ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତସହିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ସମିଆ, ଶାଳପଡ଼ା ଓ ବୈରୀ ପଞ୍ଚାୟତରେ ବ୍ୟାପକ ଭାବରେ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏଥିରୁ କୌଣସି ଗୋଟିଏ ବି ଖାଦାନକୁ ଲିଜ୍‌ ଦିଆ ଯାଇ ନ ଥିଲେ ମଧ୍ୟ ଜିଲା ଓ ତହସିଲ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛନ୍ତି। ଏପରି କି ବୈରୀ ପୋଲିସ ଥାନାଦେଇ ଗାଡ଼ିଗୁଡ଼ିକ ଆସୁଥିବା ବେଳେ ପୋଲିସ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। କେବଳ ଲୋକଙ୍କୁ ଭୁଲ କହିବା ପାଇଁ ଏହା ଯାଜପୁର ଜିଲାରେ ନୁହେଁ କଟକ ଜିଲାରେ ଚାଲିଥିବା ସୂଚନା ଦେଉଛନ୍ତି।
ସୂଚନା ଥାଉକି, ଦୀର୍ଘ ଦିନ ହେବ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏପରିକି ଜଙ୍ଗଲ ଜମିରେ ମଧ୍ୟ ବେଆଇନ ଭାବରେ ମାଙ୍କଡ଼ା ଖାଦାନ କରାଯାଉଛି। ବୈରୀ ପଞ୍ଚାୟତର ବଗଉ ଓ ଝାଟିଆଠାରେ ଏକ ସିମେଣ୍ଟ କାରଖାନା ସନ୍ନିକଟରେ ଏଭଳି ଦିନ ରାତି ମେଶିନ ଲଗାଇ ମାଙ୍କଡ଼ା ଖନନ କରାଯାଇ ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲାକୁ ଚାଲାଣ ହେଉଛି। ବିଳମ୍ବିତ ରାତ୍ରିରେ ଟ୍ରକ୍‌ ଯୋଗେ ଏହା ବାହାରକୁ ଚାଲାଣ ହେଉଛି। ଏହି ଚୋରା ମାଙ୍କଡ଼ା ବ୍ୟବସାୟ ଦୀର୍ଘ ବର୍ଷ ଧରି ଚାଲୁଥିଲେ ମଧ୍ୟ କେବେ ବି ସମ୍ପୃକ୍ତ ଖାଦାନ ମାଲିକଙ୍କୁ ଧରାଯାଇ ନାହଁି କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହଁି। ଏଥିଯୋଗୁ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି। ଗତ ୨ ବର୍ଷ ଭିତରେ ଏହି ଅଞ୍ଚଳରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ମାଙ୍କଡ଼ା ଚାଲାଣ ହୋଇ ସାରିଲାଣି। ଏହାକୁ ପ୍ରଶାସନିକ ଅଧିକାରୀମାନେ ଜାଣିଥିଲେ ମଧ୍ୟ ସେଥିପ୍ରତି ସେଭଳି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନାହଁି।
ତତ୍କାଳୀନ ଆର୍‌ଡିସି ଅରବିନ୍ଦ ପାଢ଼ୀ ଏହି ଖାଦାନଗୁଡ଼ିକରେ ଅଚାନକ ଚଢ଼ାଉ କରି ବହୁ ମେଶିନ୍‌ ଓ ଟ୍ରକ୍‌ ଜବତ କରିଥିଲେ। ଏଥିରେ ସମ୍ପୁକ୍ତ ଥିବା ୬ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ସେହିଦିନଠାରୁ ଦୀର୍ଘ ୩ ବର୍ଷ ବେଆଇନ ମାଙ୍କଡ଼ା ଖନନ ବନ୍ଦ ହୋଇଯାଇଥିଲା ବେଳେ ପୁନର୍ବାର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ତେଣୁ ତୁରନ୍ତ ଏହି ବେଆଇନ ଖାଦାନ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବରୁ ସେ କୁହନ୍ତି, ଆମ ଅଞ୍ଚଳରେ ବେଆଇନ ଖାଦାନ ନାହିଁ, ଯାହାଅଛି ସେସବୁ କଟକ ଜିଲାରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri