ଭତ୍ତା ହିତାଧିକାରୀଙ୍କ ଦୁଃଖ ବଢୁଛି
ରସୁଲପୁର,୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ବୟସାଧିକ ଭତ୍ତା ହିତାଧିକାରୀ ସେମାନଙ୍କ ଭତ୍ତା ରାଶି ପାଇବାରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ଦୁଃଖ ବଢ଼ିବାରେ…
ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ
ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ହୋଇଛି। ଏଥିରେ ୩ ଜଣ ଓଟିଇଟି ଏବଂ ଜଣେ ଲେଖାଏ ମାଟ୍ରିକ ଓ ବିଏଡ୍…
ନିର୍ମାଣର ମାସକ ପରେ ଦବିଲା ରାସ୍ତା
ଚଣ୍ଡିଖୋଲ,୬।୫(ଡି.ଏନ.ଏ.): ମାତ୍ର ୧୦ କି.ମି.୫୦୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। ହେଲେ କାର୍ଯ୍ୟ ଶେଷ ହେବାର ମାସକ ପରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି ଓ ଗୋଟିଏ ପାର୍ଶ୍ୱ ଦବିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି…
ଗଳିପୋଲକୁ ନେଇ ରାଜନୀତି
ରସୁଲପୁର,୬।୫(ଡି.ଏନ୍.ଏ): ରସୁଲପୁର ବ୍ଲକର କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାଦଲାପୁର ଛକଠାରେ ଗଳିପୋଲ (ପିୟୁପି) ନିର୍ମାଣକୁ ନେଇ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ କ୍ରମେ ଏହି ଗଳିପୋଲ ହେବାକୁ ଯାଉଥିବାରୁ ଶୁକ୍ରବାର ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା…
ମରଣଯନ୍ତା ପାଲଟିଛି ୫୩ ନଂ.ଏନଏଚ୍
ଯାଜପୁର ଅଫିସ,୬।୫: ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଇଛି। ବିଭିନ୍ନ ବିଭାଗର ସହଯୋଗରେ ହୋଇଥିବା ଏହି…
ଏସ୍ବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଚକ୍ରାନ୍ତ
ଯାଜପୁରରୋଡ୍,୫ା୫(ଡି.ଏନ.ଏ.): ଯାଜପୁର ଜିଲାର ଯାଜପୁରରୋଡ୍ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହାକୁ ଆଖିଆଗରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ୨୦୦୫ରେ ଯାଜପୁରରୋଡ୍ଠାରେ ଅବସ୍ଥାପିତ କରାଯାଇଥିଲା। ଏହି ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଯାଜପୁର ଜିଲାର ୨୭ ଏବଂ କେନ୍ଦ୍ରାପଡ଼ା…
ଅସୁରକ୍ଷିତ ବୌଦ୍ଧପୀଠ
ଚଣ୍ଡିଖୋଲ,୫ା୫(ଡି.ଏନ୍.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ ରୂପେ ପାଳନ କରାଯାଏ। ଓଡ଼ିଶାର ପ୍ରମୁଖ ବୌଦ୍ଧକ୍ଷେତ୍ର ହୀରକ ତ୍ରିଭୁଜ କଟକ ଜିଲାର ଲଳିତଗିରି,…
ନଗଡ଼ାରେ ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ
କାଳିଆପାଣି,୫ା୫(ଡି.ଏନ.ଏ.):ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ନଗଡ଼ାରେ ଆରମ୍ଭ ହେଲାଣି ଜଙ୍ଗଲ କଟା। ବର୍ଷା ଦିନେ ଉକ୍ତ ଚାଷ କରିବା ପାଇଁ ପାହାଡ଼ର ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲରେ…
ଚର୍ଚ୍ଚାରେ ସପକ୍ଷ, ବିପକ୍ଷବାଦୀଙ୍କ ଧାରଣା
ଯାଜପୁର ଅଫିସ୍,୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍ ଅଭିଯୋଗ ମାମଲା ବହୁ ପୁରୁଣା। ଏହି ଲୁଟ ଅଭିଯୋଗରେ ପୂର୍ବରୁ ୧୦ ଜଣ ଲେଖାଏ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସମେତ ୬ ଜଣ ଉପଜିଲାପାଳ…
ଖର୍ଚ୍ଚ ଅଧିକ,ଚାହିଦା ମୁତାବକ ପାଣି ମିଳୁନି
ଯାଜପୁର ଅଫିସ,୪ା୫: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍ବିଏଡିସି)ପାଣ୍ଠିରେ ନିର୍ମାଣ ହେଉଥିବା ୩ଟି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପରୁ ନିର୍ଦ୍ଧାରିତ ଗ୍ରାମବାସୀଙ୍କୁ ଏଯାଏ ସ୍ବଚ୍ଛ ପାଣି ମିଳି ନାହିଁ। ଗତ ୩୧ା୩ା୨୦୨୩ ଏହି…
ରେଳଷ୍ଟେଶନକୁ ୨ୟ ଶ୍ରେଣୀ ମାନ୍ୟତା ଦାବିରେ ଧାରଣା
ଚଣ୍ଡିଖୋଲ,୪ା୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୀ ଠେଙ୍ଗଡରେଳ ଷ୍ଟେଶନକୁ ଦିତୀୟ ଶ୍ରେଣୀ ମାନ୍ୟତା ପ୍ରଦାନ ଦାବିରେ ବୁଧବାରଠାରୁ ଗଣଧାରଣା ଆରମ୍ଭ ହୋଇଛି। ବରୀ ଠେଙ୍ଗଡ ରେଳଷ୍ଟେଶନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏହି ଧାରଣା ଆରମ୍ଭ ହୋଇଥିବାବେଳେ ଆସନ୍ତା ୮…
ସଙ୍କଟରେ ବୁଣାକାରଙ୍କ ଜୀବିକା
ରସୁଲପୁର,୪ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡ ପଞ୍ଚାୟତ ଗୋପାଳପୁର ଗାଁରେ ୧୭ଟି ସମିତି ଅଧୀନରେ ଥିବା ୧୫୦୦ ବୁଣାକାର ପରିବାରର ଜୀବିକା ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ଟସରକୋଷା ଅଭାବରୁ ୩ ହଜାରରୁ ଊର୍ଦ୍ଧ୍ୱ ତନ୍ତଶାଳା ଠପ୍ ହୋଇଯାଇଛି। ଟସର ବସ୍ତ୍ର…
Archives


