୩ ଦିନ ପରେ ବି ପୋଲିସ ହାତ ଖାଲି

କଳିଙ୍ଗନଗର,୧୮ା୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ସେନ୍‌କୋ ଜୁଏଲେରି ଶୋ’ରୁମ୍‌ ଲୁଟ୍‌ ଘଟଣାକୁ ବୁଧବାର ୩ ଦିନ ବିତିଛି। ହେଲେ ଡକାୟତମାନଙ୍କୁ ଠାବ କରିବାରେ ପୋଲିସ ବିଫଳ ହୋଇଛି । ମଙ୍ଗଳବାର ପୋଲିସ ଅଭିଯୁକ୍ତମାନଙ୍କ ଫଟୋ ଜାରି କରିବା ସହିତ ସୂଚନାଦାତାଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଥିଲା।ଏଥିପାଇଁ ୭ ପୃଥକ୍‌ ଟିମ୍‌ ଗଠନ କରାଯାଇ ତନାଘନା ଚାଲିଛି ା ଉକ୍ତ ଟିମ୍‌ ବିଭିନ୍ନ ଅଞ୍ଚଳକୁ ଯାଇ ସିସିଟିଭି ଫୁଟେଜକୁ ଆଧାର କରି ଖୋଳତାଡ ଚଳାଇଛି । ବୁଧବାର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୋ’ରୁମକୁ ଆସି ଘଟଣାର ତଦନ୍ତ କରିବା ସହିତ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଖୁବ୍‌ଶୀଘ୍ର ପୋଲିସ ହାତରେ ଡକାୟତମାନେ ଧରାପଡିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସହରର ବିଭିନ୍ନ ସୁନା ଅଳଙ୍କାର ବ୍ୟବସାୟୀ ମଧ୍ୟ ଆଇଜିଙ୍କୁ ଭେଟି ଉକ୍ତ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ା ଡକାୟତମାନଙ୍କୁ ଗିରଫ କରିବା ସହିତ ଲୁଟ ଅଳଙ୍କାର ଜବତ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ସୁନା ବ୍ୟବସାୟୀଙ୍କୁ ସୁରକ୍ଷା ପାଇଁ ଅତିରିକ୍ତ ଥାନା ଖୋଲିବାକୁ ଉକ୍ତ ବ୍ୟବସାୟୀମାନେ ଦାବି କରିଛନ୍ତି ।
ଏହି ଡକାୟତ ସମ୍ପର୍କରେ ଅନୁଧ୍ୟାନ ପାଇଁ ବୁଧବାର ଯାଜପୁର ଏସ୍‌ପି ଭିନିତ ଅଗ୍ରଓ୍ବାଲ ଓ ଆଇଜି ଭୋଳ ପ୍ରଥମେ ଯାଜପୁର ରୋଡ ଥାନାକୁ ଯାଇ ସେଠାରୁ ଜୁଏଲେରି ଶୋ’ରୁମକୁ ଆସିଥିଲେ । ଶୋ’ରୁମରେ ମାଲିକ ଏବଂ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଡକାୟତମାନେ ପ୍ରାୟ ସମସ୍ତ ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟର ହାର୍ଡଡିସ ଖୋଲି ନେଇଥିଲେ। ମାତ୍ର ଗୋଟିଏ ହାର୍ଡଡିସ ସୁରକ୍ଷିତ ଥିବାରୁ ତାହାକୁ ଆଧାର କରି କିଛି ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା ପୋଲିସ । ପରେ ତଳେ ଥିବା ହିରୋ ଶୋ’ରୁମ, ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ, ନିକଟସ୍ଥ ଷ୍ଟେଟବ୍ୟାଙ୍କ ଆଦିର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯାହାକୁ ଆଧାର କରି ପୋଲିସକୁ ଆଉ କିଛି ଅଧିକ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି। ତେବେ ସେମାନେ ଆନ୍ତଃରାଜ୍ୟ ଡକାୟତ ଏବଂ ପଶ୍ଚିମବଙ୍ଗ ସହ ଲିଙ୍କ ଥିବା ଅନୁମାନ କରିଛି ପୋଲିସ। ପୋଲିସ ପୂର୍ବରୁ ୪ ଟି ଟିମ ଗଠନ କରି ତଦନ୍ତ ପାଇଁ ପଠାଇଥିବା ବେଳେ ମଙ୍ଗଳବାର ରାତିରେ ଆଉ ୩ ଟିମ୍‌ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri