ବିଇଓଙ୍କ ପତ୍ରକୁ ୪ ମାସ ଚାପି ଦିଆଗଲା

ଯାଜପୁର ଅଫିସ,୧୧ା୨: ଗତ ଏକ ଦଶନ୍ଧି ହେଲା ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ହେଲେ ବାଡ଼ ଫସଲ ଖାଇବା ସଦୃଶ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେବା ଆଳରେ ମାସ ମାସ ଧରି ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଉଥିବାରୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ପରାହତ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି। ଆରଡିସିଙ୍କ ନିର୍ଦ୍ଦେଶ ଆଧାରରେ କୋରେଇ ବିଇଓ(ବ୍ଲକ ଶିକ୍ଷାଧିକାରୀ) ୯ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ ପତ୍ର ଲେଖିଥିଲେ ା ହେଲେ ତାହାକୁ ଜାଣିଶୁଣି ଚାପି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ା
ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ୍‌ ତଲବ ହୋଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ଏହିକ୍ରମରେ ଯାଜପୁର ଜିଲା କୋରେଇ ବ୍ଲକରେ ୯ ଜଣ ନକଲି ପ୍ରମାଣପତ୍ର ବଳରେ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ଅଭିଯୋଗ ଉପରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଗତ ୮ା୮ା୨୦୨୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଭିତ୍ତି କରି କୋରେଇ ବିଇଓ ତାଙ୍କ ପତ୍ରସଂଖ୍ୟା ୧୩୦୯/୨୩ା୯ା୨୦୨୨ରେ ବ୍ୟାସନଗର ତହସିଲଦାରଙ୍କୁ ୯ ଜଣ ପ୍ରାଥମିକ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ସମ୍ପୃକ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ଲେଖିଥିଲେ। ଉକ୍ତ ପତ୍ରରେ କୋରେଇ ବ୍ଲକ ଅସନଝର ପ୍ରାଥମିକ ସ୍କୁଲର ଅନ୍ନପୂର୍ଣ୍ଣା ଦେହୁରା ଓ ସୁଶାନ୍ତ କୁମାର ନାୟକ, ରାମକ୍ରିଷ୍ଣାପୁର ପ୍ରାଥମିକ ସ୍କୁଲର ଭଗବତୀ ଦେହୁରୀ, ଏମ୍‌ଏଲଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ, ଧନତ୍ରୀ ପ୍ରାଥମିକ ସ୍କୁଲର ମଧୁସୁଦନ ନାୟକ, ଏସ.କେ. ଗଡିଆ ପ୍ରାଥମିକ ସ୍କୁଲର ବିପିନ ନାୟକ, କଡମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ, ସୋଲବନ୍ଦୀ ପ୍ରାଥମିକ ସ୍କୁଲର ପ୍ରକାଶ ଚନ୍ଦ୍ର ଜେନା ଓ ଯୁଗଳ ନୂତନ ପ୍ରାଥମିକ ସ୍କୁଲର ସରୋଜିନୀ ସ୍ବାଇଁଙ୍କ ନାମ ରହିଥିଲା। ଉକ୍ତ ପତ୍ରକୁ ବ୍ୟାସନଗର ତହସିଲ ଅଫିସ କର୍ତ୍ତୃପକ୍ଷ ସିଲ ସହ ୨୬ା୯ା୨୦୨୨ରେ ଗ୍ରହଣ କରିଥିବା ମଧ୍ୟ ସ୍ବାକ୍ଷର ରହିଛି। ଇତିମଧ୍ୟରେ ପାଖାପାଖି ୫ ମାସ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ କେଉଁ ସ୍ବାର୍ଥ ରଖି ବିଇଓଙ୍କ ଉକ୍ତ ପତ୍ରକୁ ଚାପି ଦିଆଯାଇଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ଏହି ବ୍ଲକର ଅନେକ ଶିକ୍ଷକ ପଡ଼ୋଶୀ ଜିଲାରେ କିଛି ଜମି କିଣି ସେଥିରେ ତହସିଲଭୁକ୍ତ ଜାତି ଓ ଜନଜାତି ଦର୍ଶାଇ ଜମି ପଟ୍ଟା ହାସଲ କରିଛନ୍ତି। ଉକ୍ତ ପଟ୍ଟା ବଳରେ ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରି ଆସୁଛନ୍ତି। ଏଥିରେ କେତେକ ଜିଲା ଓ ରାଜ୍ୟସ୍ତରୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରି ସେହି ନକଲି ପ୍ରମାଣଧାରୀଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାରେ ଜଣେ ଯୁବକ କେନ୍ଦୁଝର ଘସିପୁରା ତହସିଲ ଅଞ୍ଚଳରେ ୨ ଡେସମିଲ ଜମି କିଣି ସେଥିରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମିପଟ୍ଟା ବଳରେ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଏକ ସ୍କୁଲରେ ସରକାରୀ ଶିକ୍ଷକତା କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ମଧ୍ୟ ଏଯାଏ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ। ସେହିପରି ବଡ଼ଚଣା ବିଇଓଙ୍କ ନାମରେ ଅଭିଯୋଗ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରିବାରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଛି। ଏଭଳି ଅନେକ ଅନିୟମିତତାରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସହଯୋଗ କରାଯାଉଥିବା ଅଭିଯୋଗ ହେଉଛି। ଯାହାକି କୋରେଇ ବିଇଓଙ୍କ ପତ୍ରକୁ ଚାପି ଦେଉଥିବା ଘଟଣାର ସନ୍ଦେହ ଦୃଢ଼ୀଭୂତ ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ଆଉ ୨ରୁ୩ ଜଣଙ୍କ ତଦନ୍ତ କରିବାର ବାକି ରହିଛି। ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଅନ୍ୟପକ୍ଷେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପ୍ରଥମେ କହିଛନ୍ତି, ସେଭଳି ଚିଠି ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି। ପରେ ପୁଣି କୋରେଇ ବିଇଓ ମିଛ କହୁଛନ୍ତି, ସେଭଳି କିଛି ଚିଠି ସେ ଦେଇ ନାହାନ୍ତି। ତାଙ୍କୁ ଚିଠି ମାଗ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri