ଯାଜପୁର

ମିଲର ଆସୁନାହାନ୍ତି, ମଣ୍ଡିରେ ଧାନ ଗଦା ହୋଇଛି

ବିଞ୍ଝାରପୁର,୩୦।୧(ଡି.ଏନ.ଏ.):ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଟୋକନର ଅବଧି ସରିବାକୁ ବସିଥିବା ବେଳେ ମିଲର ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ୨୫ ଦିନ ହେଲା ମଣ୍ଡିରେ ଧାନ ଜମାକାରୀ ଶୀତ କାକରରେ ଗାଡି ଅପେକ୍ଷାରେ ଚାଷୀ ପଡି ରହଛନ୍ତି। ଏଭଳି ଘଟଣା ଦେଖିବାକୁ…

କାନ୍ଦୁଛନ୍ତି ଶିଳ୍ପ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୩୦ା୧:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଆଶା ରଖି ଶିଳ୍ପ କାରଖାନାକୁ ସ୍ବାଗତ କରିଥିବା କଳିଙ୍ଗନଗର ଅଞ୍ଚଳର କେତେକ ବିସ୍ଥାପିତ ପରିବାର ଏବେ କାନ୍ଦୁଛନ୍ତି। ନିଜର ହକ୍‌ ପାଇଁ ଦାବି, ଆନ୍ଦୋଳନ ଆଦି ହେଉଥିଲେ ହେଁ କାରଖାନା…

ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା

ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା ବେଳେ ତଦନ୍ତ ଅଧିକାରୀମାନେ ଚାପଗ୍ରସ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ହୋଇଥିବା ହିତାଧିକାରୀ…

ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତସହିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ସମିଆ, ଶାଳପଡ଼ା ଓ ବୈରୀ ପଞ୍ଚାୟତରେ ବ୍ୟାପକ ଭାବରେ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏଥିରୁ କୌଣସି ଗୋଟିଏ ବି ଖାଦାନକୁ ଲିଜ୍‌ ଦିଆ ଯାଇ ନ ଥିଲେ ମଧ୍ୟ…

ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା

ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ ଖର୍ଚ୍ଚ କରାଯାଇଛି। ତଥାପି ସରକାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ସନ୍ତୋଷଜନକ…

ଟାର୍ଗେଟ୍‌ ଦେବା ନାଁରେ କୋଟିଏ ଆଦାୟ

ଯାଜପୁର ଅଫିସ,୨୯।୧: ଚାଷୀ ଓ ଚାଷଙ୍କ ପିଛା ଛାଡୁନି ସଙ୍କଟ। ଯାଜପୁର ଜିଲା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପଞ୍ଜୀକରଣ ଉପରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡ଼ିଛି। ଏହାବାଦ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ଏବଂ ମହିଳା ସ୍ବୟଂ…

କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ ହାଇକୋର୍ଟ, ଏନ୍‌ଜିଟି, ରାଜ୍ୟ ସରକାର, ଜିଲା ପ୍ରଶାସନଙ୍କ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲେ ହେଁ…

ସରିଲା ଓଳାଶୁଣୀ ଗୁମ୍ଫାମେଳା

ଚଣ୍ଡିଖୋଲ,୨୮ା୧(ଡି.ଏନ.ଏ.): ଓଳାଶୁଣୀ ଗୁମ୍ଫାମେଳା ୧୦ଦିନରେ ଶୁକ୍ରବାର ଶେଷ ହୋଇଛି। ଶନିବାର ମେଳା ପଡ଼ିଆରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପ୍ରଶାସନିକ ଅଧିକାରୀ ବିଦାୟ ନେବେ। ପୋଲିସ ପକ୍ଷରୁ ହୋଇଥିବା ଅସ୍ଥାୟୀ ଶିବିରଗୁଡ଼ିକ ହଟିଯିବ। ଏଥି ସହିତ ବିଦ୍ୟୁତ୍‌ ଯୋଗାଣ ମଧ୍ୟ ବନ୍ଦ…

୨ ଧାନଗଦା ଜଳିଗଲା

ସିଂହପୁର,୨୭।୧(ଡି.ଏନ୍‌.ଏ.): ବିଞ୍ଝାରପୁର ଥାନା ତଥା ଜରୀ ଫାଣ୍ଡି ଅଧୀନ ଜରୀଗ୍ରାମର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରମେଶ ମଳିକ ଏବଂ କାମଦେବ ମଳିକଙ୍କ ୨ଟି ଧାନ ଗଦା ପୋଡି ପାଉଁଶ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଜରୀ ରାଜସ୍ବ…

ଫେବୃୟାରୀ ୧୩ରୁ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୨୬ା୧: ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନ ହେଲେ ହେଁ ଷ୍ଟେଟ ଆନଭାର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ଠିକାସଂସ୍ଥା ଏନ୍‌ବିସିସି ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍‌)ର ଯାଏ ଆସେ କେତେ। ଏଭଳି ମନୋଭାବ ରଖି…

ଘର ନ ଦେବାକୁ ୯୭୪ ଅଭିଯୋଗ

ବରୀ,୨୬ା୧(ଡି.ଏନ.ଏ.): ବରୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଘର ନ ଦେବାକୁ ୯୭୪ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ବ୍ଲକ୍‌ ଅଧୀନ ୨୯ ପଞ୍ଚାୟତର ୨୮୧୦ ହିତାଧିକାରୀଙ୍କୁ ଚୟନ କରାଯାଇ ପ୍ରତି…

ରାସ୍ତା ନିର୍ମାଣର ଶେଷ ପର୍ଯ୍ୟାୟରେ ଗଛକଟା

ଚଣ୍ଡିଖୋଲ,୨୫ା୧(ଡି.ଏନ.ଏ.): ଚାରବାଟିଆ ପୂର୍ତ୍ତ ବିଭାଗ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ବିଭାଗ ଅଧୀନରେ ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri