୧୧ ବର୍ଷରେ ୮୪୩ ହାତୀ ମୃତ

ଯାଜପୁର ଅଫିସ,୩୧ା୩: ରାଜ୍ୟରେ ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୧୧ ବର୍ଷ ମଧ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ବିଶାଳକାୟ ପ୍ରାଣୀଙ୍କ ମୃତ୍ୟୁକୁ ରୋକିବା ପାଇଁ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଗତ ୧୦ ବର୍ଷରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟରେ ୧୧୫୯୧.୨୨୪୨୯ ଲକ୍ଷ ଓ କାମ୍ପା ଯୋଜନାରେ ୧୦୭୦.୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟରେ ୩୧୪.୬୫୦୭୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଧାୟକ ମୋହନଚରଣ ମାଝିଙ୍କ ଚଳିତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ହେଲେ ଯୋଜନା ଅନୁଯାୟୀ ଆବଣ୍ଟିତ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ହାତୀ ମୃତ୍ୟୁ ଓ ଉପଦ୍ରବ ସଂଖ୍ୟା କମିବାର ନାଁ ଧରୁନାହିଁ ବୋଲି ମତପ୍ରକାଶ ପାଇଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ତଥ୍ୟ ଅନୁସାରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବଳ୍ପମିଆଦୀ ଯୋଜନାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାର ନିରୋଧକ, ହସ୍ତୀ ସୁରକ୍ଷା ଦଳ ଗଠନ କରାଯାଇ ୧୨୨ ଜଣ ଗଜବନ୍ଧୁଙ୍କୁ ନିୟୋଜିତ କରାଯାଇଛି। ଏହାସହ ସମସ୍ତ ବନଖଣ୍ଡ ଓ ବିଭାଗୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାମ କରୁଛି। ବିପଦ ଆଶଙ୍କା ଥିବା ହାତୀଙ୍କ ବେକରେ ରେଡିଓକୋଲାର ଲଗାଯାଇ ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଉଛି। ଜନବସତି ଅଞ୍ଚଳକୁ ବନ୍ୟଜନ୍ତୁ ପ୍ରବେଶ ନିରୋଧ ନିମନ୍ତେ ୧୦୪୭.୮୮ କିଲୋମିଟର ସୌରବାଡ଼ ଏବଂ ୧୨୫୦.୩୬ କିଲୋମିଟର ଖାଇ(ଟ୍ରେଞ୍ଚ) ହୋଇଛି। ଦୀର୍ଘମିଆଦୀ ଯୋଜନାରେ ଗତ ୬ ବର୍ଷରେ ୮୯୫ ଜଳାଶୟ ଖନନ ହୋଇଛି। ୨୦୨୦-୨୧ ବର୍ଷରେ ୨୨୩ ଜଳାଶୟ ଖନନ ଯୋଜନା ରହିଛି। ଏହାର ଚାରିପାର୍ଶ୍ୱରେ ୪୦୫୦ ଫଳ ଉପଯୋଗୀ ଚାରାରୋପଣ ବ୍ୟବସ୍ଥା ଅଛି। ଏହାସହ ୬୦୭ ହେକ୍ଟର ପରିମିତ ଜଙ୍ଗଲ ଜମିରେ ବନ୍ୟଜନ୍ତୁ ଖାଦ୍ୟ ଉପଯୋଗୀ ଚାରାରୋପଣ ଓ ୩୭୯୫ ହେକ୍ଟର ଜଙ୍ଗଲ ଜମିରେ ତୃଣଭୋଜି ପ୍ରାଣୀଙ୍କ ପାଇଁ ଘାସପଡ଼ିଆ ସୃଷ୍ଟି କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ୧୨୫ ହେକ୍ଟର ଚଲାପଥର ପୁନରୁଦ୍ଧାର କାର୍ଯ୍ୟ ହୋଇଛି। ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲା ଅଞ୍ଚଳରେ ୪୨୧ କିମି ଲମ୍ବ ଓ ୮୭୦.୬ ବର୍ଗକିମି ଚଲାପଥ ଚିହ୍ନଟ କରାଯାଇଛି। ହାତୀ ଚଲାପଥରେ ଜଳାଶୟ ଖନନ, ଜଳଉତ୍ସର ପୁନରୁଦ୍ଧାର, ବିଦ୍ୟୁତ୍‌ ତାରର ରକ୍ଷଣାବେକ୍ଷଣ, ହାତୀଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ, ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେଞ୍ଚ ଖୋଲିବା ଓ ଗ୍ରାମରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ବିଭାଗୀୟ ଆନ୍ତରିକତା ଅଭାବରୁ ହାତୀଙ୍କ ଜୀବନ ସବୁବେଳେ ବିପଦ।
ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁର ନାମରେ ୮୫୦୮.୯୫ ବର୍ଗକିମି ପରିସୀମାକୁ ନେଇ ହାତୀ ସଂରକ୍ଷିତ ଅଞ୍ଚଳ ହୋଇଛି। କରିଡର ପୁନରୁଦ୍ଧାର ନାମରେ ୧୦୮ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ୯,୧୭,୦୦୦ ବୃକ୍ଷରୋପଣ ହୋଇଥିବା ତଥ୍ୟରେ ଦର୍ଶାଯାଇଛି। ଏହିସବୁ କାର୍ଯ୍ୟରେ ଉପରୋକ୍ତ ଭାବେ ଅର୍ଥ ବିନିଯୋଗ ହୋଇଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଥିପାଇଁ ବର୍ଷକୁ ବର୍ଷ ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧିର କାରଣ ବୋଲି କୁହାଯାଉଛି। ୨୦୧୦-୧୧ରେ ୮୩, ୨୦୧୧-୧୨ରେ ୬୮, ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨ ଓ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୭୨ ହାତୀର ମୃତ୍ୟୁ ହୋଇଛି। ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁ ଚାଷୀଙ୍କ ଧାନ କ୍ଷେତ ଓ ବାଡି ବଗିଚା ଉଜୁଡିବାରେ ଲାଗିଛି। କେତେକାଂଶରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି।
ରାଜ୍ୟରେ ହାତୀମାନଙ୍କ ଚଳପ୍ରଚଳ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନର ଅଭାବକୁ ଦୂର କରିବା ନିମନ୍ତେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କିମି ରୁ ୨୧୮୧.୫୨୧ବର୍ଗ କିମିକୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ୪୨୬.୯୧ ରୁ ୧୭୯୭.୦୪୮ ବର୍ଗ କିମିକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା

କଳିଙ୍ଗନଗର,୪-୯(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଦାନଗଦୀ ଭବନଠାରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦାନଗଦୀ ବ୍ଲକ ବିଜେଡି...

ପରଜଙ୍ଗରେ ଥମୁନି ହାତୀ ଆତଙ୍କ; ଯୁବକଙ୍କୁ ଦାନ୍ତରେ ଭୁସିଦେଲା ଦନ୍ତା

ପରଜଙ୍ଗ, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ଜନବସତିରେ ହାତୀପଲର ଉପଦ୍ରବ ଏବଂ ଆକ୍ରମଣରେ ବ୍ୟାପକ ଧନଜୀବନ ହାନି ହେଉଛି। ରବିବାର...

ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର...

ଆଜି ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୧୨: ସବୁ ଉତ୍କଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଦର୍ଶନ ପାଇଁ ପ୍ରଶାସନ...

ଭୁଶୁଡ଼ିବାରେ ଲାଗିଛି ଆୟୁର୍ବେଦ ଚିକିତ୍ସା ଭିତ୍ତିଭୂମି

ସୁନାବେଡ଼ା/ସେମିଳିଗୁଡ଼ା, ନନ୍ଦପୁର, ୨୨।୩(ସ୍ବ.ପ୍ର./ଡି.ଏନ୍‌.ଏ.): ଦିନ ଥିଲା ଆୟୁର୍ବେଦ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ମିଳୁଥିଲା। ଏବେ ଏଲୋପାଥି ଯୁଗରେ ଆୟୁର୍ବେଦ ଚିକିତ୍ସା ନିଜର ସ୍ଥିତି ହରାଇବାକୁ ବସିଲାଣି।...

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ...

ସାମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଲା ଟ୍ରକ

ବଲାଙ୍ଗିର ଅଫିସ୍‌, ୧୭।୯: ବଲାଙ୍ଗିର ଜିଲାର ଦେଓଗାଁ ନିକଟ ସାଗରପାଲି ଠାରେ ଏକ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳୁ ୨୬ ନମ୍ବର ଜାତୀୟ ରାଜପଥରେ ଏକ...

ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ

କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା...

Advertisement
Archives

Model This Week