ଖଣିଜ ପାଣ୍ଠିରୁ ନିର୍ମାଣ ହେବ ମଣ୍ଡି

ଯାଜପୁର ଅଫିସ,୧୨।୨: ରାଜ୍ୟରେ ଖରିଫ ଋତୁ ଧାନ ସଂଗ୍ରହ ଚାଲିଥିବାବେଳେ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିପୁଳ ସଂଖ୍ୟାରେ ଧାନ ବସ୍ତା ମଣ୍ଡିରେ ପଡ଼ି ରହୁଥିବା ବିଧାନସଭାରେ ଅଭିଯୋଗ ହୋଇଥିଲା। ତଦନୁଯାୟୀ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହ ନିବନ୍ଧକ (ଆରସିଏସ୍‌)ଙ୍କ କାର୍ଯ୍ୟାଳୟରୁ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଏବଂ ବହୁମୁଖୀ କୃଷି ସମବାୟ ସମିତି (ଲାମ୍ପ୍ସ)ରେ ଭିତ୍ତିଭୂମି ସୁଦୃଢ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ ଆବଶ୍ୟକ ଅର୍ଥ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌), ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଏବଂ ରାଜ୍ୟ ସରକାରଙ୍କ ସହାୟତା ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହିକ୍ରମରେ ୭ ଦିନ ମଧ୍ୟରେ ଆବଶ୍ୟକ ସୂଚନା ଦେବାକୁ ଆରସିଏସ୍‌ ପକ୍ଷରୁ ରାଜ୍ୟର ସମସ୍ତ ଡିଆରସିଏସ୍‌ଙ୍କୁ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଧାନ ସଂଗ୍ରହ ପାଇଁ ୨,୬୧୬ଟି ପାକ୍ସ ଓ ୩,୩୩୭ ଧାନ ସଂଗ୍ରହ କେନ୍ଦ୍ର (ପିପିସି) ଥିବାବେଳେ ମାତ୍ର ୪,୦୭,୮୮୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) କ୍ଷମତା ବିଶିଷ୍ଟ ୧,୮୩୭ଟି ଗୋଦାମ ରହିଛି, ଯାହାକି ସଂଗ୍ରହ ହେଉଥିବା ଧାନ ପରିମାଣର ମାତ୍ର ୩୧ ପ୍ରତିଶତ ନିମନ୍ତେ ଉର୍ଦ୍ଦିଷ୍ଟ। ଆବଶ୍ୟକ ସ୍ଥଳେ ଗୋଦାମ ଗୃହ ଭଡ଼ାରେ ନେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ହେଁ କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ମିଲର୍ସମାନଙ୍କ ମନମାନି ସହ ନିର୍ଦ୍ଦିଷ୍ଟ ସମୟରେ ଧାନ ଉଠାଣ ହୋଇପାରୁନାହିଁ। ଏଥିଯୋଗୁ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାରେ ୧୨୨ଟି ପାକ୍ସରେ ୩,୮୫୦ ଏମ୍‌ଟି କ୍ଷମତା ବିଶିଷ୍ଟ ୭୭ଟି ଗୋଦାମ ଗୃହ ଥିବା କୁହାଯାଉଛି। କିନ୍ତୁ ଏହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ କେତେକ ପାକ୍ସରୁ ଚାଷୀଙ୍କ ଧାନକୁ ସିଧା ମିଲ୍‌କୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଚାଷୀ ସରକାରୀ ଅଧିକାରୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛନ୍ତି। ୮ା୧୧ା୨୦୧୯ରେ ବରୀ ବିଧାୟିକା ସୁନନ୍ଦା ଦାସ ସୁଜନପୁର ପାକ୍ସରେ ଡବ୍ଲ୍ୟୁଆଇଏଫ୍‌ ଯୋଜନାରେ ଏକ ଗୋଦାମ ଗୃହ ନିର୍ମାଣ କରିବାକୁ ସମବାୟ ସମିତି ସମୂହ ନିବନ୍ଧକ(ଆରସିଏସ୍‌)ଙ୍କୁ ପତ୍ର ଲେଖିଥିଲେ। ସେହିପରି ୧୦ା୯ା୨୦୧୯ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପଣସା ପାକ୍ସରେ ଏକ ଅଫିସ ଗୃହ ଓ ଗୋଦାମ ଗୃହ ନିର୍ମାଣ ଏବଂ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୨୧ା୧ା୨୦୨୧ରେ ୧୦ଟି ପାକ୍ସ ଅଫିସ ଗୃହ ଓ ୭ଟି ଗୋଦାମ ନିର୍ମାଣ କରିବାକୁ ପତ୍ର ଲେଖିଥିଲେ। ବିଡମ୍ବନା ଯେ, ସେଗୁଡିକ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ।
ସରକାରୀ ନିଷ୍ପତ୍ତି ଅନୁସାରେ ଅନୁଗୋଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ପାକ୍ସ ଓ ଲାମ୍ପ୍ସ ମଣ୍ଡିଗୁଡିକର ଭିତ୍ତିଭୂମି ପାଇଁ ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠିରୁ ଅର୍ଥ ବିନିଯୋଗ ହେବ। ଯେଉଁ ମଣ୍ଡିଗୁଡିକରେ କମିଶନ ବାବଦକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସଂଗ୍ରହ ହେଉଛି, ସେଠାରେ ନିଜସ୍ବ ପାଣ୍ଠି ଖର୍ଚ୍ଚ ହେବ ଏବଂ ରାଜ୍ୟ ସରକାର ସମୁଦାୟ ଖର୍ଚ୍ଚର ୩୦% ବହନ କରିବେ। ବରଗଡ, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ସୋନପୁର ଜିଲାରେ ଏଭଳି ମଣ୍ଡି ରହିଛି। ବାକି ୧୪ ଜିଲାରେ ରାଜ୍ୟ ସରକାରଙ୍କ ବଜେଟ୍‌ ଅନୁଯାୟୀ ଭିତ୍ତିଭୂମିର ନିର୍ମାଣ ହେବ। ମଣ୍ଡିଗୁଡିକର ଭିତ୍ତିଭୂମି ସୁଦୃଢ କରିବାକୁ ୩ ପ୍ରକାର ମଡେଲ ଯୋଜନା ହୋଇଛି। ପ୍ରଥମ ହେଉଛି, ଏକ ଅଫିସ ଗୃହ ସହ ୫୦ ଏମ୍‌ଟି କ୍ଷମତାର ଗୋଦାମ, ଦ୍ୱିତୀୟରେ ଏକ ଅଫିସ ଗୃହ, ୨ଟି ୫୦ ଏମ୍‌ଟି କ୍ଷମତା ବିଶିଷ୍ଟ ଗୋଦାମ ଏବଂ ୧୦୦୦ ବର୍ଗଫୁଟ ବିଶିଷ୍ଟ କଭର ଶେଡ୍‌ ଓ କଂକ୍ରିଟ ପ୍ଲାଟଫର୍ମ। ତୃତୀୟରେ ଡିପୋଜିଟ କାଉଣ୍ଟର, ୧୦୦ ସିଟିଂ କ୍ଷମତାର ମିଟିଂ ଗୃହ, ୧୦୦୦ରୁ ୨୪୦୦ ବର୍ଗ ଫୁଟର କଂକ୍ରିଟ ପିଣ୍ଡି, ସାର ଗୋଦାମଗୃହ, ଖାଦ୍ୟଶସ୍ୟ ଗୋଦାମଗୃହ, ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ଓ ନିଜସ୍ବ ବୋରୱେଲ ନିର୍ମାଣ କରାଯିବ। ଏଥିପାଇଁ ୨୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖାଯାଇଛି। ତେବେ ଉପରୋକ୍ତ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri