ଖଣିଜ ପାଣ୍ଠିରୁ ନିର୍ମାଣ ହେବ ମଣ୍ଡି

ଯାଜପୁର ଅଫିସ,୧୨।୨: ରାଜ୍ୟରେ ଖରିଫ ଋତୁ ଧାନ ସଂଗ୍ରହ ଚାଲିଥିବାବେଳେ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିପୁଳ ସଂଖ୍ୟାରେ ଧାନ ବସ୍ତା ମଣ୍ଡିରେ ପଡ଼ି ରହୁଥିବା ବିଧାନସଭାରେ ଅଭିଯୋଗ ହୋଇଥିଲା। ତଦନୁଯାୟୀ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହ ନିବନ୍ଧକ (ଆରସିଏସ୍‌)ଙ୍କ କାର୍ଯ୍ୟାଳୟରୁ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଏବଂ ବହୁମୁଖୀ କୃଷି ସମବାୟ ସମିତି (ଲାମ୍ପ୍ସ)ରେ ଭିତ୍ତିଭୂମି ସୁଦୃଢ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ ଆବଶ୍ୟକ ଅର୍ଥ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌), ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଏବଂ ରାଜ୍ୟ ସରକାରଙ୍କ ସହାୟତା ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହିକ୍ରମରେ ୭ ଦିନ ମଧ୍ୟରେ ଆବଶ୍ୟକ ସୂଚନା ଦେବାକୁ ଆରସିଏସ୍‌ ପକ୍ଷରୁ ରାଜ୍ୟର ସମସ୍ତ ଡିଆରସିଏସ୍‌ଙ୍କୁ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଧାନ ସଂଗ୍ରହ ପାଇଁ ୨,୬୧୬ଟି ପାକ୍ସ ଓ ୩,୩୩୭ ଧାନ ସଂଗ୍ରହ କେନ୍ଦ୍ର (ପିପିସି) ଥିବାବେଳେ ମାତ୍ର ୪,୦୭,୮୮୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) କ୍ଷମତା ବିଶିଷ୍ଟ ୧,୮୩୭ଟି ଗୋଦାମ ରହିଛି, ଯାହାକି ସଂଗ୍ରହ ହେଉଥିବା ଧାନ ପରିମାଣର ମାତ୍ର ୩୧ ପ୍ରତିଶତ ନିମନ୍ତେ ଉର୍ଦ୍ଦିଷ୍ଟ। ଆବଶ୍ୟକ ସ୍ଥଳେ ଗୋଦାମ ଗୃହ ଭଡ଼ାରେ ନେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ହେଁ କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ମିଲର୍ସମାନଙ୍କ ମନମାନି ସହ ନିର୍ଦ୍ଦିଷ୍ଟ ସମୟରେ ଧାନ ଉଠାଣ ହୋଇପାରୁନାହିଁ। ଏଥିଯୋଗୁ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାରେ ୧୨୨ଟି ପାକ୍ସରେ ୩,୮୫୦ ଏମ୍‌ଟି କ୍ଷମତା ବିଶିଷ୍ଟ ୭୭ଟି ଗୋଦାମ ଗୃହ ଥିବା କୁହାଯାଉଛି। କିନ୍ତୁ ଏହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ କେତେକ ପାକ୍ସରୁ ଚାଷୀଙ୍କ ଧାନକୁ ସିଧା ମିଲ୍‌କୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଚାଷୀ ସରକାରୀ ଅଧିକାରୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛନ୍ତି। ୮ା୧୧ା୨୦୧୯ରେ ବରୀ ବିଧାୟିକା ସୁନନ୍ଦା ଦାସ ସୁଜନପୁର ପାକ୍ସରେ ଡବ୍ଲ୍ୟୁଆଇଏଫ୍‌ ଯୋଜନାରେ ଏକ ଗୋଦାମ ଗୃହ ନିର୍ମାଣ କରିବାକୁ ସମବାୟ ସମିତି ସମୂହ ନିବନ୍ଧକ(ଆରସିଏସ୍‌)ଙ୍କୁ ପତ୍ର ଲେଖିଥିଲେ। ସେହିପରି ୧୦ା୯ା୨୦୧୯ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପଣସା ପାକ୍ସରେ ଏକ ଅଫିସ ଗୃହ ଓ ଗୋଦାମ ଗୃହ ନିର୍ମାଣ ଏବଂ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୨୧ା୧ା୨୦୨୧ରେ ୧୦ଟି ପାକ୍ସ ଅଫିସ ଗୃହ ଓ ୭ଟି ଗୋଦାମ ନିର୍ମାଣ କରିବାକୁ ପତ୍ର ଲେଖିଥିଲେ। ବିଡମ୍ବନା ଯେ, ସେଗୁଡିକ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ।
ସରକାରୀ ନିଷ୍ପତ୍ତି ଅନୁସାରେ ଅନୁଗୋଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ପାକ୍ସ ଓ ଲାମ୍ପ୍ସ ମଣ୍ଡିଗୁଡିକର ଭିତ୍ତିଭୂମି ପାଇଁ ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠିରୁ ଅର୍ଥ ବିନିଯୋଗ ହେବ। ଯେଉଁ ମଣ୍ଡିଗୁଡିକରେ କମିଶନ ବାବଦକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସଂଗ୍ରହ ହେଉଛି, ସେଠାରେ ନିଜସ୍ବ ପାଣ୍ଠି ଖର୍ଚ୍ଚ ହେବ ଏବଂ ରାଜ୍ୟ ସରକାର ସମୁଦାୟ ଖର୍ଚ୍ଚର ୩୦% ବହନ କରିବେ। ବରଗଡ, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ସୋନପୁର ଜିଲାରେ ଏଭଳି ମଣ୍ଡି ରହିଛି। ବାକି ୧୪ ଜିଲାରେ ରାଜ୍ୟ ସରକାରଙ୍କ ବଜେଟ୍‌ ଅନୁଯାୟୀ ଭିତ୍ତିଭୂମିର ନିର୍ମାଣ ହେବ। ମଣ୍ଡିଗୁଡିକର ଭିତ୍ତିଭୂମି ସୁଦୃଢ କରିବାକୁ ୩ ପ୍ରକାର ମଡେଲ ଯୋଜନା ହୋଇଛି। ପ୍ରଥମ ହେଉଛି, ଏକ ଅଫିସ ଗୃହ ସହ ୫୦ ଏମ୍‌ଟି କ୍ଷମତାର ଗୋଦାମ, ଦ୍ୱିତୀୟରେ ଏକ ଅଫିସ ଗୃହ, ୨ଟି ୫୦ ଏମ୍‌ଟି କ୍ଷମତା ବିଶିଷ୍ଟ ଗୋଦାମ ଏବଂ ୧୦୦୦ ବର୍ଗଫୁଟ ବିଶିଷ୍ଟ କଭର ଶେଡ୍‌ ଓ କଂକ୍ରିଟ ପ୍ଲାଟଫର୍ମ। ତୃତୀୟରେ ଡିପୋଜିଟ କାଉଣ୍ଟର, ୧୦୦ ସିଟିଂ କ୍ଷମତାର ମିଟିଂ ଗୃହ, ୧୦୦୦ରୁ ୨୪୦୦ ବର୍ଗ ଫୁଟର କଂକ୍ରିଟ ପିଣ୍ଡି, ସାର ଗୋଦାମଗୃହ, ଖାଦ୍ୟଶସ୍ୟ ଗୋଦାମଗୃହ, ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ଓ ନିଜସ୍ବ ବୋରୱେଲ ନିର୍ମାଣ କରାଯିବ। ଏଥିପାଇଁ ୨୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖାଯାଇଛି। ତେବେ ଉପରୋକ୍ତ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?