୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ

ଯାଜପୁର ଅଫିସ,୧୭।୫ : ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ଦଳା ଛକ ନିକଟରେ ଥିବା ସେନ୍‌କୋ ଜୁଏଲେରି ଶୋ’ରୁମରୁ ସୋମବାର ହୋଇଥିବା ଡକାୟତି ଘଟଣାରେ ପୋଲିସକୁ ଏକ ବଡ଼ ସୁରାକ ମିଳିଛି। ଶୋ’ରୁମର ଗୁପ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ୩ ଲୁଟେରାଙ୍କ ଫଟୋ ପୋଲିସ ପକ୍ଷରୁ ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ସେମାନଙ୍କୁ ଧରାଇ ଦେବାରେ ସହଯୋଗ କରନ୍ତି, ତାଙ୍କ ନାମ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ଯାଜପୁର ରୋଡ ଥାନା ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ତେଣୁ ୯୪୩୮୨୦୨୪୧୫ ଏବଂ ୭୭୫୦୮୨୭୦୦୮ ନମ୍ବରରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ, ଲୁଟେରାମାନଙ୍କୁ ଧରିବାକୁ ଜିଲାର କେତେଜଣ ବଛାବଛା ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏସ୍‌ପି ବିନିତ ଅଗ୍ରୱାଲ ଉକ୍ତ ତଦନ୍ତ ଉପରେ ନଜର ରଖିଛନ୍ତି। ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ ମଧ୍ୟ ମିଳିଥିବା ସୂଚନା ମିଳିଛି। ଲୁଟେରାମାନଙ୍କ ବିଷୟରେ ପୋଲିସକୁ କିଛି ସନ୍ଧାନ ମିଳିଥିବା ସୂଚନା ମିଳିଛି। ଖୁବଶୀଘ୍ର ପୋଲିସ ଚଢାଉ କରିବାକୁ ଯୋଜନା ପ୍ରସ୍ତୁତ କରୁଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ୧ଟା ୨୫ରେ ଲୁଟେରାମାନେ ଉକ୍ତ ଜୁଏଲେରିରେ ପଶି ଲୁଟ୍‌ କରିଥିଲେ ା ସେମାନେ ମାତ୍ର ୪୫ ମିନିଟ୍‌ରେ ପ୍ରାୟ ୧୫ କୋଟି ଟଙ୍କାର ସୁନା ,ହୀରା ଅଳଙ୍କାର ଲୁଟି ନେଇଥିଲେ। ତଳେ ହିରୋ ଶୋ’ରୁମ ଥିଲେ ମଧ୍ୟ ଉପର ମହଲାରେ ଏପରି ଘଟଣା ଘଟିଥିଲା ା ହେଲେ କେହି ବାହାର ଲୋକ ଏ ସମ୍ପର୍କରେ ଆଦୌ ସୁରାକ ପାଇ ପାରି ନ ଥିଲେ। ଗତ ୧୫ ବର୍ଷରେ ବ୍ୟାସନଗର ସହରରେ ଏହି ଲୁଟ୍‌ ଘଟଣାକୁ ମିଶାଇ ୩ ଥର ସୁନା ଅଳଙ୍କାର ଦୋକାନରେ ଡକାୟତି ହୋଇଛି। ଷ୍ଟେଟବ୍ୟାଙ୍କ ସମ୍ମୁଖ କ୍ରିଷ୍ଣା ଜୁଏଲେରିରୁ ୨୦୦୭ ଏବଂ ୨୦୧୧ରେ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ସେତେବେଳେ କିଛି ସୁନା ଅଳଙ୍କାର ଜବତ ହେବା ସହ ୩ ଜଣ ଗିରଫ ହୋଇଥିଲେ। ଏହାପରେ ପୋଲିସ ପକ୍ଷରୁ ଇନ୍ଦିରାଗାନ୍ଧୀ ମହିଳା କଲେଜ ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଏହି ଫାଣ୍ଡି ଏବେ ପ୍ରାୟ ନିଷ୍କ୍ରିୟ ହୋଇ ପଡିଛି। ଅଧିକାଂଶ ସମୟରେ ଫାଣ୍ଡିରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ସୋମବାର ସେନ୍‌କୋ ଜୁଏଲେରିରୁ ଅଳଙ୍କାର ଧରି ଲୁଟେରାମାନେ ଉକ୍ତ ଫାଣ୍ଡି ରାସ୍ତା ଦେଇ ଦ୍ରୁତଗତିରେ ପଳାଇ ଯାଇଥିବା ଶୁଣିବାକୁ ମିଳୁଛି। ତେଣୁ ମହିଳା କଲେଜ ନିକଟସ୍ଥ ଫାଣ୍ଡିକୁ କାର୍ଯ୍ୟକ୍ଷମ କରିବା ଏବଂ ମୁଣ୍ଡୋମାଳ ନିକଟରେ ଅନ୍ୟ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri