କାନ୍ଦୁଛନ୍ତି ଶିଳ୍ପ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୩୦ା୧:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଆଶା ରଖି ଶିଳ୍ପ କାରଖାନାକୁ ସ୍ବାଗତ କରିଥିବା କଳିଙ୍ଗନଗର ଅଞ୍ଚଳର କେତେକ ବିସ୍ଥାପିତ ପରିବାର ଏବେ କାନ୍ଦୁଛନ୍ତି। ନିଜର ହକ୍‌ ପାଇଁ ଦାବି, ଆନ୍ଦୋଳନ ଆଦି ହେଉଥିଲେ ହେଁ କାରଖାନା କର୍ତ୍ତୃପକ୍ଷ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ କଳେବଳେ କୌଶଳେ ତାହାକୁ ଚାପି ଦେଉଥିବା ଦେଖିବାକୁ ମିଳିଛି। ୭ ବର୍ଷ ତଳେ ନିଷ୍ପତ୍ତି ହୋଇଥିବା ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଶାସନିକସ୍ତରରେ କୌଣସି ତଦନ୍ତ ହେଉ ନ ଥିବାରୁ ଶିଳ୍ପ କର୍ତ୍ତୃପକ୍ଷ ଯେଉଁ ରିପୋର୍ଟ ଦେଉଛନ୍ତି ତାକୁ ଆଖିବୁଜି ଗ୍ରହଣ କରାଯାଉଛି। ଏହାବାଦ୍‌ କେତେକ ସାମାଜିକ ଅନୁଷ୍ଠାନ ଆନ୍ଦୋଳନ କରିବା ପରେ ସେମାନେ କୌଣସି ଚାପ କିମ୍ବା ଭିତିରି ବୁଝାମଣା କରି ପରବର୍ତ୍ତୀ ସମୟରେ ନରମି ଯାଉଛନ୍ତି। ଜିଲାରେ ବିରୋଧି ଦଳ ଏକପ୍ରକାର ନିଷ୍କ୍ରିୟ ହେବାର ସୁଯୋଗ ନେଇ କେତେଜଣ ନିର୍ବାଚିତ ଜନ ପ୍ରତିନିଧି ଖଣି ଏବଂ ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ସମେତ ଠିକାସଂସ୍ଥା, ପରିବହନ ଆଦି କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏହି କ୍ରମରେ ମେସ୍କୋ ଷ୍ଟିଲ କାରଖାନା ଗତ ୩ ବର୍ଷ ହେଲା ବନ୍ଦ ପଡିଥିବାରୁ ଜମି, ଜଙ୍ଗଲ, ଜଳ ହରାଇଥିବା ସଂପୃକ୍ତ ବିସ୍ଥାପିତ ପରିବାର ଜୀବିକା ହରାଇ ଏବେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗରର ଅନ୍ୟାନ୍ୟ କେତେକ ଶିଳ୍ପାନୁଷ୍ଠାନରେ ଅଣଓଡ଼ିଆ ଅଧିକାରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ଅଧିକାଂଶ ଓଡ଼ିଆ କର୍ମଚାରୀ ଓ ଶ୍ରମିକ କାମ ଛାଡୁଥିବା ଅଭିଯୋଗ ହେଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣିଗୁଡିକରେ ଉପତ୍ାଦନ ବୃଦ୍ଧି ଉଦ୍ଦେଶ୍ୟ ରଖି ସମ୍ପ୍ରସାରଣ କରାଯାଉଛି। ହେଲେ ସ୍ଥାନୀୟ ନିଯୁକ୍ତି ସଂଖ୍ୟା ବଢିବା ପରିବର୍ତ୍ତେ ହ୍ରାସ ପାଇଛି। ଯେଉଁ ଶିଳ୍ପ କାରଖାନା କିମ୍ବା ଖଣି ଅଞ୍ଚଳକୁ ଦେଖିବେ ସେଠାରେ ଜାମସେଦପୁର, ମୁମ୍ବାଇ, ପଶ୍ଚିମବଙ୍ଗ ଆଦି ରାଜ୍ୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖିବାକୁ ମିଳୁଛି। ଗତ ପ୍ରାୟ ୪ ବର୍ଷ ହେଲା ଖଣି ଓ ଶିଳ୍ପ ସଂସ୍ଥାଗୁଡିକ ଏଭଳି ନୀତିକୁ ଆପଣାଇଛନ୍ତି। ଏହାର ବିରୋଧ କରିବାକୁ କେହି ନାହାନ୍ତି ବୋଲି ଅନୁଭବ କରି କମ୍ପାନୀଗୁଡିକ ଏଭଳି ନୀତି ଆପଣାଇଥିବା କୁହାଯାଉଛି। ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହେଲେ ପ୍ରାୟ ୨୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ ବୋଲି ସେମାନଙ୍କ ସାରାଂଶରେ ଦର୍ଶାଯାଇଥିଲା ା ହେଲେ ବାସ୍ତବରେ ସ୍ଥାନୀୟ ନିଯୁକ୍ତି ତ ଦୂରର କଥା ଓଡ଼ିଆଙ୍କୁ ଠିକାସଂସ୍ଥା କାର୍ଯ୍ୟରେ ମଧ୍ୟ ସ୍ଥାନ ମିଳୁନାହିଁ। ୨୦୧୫ ସେପ୍ଟେମ୍ବର ୧୪ ପୂର୍ବରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ ଆଦି ହେଉଥିଲା ା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ପ୍ରମୁଖଙ୍କୁ ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରତିବାଦ କରୁଥିଲେ। ଏପରିକି ତ୍ରିପାକ୍ଷିକ ବୈଠକମାନ ଆୟୋଜନ କରି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଥିଲା ା ଏହି ପ୍ରକ୍ରିୟାରେ ଶିଳ୍ପସଂସ୍ଥାଗୁଡିକର ମାନମାନି କେତେକାଂଶରେ ହ୍ରାସ ପାଉଥିଲା ା କିନ୍ତୁ ଏବେ କୌଣସି ଭିତିରିଆ ସମ୍ପର୍କ ଅବା ନିରାଶ ଯୋଗୁ ସେହି ପ୍ରତିବାଦ ଆଉ ଦେଖିବାକୁ ମିଳୁନାହିଁ ା ଫଳରେ କମ୍ପାନୀମାନେ ମନଇଚ୍ଛା ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି ା ଜୀବିକା ହରାଇଥିବା ଶ୍ରମିକମାନେ କାହା ସାହାଭରସା ନ ପାଇ ଭାଗ୍ୟକୁ ଆଦରି ପଡି ରହୁଛନ୍ତି ା ୨୦୧୫ ସେପ୍ଟେମ୍ବର ୧୩ରେ ନୀଳାଚଳ ହାଉସରେ ତକତ୍ାଳୀନ ଜିଲାପାଳ ସତ୍ୟକୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ବିଶେଷକରି ସ୍ଥାନୀୟ ନିଯୁକ୍ତିକୁ ନେଇ ବହୁ ସମୟ ଧରି ଆଲୋଚନା ହୋଇଥିଲା ା ଉକ୍ତ ବୈଠକରେ ନିଯୁକ୍ତିକୁ ନେଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ତକତ୍ାଳୀନ ସୁକିନ୍ଦା ବିଧାୟକ ତଥା ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଦାବି କରିଥିଲେ ା ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଜିଲାପାଳ, ବିଧାୟକ ଏବଂ ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ ସଭ୍ୟ ଭାବେ ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ା ସମାଧାନ ବୈଠକର ୧୫ ଦିନ ମଧ୍ୟରେ ଉକ୍ତ କମିଟି ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ତକତ୍ାଳୀନ ଆରଡିସି ବିକାଶ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ା ହେଲେ ଏହି ନିଷ୍ପତ୍ତିକୁ ଆଜକୁ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ତଦନ୍ତ ତ ଦୂରର କଥା ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଭାବୀ ଢଙ୍ଗରେ ଆନ୍ଦୋଳନ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର କୁହନ୍ତି, ସ୍ଥାନୀୟ ନିଯୁକ୍ତିକୁ ନେଇ ଶିଳ୍ପାନୁଷ୍ଠାନଗୁଡିକୁ ତାଗିଦା କରାଯାଉଛି। ମେସ୍କୋ ଷ୍ଟିଲ ସମ୍ପର୍କରେ ଆଲୋଚନା ଚାଲିଛି ଏବଂ ଖୁବ୍‌ଶୀଘ୍ର ସମାଧାନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?