ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା

ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ ଖର୍ଚ୍ଚ କରାଯାଇଛି। ତଥାପି ସରକାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ସନ୍ତୋଷଜନକ ହୋଇପାରୁନାହିଁ। ବର୍ତ୍ତମାନ ଅଧିକାଂଶ ସ୍କୁଲର ଶ୍ରେଣୀଗୃହରେ ମୋବାଇଲ ଧରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ଗପୁଛନ୍ତି। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ଅବହେଳା କରାଯାଉଥିବା ଗୁରୁତର ଅଭିଯୋଗ ହେଉଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଯୋଗୁ ସାଧାରଣ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ମୁହଁାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି କ୍ରମରେ ଯାଜପୁର ଜିଲାର କୋରେଇ ବ୍ଲକ ତେନ୍ତୁଳିଖୁଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା ମିଲି ରାଉତ ଏବଂ ସଭ୍ୟାସଭ୍ୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, କେତେଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ସ୍କୁଲରେ ଦୀର୍ଘବର୍ଷ ହେବ ରହିଛନ୍ତି। ସେମାନେ କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ ଧରି ଗପୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ କୌଣସି କଥାକୁ ମାନୁନାହାନ୍ତି। ସ୍କୁଲରେ ଅନୁପସ୍ଥିତ ରହୁଥିବା ସତ୍ତ୍ବେ ସେହିଦିନ ଉପସ୍ଥିତ ଦର୍ଶାଇବାକୁ ବାଧ୍ୟ କରୁଛନ୍ତି। ବଦଳି ପାଇଁ ଯିଏ ଅଭିଯୋଗ କରିବ, ତାଙ୍କ ବିରୋଧରେ ଜାତିଗତ ଏବଂ ବିଭିନ୍ନ ମାମଲାରେ ଫସେଇ ଦେବୁ ବୋଲି ଧମକ ଦେଉଛନ୍ତି। ସ୍କୁଲର ଉନ୍ନତିମୂଳକ କାର୍ଯ୍ୟକୁ ସଫଳ ନ କରାଇ ଦେବାକୁ ଚକ୍ରାନ୍ତ କରୁଛନ୍ତି। ତେଣୁ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ବଦଳି କରାଇ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି। ଉକ୍ତ ଅଭିଯୋଗ ପତ୍ରରେ ଅନ୍ୟମାନଙ୍କ ମଧ୍ୟରେ ସବିତା ମହାରଣା, କଳ୍ପନା ମଲିକ, ରାଣୀ ମଲିକ, ଦୀପକ କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ବିଶ୍ୱାଳ ଓ ମଙ୍କଲ ମୁର୍ମୁଙ୍କ ସ୍ବାକ୍ଷର ରହିଛି। ଏ ସଂକ୍ରାନ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ଏପରି ଅଭିଯୋଗ ଉପରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ)ର ସହକାରୀ ନିର୍ଦ୍ଦେଶକ ୨୧ା୧ା୨୦୨୩ରେ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉକ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି କମିଟି କର୍ମକର୍ତ୍ତା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ ଗିରିଙ୍କୁ ପଚାରିବାରେ ସେ କହିଛନ୍ତି ସହକାରୀ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ରାଜ୍ୟରେ ୪୭,୧୭୩ ବିଦ୍ୟାଳୟରେ ୨,୮୫,୦୪୪ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀ ରହିଛି। ପ୍ରାଥମିକସ୍ତରରେ ପ୍ରତି ୩୦ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଏବଂ ଉଚ୍ଚ ପ୍ରାଥମିକସ୍ତରରେ ପ୍ରତି ୩୫ ଜଣ ଛାତ୍ରୀଛାତ୍ରଙ୍କ ଲାଗି ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର-ଶିକ୍ଷକ ଅନୁପାତ ୨୪ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର-ଶିକ୍ଷକ ଅନୁପାତ ୨୦ ରହିଛି। ଆନ୍ତରିକତାର ପାଠ ପଢ଼ାଇବାରେ କେତେଜଣ ଶିକ୍ଷକ ଅବହେଳା କରୁଥିବା ଅଭିଯୋଗ ହୋଇଆସୁଛି। ପ୍ରାୟ ପ୍ରତ୍ୟେକ ଜିଲାରେ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକତା କରୁଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳୁଛି। ଏଭଳି ଶିକ୍ଷା ବ୍ୟବସ୍ଥା କାରଣରୁ ଅଭିଭାବକମାନେ ଘରୋଇ ସ୍କୁଲ ପ୍ରତି ଆକୃଷ୍ଟ ହେଉଛନ୍ତି। ଭାତହାଣ୍ଡିରୁ ଗୋଟିଏ ପରଖିବା ଭଳି ଏଠାରେ ତେନ୍ତୁଳିଖୁଣ୍ଟା ସରକାରୀ ୟୁପି ସ୍କୁଲକୁ ଉଦାହରଣ ଭାବେ ନିଆଯାଇପାରେ। ସମଗ୍ର ରାଜ୍ୟରେ ବହୁ ସରକାରୀ ସ୍କୁଲରେ ଶିକ୍ଷାଦାନରେ ଅବହେଳା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri