ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା

ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା ବେଳେ ତଦନ୍ତ ଅଧିକାରୀମାନେ ଚାପଗ୍ରସ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ହୋଇଥିବା ହିତାଧିକାରୀ ତାଲିକା ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଜାଣି ନେତାମାନେ ଚୟନରେ ହସ୍ତକ୍ଷେପ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତଦନ୍ତ କାର୍ଯ୍ୟରେ ନିୟୋଜିତ ୩ ଜଣିଆ କମିଟିଙ୍କ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ତେଣେ ବିରୋଧୀ ଚୂଡାନ୍ତ ତାଲିକାକୁ ଅପେକ୍ଷା କରି ରହିଛନ୍ତି। ତ୍ରୁଟି ବିଚ୍ୟୁତି ଘଟିଲେ ତା’କୁ ନେଇ ସେମାନେ ରାଜନୀତି କରିବାକୁ ଅପେକ୍ଷାରତ। ତାଲିକା ଚୟନରେ ବ୍ୟତୀକ୍ରମ ଘଟିଲେ ଅଧିକାରୀଙ୍କ ଉପରେ ବିପଦର ଖଣ୍ଡା ଝୁଲୁଛି। ତଦନ୍ତରେ ଭୁଲ ପ୍ରମାଣିତ ହେଲେ ସରକାରୀ ବାବୁଙ୍କ ଚାକିରି ଯିବ ବୋଲି କୁହାଯାଉଛି। ଏଭଳି ଏକ ତ୍ରିଶଙ୍କୁ ଅବସ୍ଥାରେ ତାଲିକା ଚୂଡାନ୍ତ ହେବାକୁ ଯାଉଛି। ଯାହା ବି ହେଉ ନିର୍ଦ୍ଧାରିତ ତାରିଖରେ ତାଲିକା ପ୍ରକାଶ ପାଇବା ଥୟ ବୋଲି ଜଣାଯାଇଛି। ଏହାକୁ ରାଜନେତାଙ୍କଠାରୁ ସାଧାରଣ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।
ଏହି ବ୍ଲକର ୨,୪୯୨ ହିତାଧିକାରୀଙ୍କୁ ଆବାସ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୩ ବର୍ଷ ତଳୁ ପଞ୍ଚାୟତସ୍ତରରେ ସ୍ଥିର କରାଯାଇଥିବା ହିତାଧିକାରୀ ତାଲିକାକୁ ଦେଖିଲେ ବ୍ଲକରେ ହିତାଧିକାରୀଙ୍କ ସଂଖ୍ୟା ୩୩୫୨ ରହିଥିଲା। ଏହାରି ଭିତରେ ବ୍ଲକ ଅଧୀନ ୨୮ ପଞ୍ଚାୟତରୁ ୮୬୦ଜଣଙ୍କୁ ବାଦ୍‌ ଦେବାକୁ ପଡିବ। ସେଥିପାଇଁ ବାଦ୍‌ଦେବା ପ୍ରକ୍ରିୟା ଜାରି ରହିଛି। ଶନିବାର ଓ ରବିବାର ଛୁଟି ଥିବାରୁ ବାଦ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ତେଣେ ଆୱାସ ପ୍ଲସ ଓ ଆଧାର ଲିଙ୍କ କାର୍ଯ୍ୟ ଶେଷ ହୋଇ ପାରୁ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅନୁମୋଦନ ଓ ଅର୍ଥ ମଞ୍ଜୁରୀ ମିଳିବା ସମ୍ଭବ ନୁହେଁ ବୋଲି ଜଣାଯାଇଛି। ବ୍ଲକରେ କାର୍ଯ୍ୟରତ ଡିଇଓମାନେ ଛୁଟି ଦିନରେ କାର୍ଯ୍ୟ ଜାରି ରଖିଛନ୍ତି।
ଜାନୁୟାରୀ ୧୬ରେ ପଞ୍ଚାୟତରେ ଆବାସ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଝୁଲା ଯାଇଥିଲା। ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ସ୍ଥାନ ପାଇ ପାରି ନ ଥିଲା। ଯୋଗ୍ୟ ହିତାଧିକାରୀ ପଞ୍ଚାୟତଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡି ଅଭିଯୋଗ କରୁଛନ୍ତି। ହେଲେ ତାଲିକାରୁ କେବଳ ବାଦ ଦିଆଯିବା ପାଇଁ ନିୟମ ଲାଗୁ କରାଯାଇଛି। ତେଣୁ ଶତାଧିକ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେବା ପାଇଁ ଅନଲାଇନ, ପଞ୍ଚାୟତ ଓ ବ୍ଲକରେ ଖୋଲାଯାଇଥିବା ଅଭିଯୋଗ ବାକ୍ସ ଜରିଆରେ ଅଭିଯୋଗମାନ ଆସିଛି। ଏହି ଅଭିଯୋଗକୁ ନେଇ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରହିଛି। ଉକ୍ତ ତଦନ୍ତ ରିପୋର୍ଟ ପ୍ରଦାନ ପରେ ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଅନ୍ୟ ଦିଗକୁ ଲକ୍ଷ୍ୟ କଲେ ସଂଯୋଗ ପାଇଁ କୌଣସି ସୁଯୋଗ ଦିଆଯାଉନାହିଁ। ଯୋଗ୍ୟଙ୍କୁ ଆବାସ ମିଳିବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ। ଅଯୋଗ୍ୟଙ୍କୁ ବାଦ୍‌ ଦେବା ବେଳେ ତଦନ୍ତ ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି। ଚୂଡାନ୍ତ ତାଲିକାକୁ ନେଇ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତାଲିକାରେ ଭୁଲତ୍ରୁଟି ରହିଲେ, ଯୋଗ୍ୟ ବାଦ ପଡିଲେ ମାମଲା କୋର୍ଟକୁ ଯିବାର ଆଶଙ୍କା ବଢିବାରେ ଲାଗିଛି। ଏହାର ଏକ ବିକଳ୍ପ ରାସ୍ତା ଭାବରେ ସରକାର ଗ୍ରାମସଭାକୁ ଢାଲ କରିବାକୁ ଚିନ୍ତା କରୁଛନ୍ତି। ଚୂଡାନ୍ତ ତାଲିକାରେ ସ୍ଥାନିତ ହିତାଧିକାରୀଙ୍କ ନାମକୁ ଗ୍ରାମସଭା ଜରିଆରେ ଅନୁମୋଦନ କରାଇ ନିଜ ମୁଣ୍ଡର ଦୋଷ ଖସାଇବା ପାଇଁ ଶେଷ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ପ୍ରଶାସନିକସ୍ତରରେ ମସୁଧା କରାଯାଉଥିବା ଆଭାଷ ମିଳୁଛି। ଆବାସ ବଣ୍ଟନରେ ସ୍ବଚ୍ଛତା ଆଣିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପକ୍ଷରେ ଯୋଗ୍ୟଙ୍କୁ ଆବାସ ପ୍ରଦାନ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ କେତେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାରେ ସକ୍ଷମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ହେଲା, ଜଳଯୋଗାଣ ହେଉନି

ଲାଠୋର, ୨୭ା୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅଧୀନ ସାନଗୁର୍ଜିଭଟା ପାଲିପଡ଼ାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ଜଳ ପ୍ରକଳ୍ପ ନିର୍ମାଣ...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ, ଭଲିବଲ ପ୍ରତିଯୋଗିତା: କ୍ରୀଡ଼ା ମାନସିକ, ଶାରୀରିକ ସୁସ୍ଥତା ଆଣିଦିଏ

ନୂଆପଡା ଅଫିସ,୧୮ା୯-ସ୍ଥାନୀୟ ମିନିଷ୍ଟାଡିୟମରେ ଜିଲା ଶିକ୍ଷା ବିଭାଗ ତରଫରୁ ମଙ୍ଗଳବାର ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିମାନେ ଯୋଗଦେଇ...

ଡମ୍ପର ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ଗଲା

ଖଇରା,୨୦।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବ୍ରାହ୍ମଣପୋଖରୀ ଛକ ନିକଟରେ ରବିବାର ରାତିରେ ଏକ ଡମ୍ପର ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।...

ରାମନବମୀ ମହୋତ୍ସବ ଉପଲକ୍ଷେ ଗଣଦୌଡ଼

ଭଦ୍ରକ ଅଫିସ,୧୨।୩: ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲାପାଳଙ୍କ...

ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ...

ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତରେ ବାବୁରାମ

ବାଲେଶ୍ୱର ଅଫିସ, ୧।୩: ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଅଧିକାରୀ ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ...

୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ...

ସ୍କୁଟିକୁ ଧକ୍କା ଦେଲା କାର: ଚାଲିଗଲା ମା’-ପୁଅଙ୍କ ଜୀବନ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ...

Advertisement
Archives

Model This Week