ଲୋପ ପାଇବେ ବିଞ୍ଝାରପୁରୀ ଗାଈ

ଯାଜପୁର ଅଫିସ,୧୮ା୫: ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦକୁ ୨୦୧୦ ମେ ମାସରେ ଜାତୀୟ ମାନ୍ୟତା ମିଳିଥିଲା। ଏହାସହ ମାଲକାନଗିରି ଜିଲାର ମୋଟୁ, ଗଞ୍ଜାମ ଓ ଫୁଲବାଣୀ ଜିଲାର ଘୁମୁସୁରୀ, ନୂଆପଡ଼ା ଜିଲାର ଖରିଆର, ପୁରୀ ଓ ଖୋର୍ଦ୍ଧା ଜିଲାର ଚିଲିକା ଗୋସମ୍ପଦକୁ ଏହି ମାନ୍ୟତାରେ ସାମିଲ କରାଯାଇଥିଲା। ଏପରି ଜାତୀୟ ମାନ୍ୟତା ମିଳିବାର ଆଜକୁ ୧୩ ବର୍ଷ ପୁରି ଯାଇଛି। କିନ୍ତୁ ସରକାରୀ କଳର ପ୍ରୋତ୍ସାହନ ଓ ଆନ୍ତରିକତା ଅଭାବରୁ ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦର ସଂରକ୍ଷଣ ଓ ଉନ୍ନତି ନୈରାଶ୍ୟଜନକ ହୋଇଛି। ଚାରଣଭୂମିର ସଙ୍କୋଚନ ଓ ସବୁଜ ଘାସର ଅଭାବ ଯୋଗୁ ଏହି ପ୍ରଜାତିର ଗାଈଙ୍କ ସଂଖ୍ୟା, ପ୍ରଜନନ ଓ ଦୁଗ୍ଧ ଉପତ୍ାଦନ କ୍ଷମତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପ୍ରଜାତିର ଗୋ ସମ୍ପଦକୁ ଅଧିକ ପ୍ରୋତ୍ସାହନ ଦିଆଯାଉଥିବାରୁ ଏହି ଦେଶୀ ଗୋସମ୍ପଦ କ୍ରମଶଃ ଅଞ୍ଚଳରୁ ଲୋପ ପାଇଯିବ ବୋଲି ମତପ୍ରକାଶ ପାଇଛି।
ଜିଲାର ନାଉବାଙ୍କ ଗ୍ରାମର ଚାଷୀ ଅଶୋକ ପାତ୍ରଙ୍କ କହିବା ଅନୁଯାୟୀ, ବିଞ୍ଝାରପୁରୀ ଗାଈ ସହ ଅନ୍ୟ ପ୍ରଜାତିର ଗାଈଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ବଂଶ ବୃଦ୍ଧ ପ୍ରକ୍ରିୟାକୁ ବେଶୀ ଗୁରୁତ୍ୱ ଦିଆଯାଉନାହିଁ। ଗୋଚର ଜମି କମିଛି । ଫଳରେ ଗୋସମ୍ପଦଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମିଳୁନାହିଁ। ଜରି ଗ୍ରାମର ସୁବାସ ମଳିକ କହିଛନ୍ତି, ମୋ ଗୁହାଳ ଯୋଜନାରେ ସମସ୍ତ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଘାସ ଯୋଜନାରେ ସରଳୀକରଣ ଅଭାବରୁ ତା’ର ସୁଫଳ ବାସ୍ତବ ଚାଷୀ ପାଇ ପାରୁନାହାନ୍ତି। ଏଥିଯୋଗୁ ବିଞ୍ଝାରପୁରୀ ଗାଈ ସଂଖ୍ୟା ହ୍ରାସ ପାଉଛି। ଜରି ଗ୍ରାମର ଚାଷୀ ନିମାଇଁ ଦାସ କହିଛନ୍ତି, ସରକାରୀ ପ୍ରୋତ୍ସାହନ ଅଭାବରୁ ବିଞ୍ଝାରପୁରୀ ଗାଈ ସଂଖ୍ୟା ହ୍ରାସ ପାଉଛି। ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନାହିଁ।
ଯାଜପୁର ଜିଲାର ବିଞ୍ଝାରପୁର, ବରୀ, ସୁଜନପୁର, ଦଶରଥପୁର ଏବଂ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ବିଞ୍ଝାରପୁରୀ ପ୍ରଜାତିର ଗାଈ ଅଧିକ ଦେଖାଯାନ୍ତି। ଏହି ଗୋସମ୍ପଦର ରଙ୍ଗ ବିଶେଷକରି ଧଳା ହୋଇଥିବାବେଳେ ସ୍ଥଳ ବିଶେଷରେ ଧୁଷର, ବାଦାମୀ ଓ କଳା ରଙ୍ଗର ହୋଇଥାନ୍ତି। ଜନ୍ମବେଳେ ଅଣ୍ଡିରା ବାଛୁରୀର ଓଜନ ପ୍ରାୟ ୨୦ କେଜି ଓ ମାଈ ବାଛୁରୀର ଓଜନ ପ୍ରାୟ ୧୮ କେଜି ହୋଇଥାଏ। ଶରୀର ଲମ୍ବରେ ଅଣ୍ଡିରା ଗୋରୁଙ୍କ ପ୍ରାୟ ୧୨୬ ସେଣ୍ଟିମିଟର ଓ ମାଈ ଗୋରୁଙ୍କ ପ୍ରାୟ ୧୧୫ ସେଣ୍ଟିମିଟର ଅଣ୍ଡିରା ଓ ମାଈ ଗୋରୁଙ୍କ ଉଚ୍ଚତା ଯଥାକ୍ରମେ ପ୍ରାୟ ୧୨୧ ଓ ୧୦୭ ସେଣ୍ଟିମିଟର କେବଳ ଘାସ ଖାଇ ଏହି ଗାଈ ଦୈନିକ ସାଢେ ୪ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାଏ। ଦାନା ଖାଇଲା ପରେ ଦୁଗ୍ଧ ଉପତ୍ାଦନ ୭ ଲିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ୩୦୦ ଦିନ ପର୍ଯ୍ୟନ୍ତ ଦୁଗ୍ଧ ଉପତ୍ାଦନ କ୍ଷମତା ଥିଲେ ହେଁ ଆଜିକାଲି ପରିବେଶ ଓ ପରିସଂସ୍ଥା ସଠିକ ଭାବେ ପରିଚାଳିତ ହେଉ ନ ଥିବାରୁ ଦୁଗ୍ଧ ଦେବା ସମୟ ୨ଶହ ଦିନକୁ ହ୍ରାସ ପାଇଛି। ୨୦୧୫ ଅକ୍ଟୋବରରେ ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ପରିଷଦ(ଓଏଲଆରଡିଏସ) ପକ୍ଷରୁ ଯାଜପୁର ବ୍ଲକର ବେବିଲଠାରେ ବିଞ୍ଝାରପୁରୀ ଗୋ ପ୍ରୋତ୍ସାହନ ଓ ଉପତ୍ାଦନ ସମିତି ପ୍ରତିଷ୍ଠା ହୋଇଥିଲା। ସମିତି ପକ୍ଷରୁ ୫ କ୍ଲଷ୍ଟର ସହାୟତାରେ ୫ଶହ ବିଞ୍ଝାରପୁରୀ ଗାଈ ଚିହ୍ନଟ କରାଯାଇଥିଲା। ଗତ ଡିସେମ୍ବରରୁ ପ୍ରତ୍ୟେକ ଗାଈ ପିଛା ୨୦୦ ଟଙ୍କା ଲେଖାଏଁ ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଏହାବାଦ୍‌ ଆବଶ୍ୟକ ଔଷଧ ଓ ଜୀବନବୀମା ମଧ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ସମିତି ପ୍ରାୟ ନିଷ୍କ୍ରିୟ ହୋଇଥିବାବେଳେ ଏହିସବୁ ସରକାରୀ ପ୍ରୋତ୍ସାହାନ ଏବେ ହ୍ରାସ ପାଇଛି। ଫଳରେ ସମିତିର କାର୍ଯ୍ୟଧାରା ଧିମେଇ ଯାଇଛି। ଏ ନେଇ ସମିତି ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଓଏଲଆରଡିଏସ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ପୂର୍ବପରି ଗୋରୁ ରଖିବାର ଆଗ୍ରହ କମି ଯାଇଛି। ଗୋଚର ଜମି ଜବରଦଖଲ ଯୋଗୁ ଚାରଣଭୂମିର ଅଭାବ ସମେତ ଅବାଧ ଚୋରାଚାଲାଣ, ଗୋହତ୍ୟା, ରୋଗ ଆଦି ପ୍ରମୁଖ କାରଣ ଏହି ଦେଶୀ ଗାଈଙ୍କ ସଂଖ୍ୟା କମିବାର ପ୍ରମୁଖ କାରଣ ହୋଇଛି। ପୂର୍ବରୁ ଏହି ପ୍ରଜାତିର ଗୋସମ୍ପଦ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚୁଥିଲେ। କିନ୍ତୁ ଏବେ ତାହା ହ୍ରାସ ପାଇ ୧୫ ବର୍ଷ ବୟସକୁ ପହଞ୍ଚିଛି। ଆଗରୁ ପ୍ରତ୍ୟେକ ଗାଈ ୫ ରୁ ୭ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥିଲାବେଳେ ଏବେ ୩ ରୁ ୫ ଲିଟର ଦେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଯାଜପୁର ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ପଦ୍ମନାଭ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲକୁ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?