ମାନବାଧିକାର ସୁରକ୍ଷାକର୍ମୀ ଭଜମନ ବିଶ୍ୱାଳ ଏହି ଭାଇରାଲ ଭିଡିଓକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ୍‌ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ଘଟଣାରେ ଥାନା ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ନିଲମ୍ବନ କରାଯାଇଛି ବୋଲି ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୨ ଛାତ୍ରୀ ପାଇଲେ ସ୍ବର୍ଣ୍ଣପଦକ

ଗଞ୍ଜାମ/ଆସିକା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲାର ୨ଜଣ ଛାତ୍ରୀ ଅର୍ଥନୀତି ସ୍ନାତକୋତ୍ତର ଓ କଳା ସ୍ନାତକ ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେମାନେ ହେଲେ ଅର୍ଥନୀତିରେ ଶୁଭଦର୍ଶିନୀ ସ୍ବାଇଁ...

ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ...

ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ

ଚୌଦ୍ୱାର,୨୨ା୭(ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩...

ଦାଦା ବଟିକୁ ନେଇ ମଦ ଦୋକାନ ପରିଚାଳକଙ୍କୁ ହତ୍ୟା ମାମଲା ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତ୍‌ସିଂହପୁର ଅଫିସ, ୧୧ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନରେ ପରିଚାଳକଭାବେ କାର୍ଯ୍ୟ କରୁଥିବା କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ନାରାୟଣ...

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ...

ଖରସ୍ରୋତା ନଦୀରୁ ବିରଳ କୁମ୍ଭୀର ଉଦ୍ଧାର

ଯାଜପୁର ଟାଉନ, ୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲାରେ ପ୍ରବାହିିତ ଖରସ୍ରୋତା ନଦୀରୁ ଶନିବାର ଏକ ବିରଳ କୁମ୍ଭୀର ଉଦ୍ଧାର ହୋଇଛି । ସ୍ଥାନୀୟ ମାଛଧରାଳି ଶୁକ୍ରବାର ରାତିରେ...

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି...

ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ

ପୁରୀ ଅଫିସ,୨୭ା୫: ଆସନ୍ତା ୫ରେ ଦେବସ୍ନାନ ପୂର୍ଣ୍ଣିମା। ରତ୍ନସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ମଣ୍ଡପ ଉପରେ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ...

Advertisement
Archives

Model This Week