ସଫଳତା ମିଳିଛି, ସ୍ଥାୟିତ୍ୱ ନାହିଁ

ଯାଜପୁର ଅଫିସ,୧ା୪:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ସର୍ବଭାରତୀୟସ୍ତରରେ ଓଡ଼ିଶା ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରିଆସିଛି। ୨୦୧୭-୧୮ରେ ୭୧୪୦.୭୭ କି.ମି.,୨୦୧୮-୧୯ରେ ୮୧୨୯.୮୮ କି.ମି. ଓ ୨୦୧୯-୨୦ରେ ୫୨୯୮.୪୩ କି.ମି.ରାସ୍ତା ନିର୍ମାଣ କରି ଓଡ଼ିଶା ଏହି ସଫଳତା ପାଇଛି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ତଥ୍ୟରୁ ଏହି ସୂଚନା ମିଳିଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ଯୋଜନାରେ ନିର୍ମାଣ କରାଯାଇଥିବା ଏକାଧିକ ସଡ଼କ ନିର୍ଦ୍ଧାରିତ ସମୟ ପୂର୍ବରୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସଫଳତା ମିଳିଛି ହେଲେ ନିର୍ମାଣ ସଡ଼କର ସ୍ଥାୟିତ୍ୱ ବଢ଼ୁନାହିଁ। ଠିକାଦାରି ରାଜନୀତି ଏଥିପାଇଁ ଦାୟୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ପିଏମ୍‌ଜିଏସ୍‌ୱାଇ-୧ ନିୟମାନୁସାରେ ୨୦୦୧ ଜନଗଣନାକୁ ଭିତ୍ତିକରି ସାଧାରଣ ଅଞ୍ଚଳରେ ୫୦୦ରୁ ଊର୍ଦ୍ଧ୍ୱ, ଇଣ୍ଟିଗ୍ରେଟ୍‌ଡ୍‌ ଆକ୍ସନ ପ୍ଲାନ୍‌(ଆଇଏପି) ଅଞ୍ଚଳରେ ୨୫୦ରୁ ଊର୍ଦ୍ଧ୍ୱ ଏବଂ ଲେଫ୍ଟ ଓ୍ବିଙ୍ଗ୍‌ ଏକ୍ସଷ୍ଟ୍ରେମିଷ୍ଟ(ଏଲଡବ୍ଲ୍ୟୁଇ) ବ୍ଲକ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡିକୁ ଯୋଗ୍ୟ ଗ୍ରାମ ବୋଲି ଧରାଯାଇଛି। ତଦନୁସାରେ ପ୍ରସ୍ତୁତ ଡିଷ୍ଟ୍ରିକ୍ଟ ରୁରାଲ ରୋଡ ପ୍ଲାନ୍‌(ଡିଆର୍‌ଆର୍‌ପି) ଅନୁସାରେ ରାଜ୍ୟରେ ୧୭,୦୨୩ ଗ୍ରାମ ପାଇଁ କେନ୍ଦ୍ର ସରକାର ଅର୍ଥ ଅନୁମୋଦନ କରିଥିଲେ। ସେହି ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ପିଏମ୍‌ଜିଏସୱାଇ-୧ରେ ୧୨,୫୫୩ (୪୫୯୮୮.୪୬ କିମି) ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିଲେ। ସେଥିରୁ ୧୨,୨୦୪ ରାସ୍ତା(୪୩୬୨୩.୨୨କି.ମି.) ନିର୍ମାଣ କରାଯାଇ ୧୬୬୮୧ ଗ୍ରାମକୁ ସଂଯୋଗ କରାଯାଇଛି। ବାକି ୩୪୨ ଗ୍ରାମକୁ ମାର୍ଚ୍ଚ ଶେଷ ସୁଦ୍ଧା ସଂଯୋଗ କରିବାର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ପିଏମ୍‌ଜିଏସ୍‌ୱାଇର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଅନୁମୋଦିତ ପିଏମଜିଏସ୍‌ୱାଇ-୨/୩ରେ କୌଣସି ଅସଂଯୋଜିତ ଗ୍ରାମକୁ ସଂଯୋଗ କରିବାର ବ୍ୟବସ୍ଥା ନାହିଁ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗରୁ ସୂଚନା ମିଳିଛି।
ରାଜ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି ଯୋଜନାରେ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଉଛି ସତ, ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ପାଣିକୋଇଲି-କେଉଁଝର ଜାତୀୟ ରାଜପଥ-୨୦ର ରଗଡିଠାରୁ କିଆପଦା ୫.୫ କି.ମି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇପାରେ। ଏଥିପାଇଁ ୬୪ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଛି। ହେଲେ କାମ ଆରମ୍ଭରୁ ସଡ଼କଟି ସମ୍ପୂର୍ଣ୍ଣ ନିମ୍ନମାନର ହେଉଛି ବୋଲି କୋରାବନ୍ଦୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ନିର୍ମାଣ ସମୟରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଫଳରେ ଠିକାଦାର ଏହାର ଫାଇଦା ଉଠାଇ ମନମୁଖୀ କାମ ଚଳାଇଛନ୍ତି। ନିୟମ ଅନୁଯାୟୀ ରାସ୍ତାରୁ ଧୂଳି ସଫା କରାଯାଉ ନ ଥିବାବେଳେ ଭାଙ୍ଗି ଯାଇଥିବା ସ୍ଥାନରେ ଶୁଖିଲା ମେଟାଲ ଦେଇ ବିନା ପିଚୁରେ କାମ କରାଯାଉଛି। ପ୍ରାଇମର ଦିଆଯାଉନାହିଁ। ଚିପ୍ସ ୨ ଇଞ୍ଚ, ବଜୁରି ୧ ଇଞ୍ଚ ପକାଇ ମୋଟ ୩ ଇଞ୍ଚ ମେଟାଇର ସଡ଼କ ନିର୍ମାଣ ପାଇଁ ନିୟମ ରହିଛି। ହେଲେ ଠିକାଦାର ୧ରୁ ଦେଢ଼ ଇଞ୍ଚ ଚିପ୍ସ, ବଜୁରି ପକାଇ କାମ କରୁଥିବା ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଏନ୍‌ଏଚ୍‌-୨୦ ଲକ୍ଷ୍ମୀନଗରଠାରୁ ଗୋହିରାଗଡ଼ିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ମରାମତି ରାତିଅଧିଆ ଚାଲିଛି। ଏହା ବି ନିମ୍ନମାନର କାମ ହେଉଛି ବୋଲି ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?