ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ

ଯାଜପୁର ଟାଉନ,୧୭।୫(ଡି.ଏନ.ଏ.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲା ପରିଷଦ ସମ୍ମିଳନୀଗୃହରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଡ. ଦିବ୍ୟଲୋଚନ ମହାନ୍ତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଉପଜିଲାପାଳ ଗୋପୀନାଥ କୁଅଁର, ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଧର୍ମଶାଳା ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଏବଂ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲାପାଳ ନାୟକ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଅତିରିକ୍ତ ଜିଲାପାଳ ମହାନ୍ତ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଉରିଆ ମିଳିତଭାବେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳଭାବେ ମୁକାବିଲା ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଋତୁ ଆରମ୍ଭରେ କଣ୍ଟ୍ରୋଲ ରୁମ୍‌ ପରିଚାଳନା କରିବା, ବନ୍ୟା ପ୍ଳାବିତ ଗ୍ରାମର ଜନସାଧାରଣଙ୍କୁ ଉଦ୍ଧାର କରିବା, ବ୍ଲକ୍‌ କଣ୍ଟ୍ରୋଲ ରୁମ୍‌ରୁ ଜିଲା କଣ୍ଟ୍ରୋଲ ରୁମ୍‌ ଏବଂ ଏସ୍‌ଆର୍‌ସି କଣ୍ଟ୍ରୋଲ ରୁମ୍‌କୁ ନିରବଚ୍ଛିନ୍ନ ଯୋଗାଯୋଗ କରିବା, ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳରେ ବର୍ଷାର ପରିମାଣ ମାପିବା, ଜଳ ସମ୍ପଦ କଣ୍ଟ୍ରୋଲ ରୁମ୍‌ ଦ୍ୱାରା ନଦୀର ଜଳ ମାପିବା, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲିବା, ଦୁର୍ବଳ ନଦୀ ବନ୍ଧ ସ୍ଥାନଗୁଡିକୁ ବିଭାଗୀୟ ଯନ୍ତ୍ରୀ, ବିଡିଓ ଏବଂ ତହସିଲଦାରମାନେ ମିଳିତ ଅନୁଧ୍ୟାନ କରି ମରାମତି କରାଇବା ସହ ପର୍ଯ୍ୟାପ୍ତ ବାଲିବସ୍ତା ଓ ବହ୍ଲା ମହଜୁଦ କରି ରଖିବାକୁ ଅତିରିକ୍ତ ଜିଲାପାଳ ଡ.ମହାନ୍ତ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଧାୟିକା ଦାସ ବ୍ରାହ୍ମଣୀ ନଦୀ ଦକ୍ଷିଣ ମାଟିଆପଡ଼ା ଘାଇ ହୋଇଥିବାସ୍ଥାନକୁ ମରାମତି କରିବା, ମନ୍ଦାରୀ, ଦାସ ସାହି, ସିଂହ ସାହି ଏବଂ ବ୍ରାହ୍ମଣୀ ବାମପାର୍ଶ୍ୱ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ବନ୍ଧସ୍ଥାନରେ ବାଲି ବସ୍ତା ଏବଂ ୪ ହଜାର ବହ୍ଲା ମହଜୁଦ ଅଛି ବୋଲି କୁହାଯାଇଥିଲା। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଶେଷ ସୀମାରେ ଥିବା ସ୍ଳୁଇସ୍‌ ଗେଟ୍‌ ଓ ଶାଖା ନାଳରେ ବନ୍ୟା ପାଣି ନିଷ୍କାସିତ ହେବା ଏବଂ ମହାନଦୀ ଉତ୍ତରଖଣ୍ଡ ଅଧୀନରେ ଥିବା ୧୭ ସ୍ଲୁଇସ୍‌ ଗେଟ୍‌ର ଠିକ ପରିଚାଳନା ପାଇଁ ବିଧାୟିକା ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଡ୍ରେନେଜ୍‌ ବ୍ୟବସ୍ଥା ପରିଚାଳନା, ୨ ପୌରସଂସ୍ଥା ଅଧୀନରେ ଥିବା ଡ୍ରେନେଜ ଜଳ ନିଷ୍କାସନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ବିଡିଓ ଏବଂ ତହସିଲଦାରମାନେ ମିଳିତ ଭାବେ ବନ୍ୟା ଜୋନ୍‌ ଚୂଡାନ୍ତ କରିବା, ରାସ୍ତା କଡ଼ରେ ଜମୁଥିବା ପାଣିର ନିଷ୍କାସନ କରିବା, ବନ୍ୟା ସମୟରେ ବିଡିଓ, ତହସିଲଦାର ଏବଂ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ଜିଲାପ୍ରଶାସନକୁ ଦୈନନ୍ଦିନ ପରିସ୍ଥିତିର ସୂଚନା ପ୍ରଦାନ କରିବା, ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ତୃଣମୂଳସ୍ତରକୁ ସତର୍କ ସୂଚନା ପ୍ରଦାନ କରିବା, ଉଦ୍ଧାର କାର୍ଯ୍ୟ ନିମିତ ଏନ୍‌ଡିଆର୍‌ଏଫ, ଓଡ୍ରାଫ୍‌ ଟିମ୍‌ ସହ ପାୱାର ବୋଟ ନିୟୋଜିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ଜିଲାର ଆପାତକାଳୀନ ଉଦ୍ଧାର କାର୍ଯ୍ୟ ନିମନ୍ତେ ୩୬ ପାୱାର ବୋଟ୍‌ ବିଭିନ୍ନ ବନ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ ଥିବାବେଳେ ୨୦ ହଜାର ୮୮୦ କୁଇଣ୍ଟାଲ ଚାଉଳ ବିଭିନ୍ନ କେନ୍ଦ୍ରରେ ମହଜୁଦ କରି ରଖାଯାଇଛି। ଆବଶ୍ୟକସ୍ଥଳେ କିରୋସିନ ଏବଂ ଚୁଡ଼ା ଗଚ୍ଛିତ କରି ରଖିବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ବନ୍ୟା ସମୟରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବନ୍ୟା ବାତ୍ୟା ପ୍ରଭାବିତଙ୍କୁ ଖାଦ୍ୟ, ପଲିଥିନ, ଔଷଧ ଓ ଗୋ-ଖାଦ୍ୟ ପ୍ରଦାନ ନିମନ୍ତେ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଲୋକ ପ୍ରତିନିଧି, ସେଚ୍ଛାସେବୀ, ସରକାରୀ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ବିବିଧ ସମସ୍ୟା ଗୁଡିକ ତ୍ୱରିତ ସମାଧାନ କରିବାକୁ କୁହାଯାଇଛି। ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳଗୁଡିକର ସ୍ଥିତି ସୁଦୃଢ଼ୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକ୍ସନ, ହାଲୋଜିନ୍‌ ବଟିକା ରଖିବା ସହ ବିଜୁଳି ନ ଥିବା ସମୟରେ ଜେନେରେଟର ବ୍ୟବସ୍ଥା କରିବାକୁ ଟାଟା ପାଓ୍ବାରକୁ ପରାମର୍ଶ ଦିଆଯାଇଛି। ଅଗ୍ନିସମ ସେବା, ଜରୁରୀକାଳୀନ ପରିସ୍ଥିତିରେ ହେଲିପ୍ୟାଡ୍‌ ଏୟାର ଷ୍ଟ୍ରିପ୍‌ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ପୁଡିଆ ପ୍ରଦାନ କରିବା, ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ସ୍ବତନ୍ତ୍ର ଭାବେ ସୁକିନ୍ଦା ବ୍ଲକ ପାଇଁ ଏକ ପାୱାର ବୋଟ୍‌ ପ୍ରଦାନ ନିମନ୍ତେ ଏସ୍‌ଆର୍‌ସିଙ୍କୁ ଚିଠି ଲେଖିବା ଏବଂ ଡାକ୍ତଖାନାରେ ସେବା ଉପଲବ୍ଧ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଦେଇଥିଲେ। ବୈଠକ ପ୍ରାରମ୍ଭରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri