ଯାଜପୁର-କେନ୍ଦ୍ରାପଡ଼ା ସୀମାରେ ଚୋରାତେଲ କାରବାର

ବାଲିଚନ୍ଦ୍ରପୁର,୧୮ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥର ଯାଜପୁର-କେନ୍ଦ୍ରାପଡ଼ା ଜିଲା ସୀମାନ୍ତ ଇଲାକାରେ ବ୍ୟାପକ ଚୋରା ପେଟ୍ରୋଲ, ଡିଜେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ଶେଷ ଭାଗ ହେଉଛି ପାରିପଲେଇ ଛକ ଓ କେନ୍ଦ୍ରାପଡ଼ା ଜିଲାର ଆରମ୍ଭ ସ୍ଥାନଟି ହେଉଛି ପଞ୍ଚୁପାଣ୍ଡବ ଛକ। ପଞ୍ଚୁପାଣ୍ଡବ ଛକଟି ଡେରାବିଶ ଥାନା ଅଧୀନରେ ରହିଥିବାବେଳେ ପାରିପଲେଇ ଅଞ୍ଚଳଟି ବାଲିଚନ୍ଦ୍ରପୁର ଥାନା ଅଧୀନରେ ରହିଛି। ପଞ୍ଚୁପାଣ୍ଡବ ଛକଠାରୁ ଳକ୍ଷ୍ମୀନାରାୟଣପୁର ପର୍ଯ୍ୟନ୍ତ ଡେରାବିଶ ଥାନା ଅଞ୍ଚଳରେ ବହୁଳମାତ୍ରାରେ ଏହି ଚୋରା ତେଲ କାରବାର ହେଉଛି। ପଞ୍ଚୁପାଣ୍ଡବ ଛକ ଉପରେ ରହିଛି ଏକ ହୋଟେଲ। ଏହି ହୋଟେଲ ପଛପଟେ ଦୈନିକ ୧୦/୨୦ ତେଲ ବୋଝେଇ ଟ୍ୟାଙ୍କର ଘଣ୍ଟାକୁ ଘଣ୍ଟା ପସୁଛନ୍ତି ବାହାରୁଛନ୍ତି। ହୋଟେଲର ନା କେବଳ ଲେଖାଯାଇଛି। ମାତ୍ର ପଛପଟେ ଟ୍ୟାଙ୍କରରୁ ବିପୁଳ ପେଟ୍ରୋଲ, ଡିଜେଲ ବାହାର କରାଯାଉଛି। ଡେରାବିଶ ପୋଲିସ ପାଟ୍ରୋଲିଂ କରୁଥିଲେ ମଧ୍ୟ ଦେଖି ନ ଦେଖିଲା ପରି ଚାଲିଯାଉଛି। ପରୋକ୍ଷରେ ପୋଲିସ ସୁରକ୍ଷା ବଳୟରେ ଏହି କାରବାର ହେଉଥିବା ପଞ୍ଚୁପାଣ୍ଡବ ଛକରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ବାଲିଚନ୍ଦ୍ରପୁର ଥାନା ଇଲାକାର ପାରିପଲେଇ ଛକ ଗୋବରୀ ନଦୀକୂଳ ନିକଟରେ ଉକ୍ତ ଗ୍ରାମର କେତେଜଣ ଯୁବକ କ୍ୟାବିନ ପକାଇ ଜଗିବସୁଛନ୍ତି ତେଲ ବୋଝେଇ ଟ୍ୟାଙ୍କରକୁ। ଯାହାର ଯେଉଁ ଗାଡ଼ି ସହିତ ଯୋଗାଯୋଗ ଅଛି ସେମାନେ ସେହି କ୍ୟାବିନ ପାଖରେ ଅଟକି ରହି ପେଟ୍ରୋଲ, ଡିଜେଲ ଦିନ ଦ୍ୱିପ୍ରହରରେ କାଢୁଥିବା ଦେଖିବାକୁ ମିଳୁଛି।
କିଛି ଦିନ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଏହି କାରବାର ବନ୍ଦ ଥିବାବେଳେ ଏବେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଫିଆ। ଏମାନେ ଟ୍ୟାଙ୍କରରୁ ବ୍ୟାରେଲ ଯୋଗେ ତେଲ କାଢିନେଇ ନିଜ ଗାଁ ପାରିପଲେଇରେ ଗଚ୍ଛିତ ରଖୁଛନ୍ତି। ଗ୍ରାମାଞ୍ଚଳରେ ଯେଉଁଠି ତେଲର ଆବଶ୍ୟକତା ପଡ଼େ ଏହି ମାଫିଆମାନେ ସେଠାରେ ନେଇ ପହଞ୍ଚାଇଦେଇ ଆସୁଛନ୍ତି। ସେହିପରି ବାଲିଚନ୍ଦ୍ରପୁର ଥାନା କଟିକଟା ଛକ ଜାତୀୟ ରାଜପଥ କଡ଼ରେ ଏକ ବରଗଛ ମୂଳେ ଥିବା ପରିତ୍ୟକ୍ତ ଢାବାରେ ମଧ୍ୟଏହି କାରବାର ଚାଲୁଥିବା ଦେଖାଯାଉଛି। ଏମାନଙ୍କ ନିକଟରେ ଟ୍ୟାଙ୍କରୁ ତାଲା ଖୋଲିବାର ଅବିକଳ ନକଲ ଚାବି ରହିଥିବାରୁ ସହଜ ଉପାୟରେ ତେଲ କାଢିପାରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ତୈଳକମ୍ପାନୀ, ଟାଙ୍କି ଓ ଟ୍ୟାଙ୍କର ମାଲିକମାନେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାଲିଚନ୍ଦ୍ରପୁର ଓ ଡେରାବିଶ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେଣୁ ଏହି ଚୋରା ତେଲ କାରବାର ବନ୍ଦ ପାଇଁ ଉଭୟ ଜିଲାର ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri