୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ

ଯାଜପୁର ଅଫିସ,୧୭।୫ : ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ଦଳା ଛକ ନିକଟରେ ଥିବା ସେନ୍‌କୋ ଜୁଏଲେରି ଶୋ’ରୁମରୁ ସୋମବାର ହୋଇଥିବା ଡକାୟତି ଘଟଣାରେ ପୋଲିସକୁ ଏକ ବଡ଼ ସୁରାକ ମିଳିଛି। ଶୋ’ରୁମର ଗୁପ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ୩ ଲୁଟେରାଙ୍କ ଫଟୋ ପୋଲିସ ପକ୍ଷରୁ ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ସେମାନଙ୍କୁ ଧରାଇ ଦେବାରେ ସହଯୋଗ କରନ୍ତି, ତାଙ୍କ ନାମ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ଯାଜପୁର ରୋଡ ଥାନା ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ତେଣୁ ୯୪୩୮୨୦୨୪୧୫ ଏବଂ ୭୭୫୦୮୨୭୦୦୮ ନମ୍ବରରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ, ଲୁଟେରାମାନଙ୍କୁ ଧରିବାକୁ ଜିଲାର କେତେଜଣ ବଛାବଛା ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏସ୍‌ପି ବିନିତ ଅଗ୍ରୱାଲ ଉକ୍ତ ତଦନ୍ତ ଉପରେ ନଜର ରଖିଛନ୍ତି। ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ ମଧ୍ୟ ମିଳିଥିବା ସୂଚନା ମିଳିଛି। ଲୁଟେରାମାନଙ୍କ ବିଷୟରେ ପୋଲିସକୁ କିଛି ସନ୍ଧାନ ମିଳିଥିବା ସୂଚନା ମିଳିଛି। ଖୁବଶୀଘ୍ର ପୋଲିସ ଚଢାଉ କରିବାକୁ ଯୋଜନା ପ୍ରସ୍ତୁତ କରୁଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ୧ଟା ୨୫ରେ ଲୁଟେରାମାନେ ଉକ୍ତ ଜୁଏଲେରିରେ ପଶି ଲୁଟ୍‌ କରିଥିଲେ ା ସେମାନେ ମାତ୍ର ୪୫ ମିନିଟ୍‌ରେ ପ୍ରାୟ ୧୫ କୋଟି ଟଙ୍କାର ସୁନା ,ହୀରା ଅଳଙ୍କାର ଲୁଟି ନେଇଥିଲେ। ତଳେ ହିରୋ ଶୋ’ରୁମ ଥିଲେ ମଧ୍ୟ ଉପର ମହଲାରେ ଏପରି ଘଟଣା ଘଟିଥିଲା ା ହେଲେ କେହି ବାହାର ଲୋକ ଏ ସମ୍ପର୍କରେ ଆଦୌ ସୁରାକ ପାଇ ପାରି ନ ଥିଲେ। ଗତ ୧୫ ବର୍ଷରେ ବ୍ୟାସନଗର ସହରରେ ଏହି ଲୁଟ୍‌ ଘଟଣାକୁ ମିଶାଇ ୩ ଥର ସୁନା ଅଳଙ୍କାର ଦୋକାନରେ ଡକାୟତି ହୋଇଛି। ଷ୍ଟେଟବ୍ୟାଙ୍କ ସମ୍ମୁଖ କ୍ରିଷ୍ଣା ଜୁଏଲେରିରୁ ୨୦୦୭ ଏବଂ ୨୦୧୧ରେ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ସେତେବେଳେ କିଛି ସୁନା ଅଳଙ୍କାର ଜବତ ହେବା ସହ ୩ ଜଣ ଗିରଫ ହୋଇଥିଲେ। ଏହାପରେ ପୋଲିସ ପକ୍ଷରୁ ଇନ୍ଦିରାଗାନ୍ଧୀ ମହିଳା କଲେଜ ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଏହି ଫାଣ୍ଡି ଏବେ ପ୍ରାୟ ନିଷ୍କ୍ରିୟ ହୋଇ ପଡିଛି। ଅଧିକାଂଶ ସମୟରେ ଫାଣ୍ଡିରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ସୋମବାର ସେନ୍‌କୋ ଜୁଏଲେରିରୁ ଅଳଙ୍କାର ଧରି ଲୁଟେରାମାନେ ଉକ୍ତ ଫାଣ୍ଡି ରାସ୍ତା ଦେଇ ଦ୍ରୁତଗତିରେ ପଳାଇ ଯାଇଥିବା ଶୁଣିବାକୁ ମିଳୁଛି। ତେଣୁ ମହିଳା କଲେଜ ନିକଟସ୍ଥ ଫାଣ୍ଡିକୁ କାର୍ଯ୍ୟକ୍ଷମ କରିବା ଏବଂ ମୁଣ୍ଡୋମାଳ ନିକଟରେ ଅନ୍ୟ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri