୧୧ ବର୍ଷରେ ୮୪୩ ହାତୀ ମୃତ

ଯାଜପୁର ଅଫିସ,୩୧ା୩: ରାଜ୍ୟରେ ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୧୧ ବର୍ଷ ମଧ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ବିଶାଳକାୟ ପ୍ରାଣୀଙ୍କ ମୃତ୍ୟୁକୁ ରୋକିବା ପାଇଁ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଗତ ୧୦ ବର୍ଷରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟରେ ୧୧୫୯୧.୨୨୪୨୯ ଲକ୍ଷ ଓ କାମ୍ପା ଯୋଜନାରେ ୧୦୭୦.୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟରେ ୩୧୪.୬୫୦୭୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଧାୟକ ମୋହନଚରଣ ମାଝିଙ୍କ ଚଳିତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ହେଲେ ଯୋଜନା ଅନୁଯାୟୀ ଆବଣ୍ଟିତ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ହାତୀ ମୃତ୍ୟୁ ଓ ଉପଦ୍ରବ ସଂଖ୍ୟା କମିବାର ନାଁ ଧରୁନାହିଁ ବୋଲି ମତପ୍ରକାଶ ପାଇଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ତଥ୍ୟ ଅନୁସାରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବଳ୍ପମିଆଦୀ ଯୋଜନାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାର ନିରୋଧକ, ହସ୍ତୀ ସୁରକ୍ଷା ଦଳ ଗଠନ କରାଯାଇ ୧୨୨ ଜଣ ଗଜବନ୍ଧୁଙ୍କୁ ନିୟୋଜିତ କରାଯାଇଛି। ଏହାସହ ସମସ୍ତ ବନଖଣ୍ଡ ଓ ବିଭାଗୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାମ କରୁଛି। ବିପଦ ଆଶଙ୍କା ଥିବା ହାତୀଙ୍କ ବେକରେ ରେଡିଓକୋଲାର ଲଗାଯାଇ ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଉଛି। ଜନବସତି ଅଞ୍ଚଳକୁ ବନ୍ୟଜନ୍ତୁ ପ୍ରବେଶ ନିରୋଧ ନିମନ୍ତେ ୧୦୪୭.୮୮ କିଲୋମିଟର ସୌରବାଡ଼ ଏବଂ ୧୨୫୦.୩୬ କିଲୋମିଟର ଖାଇ(ଟ୍ରେଞ୍ଚ) ହୋଇଛି। ଦୀର୍ଘମିଆଦୀ ଯୋଜନାରେ ଗତ ୬ ବର୍ଷରେ ୮୯୫ ଜଳାଶୟ ଖନନ ହୋଇଛି। ୨୦୨୦-୨୧ ବର୍ଷରେ ୨୨୩ ଜଳାଶୟ ଖନନ ଯୋଜନା ରହିଛି। ଏହାର ଚାରିପାର୍ଶ୍ୱରେ ୪୦୫୦ ଫଳ ଉପଯୋଗୀ ଚାରାରୋପଣ ବ୍ୟବସ୍ଥା ଅଛି। ଏହାସହ ୬୦୭ ହେକ୍ଟର ପରିମିତ ଜଙ୍ଗଲ ଜମିରେ ବନ୍ୟଜନ୍ତୁ ଖାଦ୍ୟ ଉପଯୋଗୀ ଚାରାରୋପଣ ଓ ୩୭୯୫ ହେକ୍ଟର ଜଙ୍ଗଲ ଜମିରେ ତୃଣଭୋଜି ପ୍ରାଣୀଙ୍କ ପାଇଁ ଘାସପଡ଼ିଆ ସୃଷ୍ଟି କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ୧୨୫ ହେକ୍ଟର ଚଲାପଥର ପୁନରୁଦ୍ଧାର କାର୍ଯ୍ୟ ହୋଇଛି। ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲା ଅଞ୍ଚଳରେ ୪୨୧ କିମି ଲମ୍ବ ଓ ୮୭୦.୬ ବର୍ଗକିମି ଚଲାପଥ ଚିହ୍ନଟ କରାଯାଇଛି। ହାତୀ ଚଲାପଥରେ ଜଳାଶୟ ଖନନ, ଜଳଉତ୍ସର ପୁନରୁଦ୍ଧାର, ବିଦ୍ୟୁତ୍‌ ତାରର ରକ୍ଷଣାବେକ୍ଷଣ, ହାତୀଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ, ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେଞ୍ଚ ଖୋଲିବା ଓ ଗ୍ରାମରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ବିଭାଗୀୟ ଆନ୍ତରିକତା ଅଭାବରୁ ହାତୀଙ୍କ ଜୀବନ ସବୁବେଳେ ବିପଦ।
ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁର ନାମରେ ୮୫୦୮.୯୫ ବର୍ଗକିମି ପରିସୀମାକୁ ନେଇ ହାତୀ ସଂରକ୍ଷିତ ଅଞ୍ଚଳ ହୋଇଛି। କରିଡର ପୁନରୁଦ୍ଧାର ନାମରେ ୧୦୮ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ୯,୧୭,୦୦୦ ବୃକ୍ଷରୋପଣ ହୋଇଥିବା ତଥ୍ୟରେ ଦର୍ଶାଯାଇଛି। ଏହିସବୁ କାର୍ଯ୍ୟରେ ଉପରୋକ୍ତ ଭାବେ ଅର୍ଥ ବିନିଯୋଗ ହୋଇଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଥିପାଇଁ ବର୍ଷକୁ ବର୍ଷ ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧିର କାରଣ ବୋଲି କୁହାଯାଉଛି। ୨୦୧୦-୧୧ରେ ୮୩, ୨୦୧୧-୧୨ରେ ୬୮, ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨ ଓ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୭୨ ହାତୀର ମୃତ୍ୟୁ ହୋଇଛି। ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁ ଚାଷୀଙ୍କ ଧାନ କ୍ଷେତ ଓ ବାଡି ବଗିଚା ଉଜୁଡିବାରେ ଲାଗିଛି। କେତେକାଂଶରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି।
ରାଜ୍ୟରେ ହାତୀମାନଙ୍କ ଚଳପ୍ରଚଳ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନର ଅଭାବକୁ ଦୂର କରିବା ନିମନ୍ତେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କିମି ରୁ ୨୧୮୧.୫୨୧ବର୍ଗ କିମିକୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ୪୨୬.୯୧ ରୁ ୧୭୯୭.୦୪୮ ବର୍ଗ କିମିକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?