ଟାର୍ଗେଟ୍‌ ଦେବା ନାଁରେ କୋଟିଏ ଆଦାୟ

ଯାଜପୁର ଅଫିସ,୨୯।୧: ଚାଷୀ ଓ ଚାଷଙ୍କ ପିଛା ଛାଡୁନି ସଙ୍କଟ। ଯାଜପୁର ଜିଲା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପଞ୍ଜୀକରଣ ଉପରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡ଼ିଛି। ଏହାବାଦ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଠାରୁ ଧାନ ପରିମାଣ ଲକ୍ଷ୍ୟ(ଟାର୍ଗେଟ) ଦେବା ନାମରେ କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ପାକ୍ସ କିମ୍ବା ଏସଏଚ୍‌ଜି ଏହି ଟଙ୍କା ଦେଉନାହାନ୍ତି ସେମାନଙ୍କୁ ଉପଯୁକ୍ତ ଭାବେ ଟାର୍ଗେଟ ମିଳୁନାହିଁ ବୋଲି କୁହାଯାଉଛି। ତେବେ ଏହି ଆଦାୟକୁ ମଣ୍ଡି ଲେବର ଚାର୍ଜେସ୍‌ ବୋଲି ବିଭାଗୀୟ ଅଧିକାରୀମାନେ ସଫେଇ ଦେଉଛନ୍ତି। ସରକାର ମଣ୍ଡିରେ ଲୋଡିଂ ଏବଂ ଅନଲୋଡିଂ ପାଇଁ କୁଇଣ୍ଟାଲ ପିଛା ୮.୪୭ ଟଙ୍କା ପ୍ରଦାନ କରୁଛନ୍ତି। ଏଥିରେ ମିଲର୍ସମାନେ ୩.୩୦ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ମିଲର୍ସମାନେ ଏହି ନିର୍ଦ୍ଦେଶକୁ ମାନୁ ନ ଥିବା ଦର୍ଶାଇ ସମ୍ପୃକ୍ତ ଅଧିକାରୀ ଟାର୍ଗେଟ ଦେବା ନାମରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ଭାଗବଣ୍ଟା କରୁଥିବା ଅଭିଯୋଗ ହେଉଛି।
ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ରାଜ୍ୟ ସରକାର ଯାଜପୁର ଜିଲାର ଚାଷୀଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ୧୪ଲକ୍ଷ ୧୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୫୩ ହଜାର ୨୫୬ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ତେବେ ନାମ ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ ଉପରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ ସୋସାଇଟି(ଏଆରସିଏସ୍‌)ଙ୍କୁ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସାନସୁଆର ପଞ୍ଚାୟତ କରିମାବାଦ, କପାସି ଓ ତରତୋଟା ମୌଜାରେ ଚାଷୀ ବାଇଧର ଦାସ ଏବଂ ହେମଲତା ଦାସଙ୍କ ସମୁଦାୟ ୧୧ ଏକର ଜମି ରହିଛି। ଆବଶ୍ୟକ କାଗଜପତ୍ର ସହ ସେମାନେ ମା’ ମଙ୍ଗଳା ଏସ୍‌ଏଚ୍‌ଜି ଜରିଆରେ ପଞ୍ଜୀକରଣ କରିଥିଲେ ହେଁ ମାତ୍ର ୨ ଏକର ଜମିର ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ହୋଇଛି। ତେବେ ବାଦ ପଡ଼ିଥିବା ଜମି ଅନ୍ୟ ଏକ ଏସ୍‌ଏଚ୍‌ଜିରେ ଉଲ୍ଲେଖ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଭଳି ଭାବେ ଜିଲାର ଶତାଧିକ ଚାଷୀଙ୍କ ପଞ୍ଜୀକରଣରେ ଅନିୟମିତତା ହୋଇଥିବା ସୂଚନା ମିଳିଛି। ଜିଲାର ୧୦୮ ପାକ୍ସ ଓ ୪୭ ଏସ୍‌ଏଚ୍‌ଜିଙ୍କୁ ମଣ୍ଡି ଖୋଲିବାକୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ୯ ମିଲର୍ସ ଏଥିରେ ସାମିଲ ହୋଇଛନ୍ତି। ଗତ ୨୩ ତାରିଖ ସୁଦ୍ଧା ୫,୬୮,୨୭୧.୭୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଅନ୍ୟପକ୍ଷେ ଏଯାଏ ୧ କେ.ଜି. ବି ଚାଉଳ ଦାଖଲ ହୋଇପାରିନାହିଁ।
ମଣ୍ଡି ଖୋଲିବା ଦାୟିତ୍ୱରେ ଥିବା ପାକ୍ସ ଓ ଏସ୍‌ଏସ୍‌ଜିଗୁଡ଼ିକୁ ନିଜର ଟାର୍ଗେଟ୍‌ ଅନୁଯାୟୀ ଧାନ କିଣିବାକୁ କୁହାଯାଇଛି। ତେଣୁ ଟାର୍ଗେଟ୍‌ କିଏ କେତେ ଅଧିକା ପାଇବ ସେଥିନେଇ ପାକ୍ସ ଓ ଏସ୍‌ଏସ୍‌ଜିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏପରି କି ଅଧିକ ଟାର୍ଗେଟ୍‌ ପାଇବା ଆଶାରେ ପାକ୍ସ ଓ ଏସ୍‌ଏସ୍‌ଜିର କର୍ମକର୍ତ୍ତାମାନେ ସମବାୟ ବିଭାଗର ଏଆରସିଏସ୍‌ ଓ ଜିଲା ଯୋଗାଣ ବିଭାଗର ସହକାରୀ ଜିଲା ଯୋଗାଣ ଅଧିକାରୀ(ଏସିଏସଓ)ଙ୍କ ଘର ନିକଟରେ ଭିଡ଼ କରୁଥିବା ଦେଖିବାକୁ ମିଳିଛି। କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରୁଥିବା ବାବୁମାନଙ୍କର କାହାକୁ ଟିକେ ହେଲେ ବି ଡର ଭୟ ନାହିଁ। କାରଣ ଟଙ୍କା ଆଦାୟ କରୁଥିବା ବାବୁଙ୍କ ମଧ୍ୟରୁ ଯୋଗାଣ ବିଭାଗର ଜଣେ ଅଧିକାରୀ ଜିଲାରେ ଦୀର୍ଘଦିନ ହେବ ରହିଛନ୍ତି। ବଦଳି ହେଲେ ମଧ୍ୟ ସେ କଳେବଳେ କୌଶଳେ ଗାଦି ମାଡ଼ି ବସିଛନ୍ତି।
ଏ ସଂକ୍ରାନ୍ତରେ ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରିବା ଖବର ସମ୍ପୂର୍ଣ୍ଣ ମିଛ। ମଣ୍ଡି ଲେବର ଚାର୍ଜେସ ବାବଦକୁ ସରକାର ମାତ୍ର ୫.୧୭ ଟଙ୍କା ଦେଉଛନ୍ତି, ଯାହାକି ନିଅଣ୍ଟ ହେଉଛି। ମିଲର୍ସମାନେ ଧାର୍ଯ୍ୟ ୩.୩୦ ଟଙ୍କା ଦେଉ ନଥିବାରୁ କୁଇଣ୍ଟାଲ ପିଛା ୫ରୁ ୧୦ ଟଙ୍କା ଲେଖାଏ ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri