ଆବାସ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ

ରସୁଲପୁର,୧୧ା୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ୨,୪୯୨ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବ। ଏନେଇ ଗାଁସ୍ତରରୁ ବ୍ଲକ୍‌ ପର୍ଯ୍ୟନ୍ତ କସରତ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି। ସେମାନଙ୍କ ତଦନ୍ତକୁ ତଦାରଖ ପାଇଁ ଏକ ନୋଡାଲ କମିଟି ଗଠନ କରାଯାଇଛି। ମାତ୍ର ଏ ସବୁ ପରେ ବି ଯୋଗ୍ୟ ଓ ଅଯୋଗ୍ୟ ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ବିଚ୍ୟୁତି ଘଟିଲେ ଅଧିକାରୀଙ୍କୁ ଦାୟୀ କରାଯିବ ବୋଲି ନିୟମରେ ଉଲ୍ଲେଖ ରହିଛି। ତେଣୁ ଏଭଳି ଅଡୁଆ ସ୍ଥିତିରୁ ବଞ୍ଚିବା ପାଇଁ ପ୍ରଶାସନିକସ୍ତରରେ ଗ୍ରାମସଭାକୁ ଢାଲ କରାଯାଉଛି। ମାତ୍ର ଗ୍ରାମସଭାରେ ପ୍ରସ୍ତୁତ ଖସଡ଼ାକୁ ନେଇ ଜନ ସାଧାରଣ ଓ ଜନପ୍ରତିନିଧିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖସଡ଼ାରେ ଲିପିବଦ୍ଧ ହୋଇଥିବା ତଥ୍ୟରେ ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିଙ୍କୁ ଆବାସ ମିଳିବ ପାରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଫଳରେ ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ତାଲିକାରୁ ବଞ୍ଚତ୍ତ ବହୁ ବ୍ୟକ୍ତି।
୨୬ ଜାନୁୟାରୀ, ୨୦୨୩ରେ ଅନୁଷ୍ଠିତ ଗ୍ରାମସଭା ଆବାସ ଯୋଜନାର ଯୋଗ୍ୟ ଅଯୋଗ୍ୟ ତାଲିକାକୁ ଉଲ୍ଲେଖ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି। ଉକ୍ତ ଗ୍ରାମସଭା ଖସଡ଼ାରେ ଆବାସ ତାଲିକାରେ ଥିବା ହିତାଧିକାରୀ, ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଓ ବାଦପଡ଼ିଥିବା ଯୋଗ୍ୟଅଯୋଗ୍ୟ ପରିବାର ନାମକୁ ଉଲ୍ଲେଖ କରାଯିବ। ଏହଛଡ଼ା ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଅଯୋଗ୍ୟଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ, ପଞ୍ଚାୟତ ଅଭିଯୋଗ ବାକ୍ସରୁ ବାହାରିଥିବା ଅଭିଯୋଗ କପି ଆଦି ସମ୍ପର୍କରେ ଗ୍ରାମସଭାରେ ଉଲ୍ଲେଖ ପାଇଁ ବିଧି ରହିଛି। ମାତ୍ର ଗ୍ରାମସଭା ଖସଡ଼ାରେ କ’ଣ ଲିପିବଦ୍ଧ ତାହାକୁ ଗୋପନୀୟ ରଖାଯାଇଛି। ହିତାଧିକାରୀଙ୍କ ଆଧାର, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ଆଦି ଯୋଡ଼ିବା ଆଳରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଉ ନାହିଁ। ଏହାରି ଭିତରେ ପ୍ରକାଶନର ଶେଷ ତାରିଖ ୩୦ ଜାନୁୟାରୀ ଅତିକ୍ରାନ୍ତ ହୋଇସାରିଲାଣି। ଅସ୍ଥିରତା ସ୍ଥିତି ଉପୁଜିବା ଭୟରେ ତାଲିକା ପ୍ରକାଶ କରାଯିବାରେ ବିଳମ୍ବ ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଜଣେ ବି ଯୋଗ୍ୟ ହିତାଧିକାରୀ ଆବାସରୁ ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ତଦନ୍ତ ଅଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଯୋଗ୍ୟ ଘର ହାତେଇ ଥିବା ପ୍ରମାଣ ମିଳିଲେ ତାଙ୍କ କାର୍ଯ୍ୟାଦେଶକୁ ରଦ୍ଦ କରି ଦିଆଯିବ। ଏପରି କି ଜମାଖାତାକୁ ଟଙ୍କା ଯାଇଥିଲେ, କେସ୍‌ କରି ରିକୋଭରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ଘର ବଣ୍ଟନ କ୍ଷେତ୍ରରେ କେତେ ସ୍ବଚ୍ଛତା ଅବଲମ୍ବନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?