ବିପିଏନ୍‌ଏସ୍‌ଆଇ ଅଗ୍ରଗତି ନୈରାଶ୍ୟଜନକ

ଯାଜପୁର ଅଫିସ,୧୦ା୨:ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନଏସଆଇ)କୁ ଆନ୍ତର୍ଜାତୀକସ୍ତରର ମାନ୍ୟତା ମିଳିବା ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ୧ା୩ା୨୦୨୧ରେ ଉକ୍ତ ଅନୁଷ୍ଠାନକୁ ପୁରୀରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଲିଃ(ଜେସିଡିଏଲ୍‌) ପରିସରକୁ ସ୍ଥାନାନ୍ତର କରାଯାଇଛି ା ୧୯ା୧୨ା୨୦୧୧ରେ ତତ୍କାଳନୀ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଏକ ରଅଣତାରକା ପ୍ରଶ୍ନର ଉତ୍ତରରେ ରାଜ୍ୟ ଷ୍ଟିଲ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ରାଜ୍ୟସଭାରେ ଏହି ଉତ୍ତର ଦେଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ, ଏହି ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟର ପୁର୍ନଗଠନ ହୋଇଛି। ଉକ୍ତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକଳାପ ବୋର୍ଡ ଦ୍ୱାରା ପରିଚାଳିତ ହେବ। ହେଲେ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଏଯାଏ ଚୂଡ଼ାନ୍ତ ଜମି ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଜଣାପଡିଛି। ୨୦୨୦ ମାର୍ଚ୍ଚରୁ ଏହି ଅନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏଯାଏ ଜମି ଚିହ୍ନଟ ଚୂଡ଼ାନ୍ତ ନ ହେବା ଏବଂ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଦିଗରେ ନୈରାଶ୍ୟଜନକ ଅଗ୍ରଗତି ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ପାଇଁ ତାଲିମ ଆଶା ପରାହତ ହୋଇଛି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଷ୍ଟିଲ, ପେଲେଟ, ସ୍ପଞ୍ଜ ଓ ସିମେଣ୍ଟ କାରଖାନା ପରେ ଏକ ତାଲିମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି ା ଏହି କ୍ରମରେ ୩୬ଟି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ପ୍ରସ୍ତାବିତ ଅଧିକାଂଶ ଅନୁଷ୍ଠାନକୁ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳି ପାରିନାହିଁ। ଫଳରେ କଳିଙ୍ଗନଗର ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ, ବିଦ୍ୟୁତକରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମଳି ନ ଥିବାରୁ ଡାଉନଷ୍ଟ୍ରିମ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ହାସଲ ପାଇଁ ପୁରୀରୁ କଳିଙ୍ଗନଗରକୁ ବିପିଏନ୍‌ଏସ୍‌ଆଇ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଧିମେଇ ଚାଲିଥିବାରୁ ଅଞ୍ଚଳର ଯୁବପୀଢିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଡାଉନଷ୍ଟ୍ରିମ ଶିଳ୍ପରେ ଛୋଟବଡ କମ୍ପାନୀକୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବା ଅଭିଯୋଗ ହୋଇଛି ା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାର ହଜାର ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି ା ଏଠାରେ ମେସ୍କୋ ଷ୍ଟିଲକୁ ଉଦାହରଣ ଭାବେ ନିଆଯାଇପାରେ। ଗତ ପ୍ରାୟ ୪ ବର୍ଷ ହେବ ଏହି କାରଖାନା ବନ୍ଦ ଥିବାରୁ ବିସ୍ଥାପିତ ଏବଂ ଶ୍ରମିକମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଏଥିପାଇଁ ସେମାନେ ନିୟମିତ ଭାବେ ଦାବି, ଆନ୍ଦୋଳନ କରୁଥିଲେ ହେଁ ସରକାର କୌଣସି ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ହେଉଛି। ବିପିଏନ୍‌ଏସ୍‌ଆଇ ପାଇଁ ଇଡ୍‌କୋ ପକ୍ଷରୁ ଗତ ୨୯ା୫ା୨୦୨୦ରେ ଦାନଗଦି ତହସିଲ ଅଧୀନ ଯଖପୁରା ଓ କଚେରିଗାଓଁ ମୌଜାରେ ମାତ୍ର ୧୦ ଏକର ଜମି ଆବଣ୍ଟିତ ହୋଇଥିଲା ା ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବା ପରେ ପୁଣି ୨୫ ଏକରକୁ ବୃଦ୍ଧି ହୋଇଛି। ତେବେ ଆର୍ନ୍ତଜାତୀକସ୍ତରର ଲକ୍ଷ୍ୟ ନେଇ ଗଢି ଉଠୁଥିବା ଏହି ଅନୁଷ୍ଠାନ ପାଇଁ ଅନୁନ୍ୟ ୫୦ ଏକର ଜମିର ଆବଶ୍ୟକ ଥିବା ସୂଚନା ମିଳିଛି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ଏଥିପାଇଁ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ ହୋଇଛି ା
ସୂଚନାଯୋଗ୍ୟ, ୨୦୦୨ରେ ପୁରୀଠାରେ ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ହୋଇଥିଲା ା ତେବେ ବିଭିନ୍ନ କାରଣରୁ ସେଠାରେ ଏହି ଅନୁଷ୍ଠାନ ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା ା କଳିଙ୍ଗନଗରଠାରେ ରାଜ୍ୟର ସର୍ବାଧିକ ଷ୍ଟିଲ ଉପତ୍ାଦନ ଲକ୍ଷ୍ୟ ରହିଥିବାରୁ ବିପିଏନ୍‌ଏସ୍‌ଆଇର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ା ଏହି ଅନୁଷ୍ଠାନରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା ହେବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ ା ଏହାବାଦ୍‌ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରି ପାରିବେ ବୋଲି ସୂଚନା ମିଳିଛି ା
ଏ ସଂକ୍ରାନ୍ତରେ ଇଡ୍‌କୋରର ସହକାରୀ ଜମି ଅଧିଗ୍ରହଣ ଅଧିକାରୀ ଜିତେନ୍ଦ୍ର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ନିକଟରେ ବିପିଏନ୍‌ଏସ୍‌ଆଇ ପାଇଁ ୨୫ ଏକର ଜମି ପ୍ରଦାନ କରାଯାଇଛି। ତେବେ ଏହାପରେ ବିପିଏନ୍‌ଏସ୍‌ଆଇ କର୍ତ୍ତୃପକ୍ଷ କୌଣସି ଯୋଗାଯୋଗ ଏଯାଏ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?