ସଫଳତା ମିଳିଛି, ସ୍ଥାୟିତ୍ୱ ନାହିଁ

ଯାଜପୁର ଅଫିସ,୧ା୪:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ସର୍ବଭାରତୀୟସ୍ତରରେ ଓଡ଼ିଶା ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରିଆସିଛି। ୨୦୧୭-୧୮ରେ ୭୧୪୦.୭୭ କି.ମି.,୨୦୧୮-୧୯ରେ ୮୧୨୯.୮୮ କି.ମି. ଓ ୨୦୧୯-୨୦ରେ ୫୨୯୮.୪୩ କି.ମି.ରାସ୍ତା ନିର୍ମାଣ କରି ଓଡ଼ିଶା ଏହି ସଫଳତା ପାଇଛି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ତଥ୍ୟରୁ ଏହି ସୂଚନା ମିଳିଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ଯୋଜନାରେ ନିର୍ମାଣ କରାଯାଇଥିବା ଏକାଧିକ ସଡ଼କ ନିର୍ଦ୍ଧାରିତ ସମୟ ପୂର୍ବରୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସଫଳତା ମିଳିଛି ହେଲେ ନିର୍ମାଣ ସଡ଼କର ସ୍ଥାୟିତ୍ୱ ବଢ଼ୁନାହିଁ। ଠିକାଦାରି ରାଜନୀତି ଏଥିପାଇଁ ଦାୟୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ପିଏମ୍‌ଜିଏସ୍‌ୱାଇ-୧ ନିୟମାନୁସାରେ ୨୦୦୧ ଜନଗଣନାକୁ ଭିତ୍ତିକରି ସାଧାରଣ ଅଞ୍ଚଳରେ ୫୦୦ରୁ ଊର୍ଦ୍ଧ୍ୱ, ଇଣ୍ଟିଗ୍ରେଟ୍‌ଡ୍‌ ଆକ୍ସନ ପ୍ଲାନ୍‌(ଆଇଏପି) ଅଞ୍ଚଳରେ ୨୫୦ରୁ ଊର୍ଦ୍ଧ୍ୱ ଏବଂ ଲେଫ୍ଟ ଓ୍ବିଙ୍ଗ୍‌ ଏକ୍ସଷ୍ଟ୍ରେମିଷ୍ଟ(ଏଲଡବ୍ଲ୍ୟୁଇ) ବ୍ଲକ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡିକୁ ଯୋଗ୍ୟ ଗ୍ରାମ ବୋଲି ଧରାଯାଇଛି। ତଦନୁସାରେ ପ୍ରସ୍ତୁତ ଡିଷ୍ଟ୍ରିକ୍ଟ ରୁରାଲ ରୋଡ ପ୍ଲାନ୍‌(ଡିଆର୍‌ଆର୍‌ପି) ଅନୁସାରେ ରାଜ୍ୟରେ ୧୭,୦୨୩ ଗ୍ରାମ ପାଇଁ କେନ୍ଦ୍ର ସରକାର ଅର୍ଥ ଅନୁମୋଦନ କରିଥିଲେ। ସେହି ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ପିଏମ୍‌ଜିଏସୱାଇ-୧ରେ ୧୨,୫୫୩ (୪୫୯୮୮.୪୬ କିମି) ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିଲେ। ସେଥିରୁ ୧୨,୨୦୪ ରାସ୍ତା(୪୩୬୨୩.୨୨କି.ମି.) ନିର୍ମାଣ କରାଯାଇ ୧୬୬୮୧ ଗ୍ରାମକୁ ସଂଯୋଗ କରାଯାଇଛି। ବାକି ୩୪୨ ଗ୍ରାମକୁ ମାର୍ଚ୍ଚ ଶେଷ ସୁଦ୍ଧା ସଂଯୋଗ କରିବାର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ପିଏମ୍‌ଜିଏସ୍‌ୱାଇର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଅନୁମୋଦିତ ପିଏମଜିଏସ୍‌ୱାଇ-୨/୩ରେ କୌଣସି ଅସଂଯୋଜିତ ଗ୍ରାମକୁ ସଂଯୋଗ କରିବାର ବ୍ୟବସ୍ଥା ନାହିଁ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗରୁ ସୂଚନା ମିଳିଛି।
ରାଜ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି ଯୋଜନାରେ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଉଛି ସତ, ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ପାଣିକୋଇଲି-କେଉଁଝର ଜାତୀୟ ରାଜପଥ-୨୦ର ରଗଡିଠାରୁ କିଆପଦା ୫.୫ କି.ମି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇପାରେ। ଏଥିପାଇଁ ୬୪ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଛି। ହେଲେ କାମ ଆରମ୍ଭରୁ ସଡ଼କଟି ସମ୍ପୂର୍ଣ୍ଣ ନିମ୍ନମାନର ହେଉଛି ବୋଲି କୋରାବନ୍ଦୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ନିର୍ମାଣ ସମୟରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଫଳରେ ଠିକାଦାର ଏହାର ଫାଇଦା ଉଠାଇ ମନମୁଖୀ କାମ ଚଳାଇଛନ୍ତି। ନିୟମ ଅନୁଯାୟୀ ରାସ୍ତାରୁ ଧୂଳି ସଫା କରାଯାଉ ନ ଥିବାବେଳେ ଭାଙ୍ଗି ଯାଇଥିବା ସ୍ଥାନରେ ଶୁଖିଲା ମେଟାଲ ଦେଇ ବିନା ପିଚୁରେ କାମ କରାଯାଉଛି। ପ୍ରାଇମର ଦିଆଯାଉନାହିଁ। ଚିପ୍ସ ୨ ଇଞ୍ଚ, ବଜୁରି ୧ ଇଞ୍ଚ ପକାଇ ମୋଟ ୩ ଇଞ୍ଚ ମେଟାଇର ସଡ଼କ ନିର୍ମାଣ ପାଇଁ ନିୟମ ରହିଛି। ହେଲେ ଠିକାଦାର ୧ରୁ ଦେଢ଼ ଇଞ୍ଚ ଚିପ୍ସ, ବଜୁରି ପକାଇ କାମ କରୁଥିବା ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଏନ୍‌ଏଚ୍‌-୨୦ ଲକ୍ଷ୍ମୀନଗରଠାରୁ ଗୋହିରାଗଡ଼ିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ମରାମତି ରାତିଅଧିଆ ଚାଲିଛି। ଏହା ବି ନିମ୍ନମାନର କାମ ହେଉଛି ବୋଲି ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri