ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗହମ
ଚଣ୍ଡିଖୋଲ,୧୪ା୧(ଡି.ଏନ୍.ଏ.): ଚାଉଳକୁ ନେଇ ରାଜନୀତିକରଣ କରାଯାଉଛି। ଭାଜପା ଓ ବିଜେଡି ଚାଉଳ କାହାର, କିଏ ଦଉଛି ସେଥିନେଇ କଳି ଲାଗିବାରେ ବ୍ୟସ୍ତ। ଏପଟେ ପ୍ରକୃତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ପାଉଛନ୍ତି କି ନାହିଁ ସେଥିପ୍ରତି କେହି…
ପୁଣି ବଢୁଛି ଦଲାଲଙ୍କ ରାଜ୍
ଯାଜପୁର ଅଫିସ,୧୩ା୧: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଦଲାଲ୍ରାଜ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏଦିଗରେ ଜିଲା ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏଠାରେ ସାଧାରଣ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରିି ଭାରିଯାନଗୁଡ଼ିକର…
ମନମୁଖି ଚାଲିଛି ମେଗା ପ୍ରକଳ୍ପ କାମ
ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୧୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ । ଏବେଠୁ ନଦୀ ନାଳ ଶୁଖିବାକୁ ଆରମ୍ଭ ହେଲାଣି। ନଦୀନାଳ ଭରା ଯାଜପୁର ଜିଲାରେ ମଧ୍ୟ ବ୍ରାହ୍ମଣୀ ନଦୀ ପାଣି କୂଳରୁ ଦୂରେଇ ଯାଉଛି। ଏଭଳି ସ୍ଥିତିରେ ଧର୍ମଶାଳା ବ୍ଲକରେ ପାନୀୟ ଜଳ…
ଶ୍ରମିକ ନେତା ମାୟାଧର ନାୟକ ଗିରଫ
ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା। ହେଲେ ୩ ଘଣ୍ଟା ପୋଲିସ ହାଜତରେ ରହିବା ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି।…
ବିରୂପା ସେତୁ ନିର୍ମାଣରେ ନିମ୍ନମାନର ବାଲି
ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୧ା୧: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ନଦୀନାଳରେ ବ୍ରିଜ୍ ନିର୍ମାଣ କରାଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି ା ଉନ୍ନତମାନର ବ୍ରିଜ୍ ପ୍ରକଳ୍ପ ନିର୍ମାଣ ଆଶାରେ…
ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ
ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ ଲାଗୁ ହୁଏ। ଚୋର୍ଦ୍ଦା ବାଇପାସ, ପୁରୁଣା ଥାନା, ଗୋପବନ୍ଧୁ ଛକ, ଡାକବଙ୍ଗଳା, ଦଳା, ଗୋଶାଳା,…
ଜିଲାପାଳଙ୍କ ସତ୍ୟପାଠ ଉପରେ ଏନ୍ଜିଟି ଅସନ୍ତୁଷ୍ଟ
ଯାଜପୁର ଅଫିସ,୯ା୧: ଯାଜପୁର ଜିଲା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ(ଏନ୍ଏଚ୍) ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିପୁଳ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନ୍ଏଚ୍ଏଆଇ ଢେଙ୍କାନାଳ ଓ ଗମନ…
ସମସ୍ତ ଦ୍ରୁତଗାମୀ ଟ୍ରେନ୍ ରହଣି ଦାବି
ଯାଜପୁର ଅଫିସ,୮।୧: ପ୍ରମୁଖ ଷ୍ଟିଲ ହବ୍ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ୍ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍ସଫର, ଦୁରୋନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶାଲ ଟ୍ରେନ…
ହାଜତ ମୃତ୍ୟୁ: ବଡ଼ଚଣା ଥାନା ଅଧିକାରୀଙ୍କୁ ବଦଳି
ଚଣ୍ଡିଖୋଲ,୭ା୧(ଡି.ଏନ୍.ଏ.): ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡିରେ ହାଜତ ମୃତ୍ୟୁ ମାମଲାରେ ନୂଆ ଏସ୍ପି ବିନୀତ ଅଗ୍ରଓ୍ବାଲ ଶନିବାର ସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ଧାନମଣ୍ଡଳ ଫାଣ୍ଡି…
୩୨ ବର୍ଷ ବିତିଲା, ସରୁନି ରାସ୍ତା କାମ
ପ୍ରୀତିପୁର,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ରାସ୍ତା କାମ ୩୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନି। ଏଭଳି ଅବହେଳାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ଜରି ଛାନ୍ଦମୁଣ୍ଡ ଗ୍ରାମର ବିସିଜେ ହାଇସ୍କୁଲ…
ସଙ୍କୁଚିତ ହେଉଛି ବୈତରଣୀ
ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ…
ଅସାଧୁ ମେଣ୍ଟ ନଛୋଡ଼ବନ୍ଦା
ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା ପାଇଁ ଚାଷୀଙ୍କୁ ପୂର୍ବଭଳି ଆଉ ମିଲ ମାଲିକଙ୍କ ପାଖକୁ ଯିବାକୁ ପଡୁନାହିଁ। ବିକ୍ରି ଧାନର…
Archives


