ବିପିଏନ୍‌ଏସ୍‌ଆଇ ଅଗ୍ରଗତି ନୈରାଶ୍ୟଜନକ

ଯାଜପୁର ଅଫିସ,୧୦ା୨:ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନଏସଆଇ)କୁ ଆନ୍ତର୍ଜାତୀକସ୍ତରର ମାନ୍ୟତା ମିଳିବା ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ୧ା୩ା୨୦୨୧ରେ ଉକ୍ତ ଅନୁଷ୍ଠାନକୁ ପୁରୀରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଲିଃ(ଜେସିଡିଏଲ୍‌) ପରିସରକୁ ସ୍ଥାନାନ୍ତର କରାଯାଇଛି ା ୧୯ା୧୨ା୨୦୧୧ରେ ତତ୍କାଳନୀ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଏକ ରଅଣତାରକା ପ୍ରଶ୍ନର ଉତ୍ତରରେ ରାଜ୍ୟ ଷ୍ଟିଲ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ରାଜ୍ୟସଭାରେ ଏହି ଉତ୍ତର ଦେଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ, ଏହି ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟର ପୁର୍ନଗଠନ ହୋଇଛି। ଉକ୍ତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକଳାପ ବୋର୍ଡ ଦ୍ୱାରା ପରିଚାଳିତ ହେବ। ହେଲେ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଏଯାଏ ଚୂଡ଼ାନ୍ତ ଜମି ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଜଣାପଡିଛି। ୨୦୨୦ ମାର୍ଚ୍ଚରୁ ଏହି ଅନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏଯାଏ ଜମି ଚିହ୍ନଟ ଚୂଡ଼ାନ୍ତ ନ ହେବା ଏବଂ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଦିଗରେ ନୈରାଶ୍ୟଜନକ ଅଗ୍ରଗତି ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ପାଇଁ ତାଲିମ ଆଶା ପରାହତ ହୋଇଛି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଷ୍ଟିଲ, ପେଲେଟ, ସ୍ପଞ୍ଜ ଓ ସିମେଣ୍ଟ କାରଖାନା ପରେ ଏକ ତାଲିମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି ା ଏହି କ୍ରମରେ ୩୬ଟି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ପ୍ରସ୍ତାବିତ ଅଧିକାଂଶ ଅନୁଷ୍ଠାନକୁ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳି ପାରିନାହିଁ। ଫଳରେ କଳିଙ୍ଗନଗର ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ, ବିଦ୍ୟୁତକରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମଳି ନ ଥିବାରୁ ଡାଉନଷ୍ଟ୍ରିମ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ହାସଲ ପାଇଁ ପୁରୀରୁ କଳିଙ୍ଗନଗରକୁ ବିପିଏନ୍‌ଏସ୍‌ଆଇ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଧିମେଇ ଚାଲିଥିବାରୁ ଅଞ୍ଚଳର ଯୁବପୀଢିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଡାଉନଷ୍ଟ୍ରିମ ଶିଳ୍ପରେ ଛୋଟବଡ କମ୍ପାନୀକୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବା ଅଭିଯୋଗ ହୋଇଛି ା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାର ହଜାର ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି ା ଏଠାରେ ମେସ୍କୋ ଷ୍ଟିଲକୁ ଉଦାହରଣ ଭାବେ ନିଆଯାଇପାରେ। ଗତ ପ୍ରାୟ ୪ ବର୍ଷ ହେବ ଏହି କାରଖାନା ବନ୍ଦ ଥିବାରୁ ବିସ୍ଥାପିତ ଏବଂ ଶ୍ରମିକମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଏଥିପାଇଁ ସେମାନେ ନିୟମିତ ଭାବେ ଦାବି, ଆନ୍ଦୋଳନ କରୁଥିଲେ ହେଁ ସରକାର କୌଣସି ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ହେଉଛି। ବିପିଏନ୍‌ଏସ୍‌ଆଇ ପାଇଁ ଇଡ୍‌କୋ ପକ୍ଷରୁ ଗତ ୨୯ା୫ା୨୦୨୦ରେ ଦାନଗଦି ତହସିଲ ଅଧୀନ ଯଖପୁରା ଓ କଚେରିଗାଓଁ ମୌଜାରେ ମାତ୍ର ୧୦ ଏକର ଜମି ଆବଣ୍ଟିତ ହୋଇଥିଲା ା ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବା ପରେ ପୁଣି ୨୫ ଏକରକୁ ବୃଦ୍ଧି ହୋଇଛି। ତେବେ ଆର୍ନ୍ତଜାତୀକସ୍ତରର ଲକ୍ଷ୍ୟ ନେଇ ଗଢି ଉଠୁଥିବା ଏହି ଅନୁଷ୍ଠାନ ପାଇଁ ଅନୁନ୍ୟ ୫୦ ଏକର ଜମିର ଆବଶ୍ୟକ ଥିବା ସୂଚନା ମିଳିଛି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ଏଥିପାଇଁ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ ହୋଇଛି ା
ସୂଚନାଯୋଗ୍ୟ, ୨୦୦୨ରେ ପୁରୀଠାରେ ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ହୋଇଥିଲା ା ତେବେ ବିଭିନ୍ନ କାରଣରୁ ସେଠାରେ ଏହି ଅନୁଷ୍ଠାନ ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା ା କଳିଙ୍ଗନଗରଠାରେ ରାଜ୍ୟର ସର୍ବାଧିକ ଷ୍ଟିଲ ଉପତ୍ାଦନ ଲକ୍ଷ୍ୟ ରହିଥିବାରୁ ବିପିଏନ୍‌ଏସ୍‌ଆଇର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ା ଏହି ଅନୁଷ୍ଠାନରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା ହେବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ ା ଏହାବାଦ୍‌ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରି ପାରିବେ ବୋଲି ସୂଚନା ମିଳିଛି ା
ଏ ସଂକ୍ରାନ୍ତରେ ଇଡ୍‌କୋରର ସହକାରୀ ଜମି ଅଧିଗ୍ରହଣ ଅଧିକାରୀ ଜିତେନ୍ଦ୍ର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ନିକଟରେ ବିପିଏନ୍‌ଏସ୍‌ଆଇ ପାଇଁ ୨୫ ଏକର ଜମି ପ୍ରଦାନ କରାଯାଇଛି। ତେବେ ଏହାପରେ ବିପିଏନ୍‌ଏସ୍‌ଆଇ କର୍ତ୍ତୃପକ୍ଷ କୌଣସି ଯୋଗାଯୋଗ ଏଯାଏ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲଙ୍କ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri