୩ ଦିନ ପରେ ବି ପୋଲିସ ହାତ ଖାଲି

କଳିଙ୍ଗନଗର,୧୮ା୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ସେନ୍‌କୋ ଜୁଏଲେରି ଶୋ’ରୁମ୍‌ ଲୁଟ୍‌ ଘଟଣାକୁ ବୁଧବାର ୩ ଦିନ ବିତିଛି। ହେଲେ ଡକାୟତମାନଙ୍କୁ ଠାବ କରିବାରେ ପୋଲିସ ବିଫଳ ହୋଇଛି । ମଙ୍ଗଳବାର ପୋଲିସ ଅଭିଯୁକ୍ତମାନଙ୍କ ଫଟୋ ଜାରି କରିବା ସହିତ ସୂଚନାଦାତାଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଥିଲା।ଏଥିପାଇଁ ୭ ପୃଥକ୍‌ ଟିମ୍‌ ଗଠନ କରାଯାଇ ତନାଘନା ଚାଲିଛି ା ଉକ୍ତ ଟିମ୍‌ ବିଭିନ୍ନ ଅଞ୍ଚଳକୁ ଯାଇ ସିସିଟିଭି ଫୁଟେଜକୁ ଆଧାର କରି ଖୋଳତାଡ ଚଳାଇଛି । ବୁଧବାର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୋ’ରୁମକୁ ଆସି ଘଟଣାର ତଦନ୍ତ କରିବା ସହିତ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଖୁବ୍‌ଶୀଘ୍ର ପୋଲିସ ହାତରେ ଡକାୟତମାନେ ଧରାପଡିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସହରର ବିଭିନ୍ନ ସୁନା ଅଳଙ୍କାର ବ୍ୟବସାୟୀ ମଧ୍ୟ ଆଇଜିଙ୍କୁ ଭେଟି ଉକ୍ତ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ା ଡକାୟତମାନଙ୍କୁ ଗିରଫ କରିବା ସହିତ ଲୁଟ ଅଳଙ୍କାର ଜବତ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ସୁନା ବ୍ୟବସାୟୀଙ୍କୁ ସୁରକ୍ଷା ପାଇଁ ଅତିରିକ୍ତ ଥାନା ଖୋଲିବାକୁ ଉକ୍ତ ବ୍ୟବସାୟୀମାନେ ଦାବି କରିଛନ୍ତି ।
ଏହି ଡକାୟତ ସମ୍ପର୍କରେ ଅନୁଧ୍ୟାନ ପାଇଁ ବୁଧବାର ଯାଜପୁର ଏସ୍‌ପି ଭିନିତ ଅଗ୍ରଓ୍ବାଲ ଓ ଆଇଜି ଭୋଳ ପ୍ରଥମେ ଯାଜପୁର ରୋଡ ଥାନାକୁ ଯାଇ ସେଠାରୁ ଜୁଏଲେରି ଶୋ’ରୁମକୁ ଆସିଥିଲେ । ଶୋ’ରୁମରେ ମାଲିକ ଏବଂ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଡକାୟତମାନେ ପ୍ରାୟ ସମସ୍ତ ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟର ହାର୍ଡଡିସ ଖୋଲି ନେଇଥିଲେ। ମାତ୍ର ଗୋଟିଏ ହାର୍ଡଡିସ ସୁରକ୍ଷିତ ଥିବାରୁ ତାହାକୁ ଆଧାର କରି କିଛି ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା ପୋଲିସ । ପରେ ତଳେ ଥିବା ହିରୋ ଶୋ’ରୁମ, ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ, ନିକଟସ୍ଥ ଷ୍ଟେଟବ୍ୟାଙ୍କ ଆଦିର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯାହାକୁ ଆଧାର କରି ପୋଲିସକୁ ଆଉ କିଛି ଅଧିକ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି। ତେବେ ସେମାନେ ଆନ୍ତଃରାଜ୍ୟ ଡକାୟତ ଏବଂ ପଶ୍ଚିମବଙ୍ଗ ସହ ଲିଙ୍କ ଥିବା ଅନୁମାନ କରିଛି ପୋଲିସ। ପୋଲିସ ପୂର୍ବରୁ ୪ ଟି ଟିମ ଗଠନ କରି ତଦନ୍ତ ପାଇଁ ପଠାଇଥିବା ବେଳେ ମଙ୍ଗଳବାର ରାତିରେ ଆଉ ୩ ଟିମ୍‌ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?