ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ

ଯାଜପୁର ଟାଉନ,୧୭ା୫(ଡି.ଏନ.ଏ.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲା ପରିଷଦ ସମ୍ମିଳନୀଗୃହରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଡ. ଦିବ୍ୟଲୋଚନ ମହାନ୍ତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଉପଜିଲାପାଳ ଗୋପୀନାଥ କୁଅଁର, ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଧର୍ମଶାଳା ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଏବଂ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲାପାଳ ନାୟକ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଅତିରିକ୍ତ ଜିଲାପାଳ ମହାନ୍ତ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଉରିଆ ମିଳିତଭାବେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳଭାବେ ମୁକାବିଲା ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଋତୁ ଆରମ୍ଭରେ କଣ୍ଟ୍ରୋଲ ରୁମ୍‌ ପରିଚାଳନା କରିବା, ବନ୍ୟା ପ୍ଳାବିତ ଗ୍ରାମର ଜନସାଧାରଣଙ୍କୁ ଉଦ୍ଧାର କରିବା, ବ୍ଲକ୍‌ କଣ୍ଟ୍ରୋଲ ରୁମ୍‌ରୁ ଜିଲା କଣ୍ଟ୍ରୋଲ ରୁମ୍‌ ଏବଂ ଏସ୍‌ଆର୍‌ସି କଣ୍ଟ୍ରୋଲ ରୁମ୍‌କୁ ନିରବଚ୍ଛିନ୍ନ ଯୋଗାଯୋଗ କରିବା, ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳରେ ବର୍ଷାର ପରିମାଣ ମାପିବା, ଜଳ ସମ୍ପଦ କଣ୍ଟ୍ରୋଲ ରୁମ୍‌ ଦ୍ୱାରା ନଦୀର ଜଳ ମାପିବା, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲିବା, ଦୁର୍ବଳ ନଦୀ ବନ୍ଧ ସ୍ଥାନଗୁଡିକୁ ବିଭାଗୀୟ ଯନ୍ତ୍ରୀ, ବିଡିଓ ଏବଂ ତହସିଲଦାରମାନେ ମିଳିତ ଅନୁଧ୍ୟାନ କରି ମରାମତି କରାଇବା ସହ ପର୍ଯ୍ୟାପ୍ତ ବାଲିବସ୍ତା ଓ ବହ୍ଲା ମହଜୁଦ କରି ରଖିବାକୁ ଅତିରିକ୍ତ ଜିଲାପାଳ ଡ.ମହାନ୍ତ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଧାୟିକା ଦାସ ବ୍ରାହ୍ମଣୀ ନଦୀ ଦକ୍ଷିଣ ମାଟିଆପଡ଼ା ଘାଇ ହୋଇଥିବାସ୍ଥାନକୁ ମରାମତି କରିବା, ମନ୍ଦାରୀ, ଦାସ ସାହି, ସିଂହ ସାହି ଏବଂ ବ୍ରାହ୍ମଣୀ ବାମପାର୍ଶ୍ୱ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ବନ୍ଧସ୍ଥାନରେ ବାଲି ବସ୍ତା ଏବଂ ୪ ହଜାର ବହ୍ଲା ମହଜୁଦ ଅଛି ବୋଲି କୁହାଯାଇଥିଲା। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଶେଷ ସୀମାରେ ଥିବା ସ୍ଳୁଇସ୍‌ ଗେଟ୍‌ ଓ ଶାଖା ନାଳରେ ବନ୍ୟା ପାଣି ନିଷ୍କାସିତ ହେବା ଏବଂ ମହାନଦୀ ଉତ୍ତରଖଣ୍ଡ ଅଧୀନରେ ଥିବା ୧୭ ସ୍ଲୁଇସ୍‌ ଗେଟ୍‌ର ଠିକ ପରିଚାଳନା ପାଇଁ ବିଧାୟିକା ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଡ୍ରେନେଜ୍‌ ବ୍ୟବସ୍ଥା ପରିଚାଳନା, ୨ ପୌରସଂସ୍ଥା ଅଧୀନରେ ଥିବା ଡ୍ରେନେଜ ଜଳ ନିଷ୍କାସନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ବିଡିଓ ଏବଂ ତହସିଲଦାରମାନେ ମିଳିତ ଭାବେ ବନ୍ୟା ଜୋନ୍‌ ଚୂଡାନ୍ତ କରିବା, ରାସ୍ତା କଡ଼ରେ ଜମୁଥିବା ପାଣିର ନିଷ୍କାସନ କରିବା, ବନ୍ୟା ସମୟରେ ବିଡିଓ, ତହସିଲଦାର ଏବଂ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ଜିଲାପ୍ରଶାସନକୁ ଦୈନନ୍ଦିନ ପରିସ୍ଥିତିର ସୂଚନା ପ୍ରଦାନ କରିବା, ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ତୃଣମୂଳସ୍ତରକୁ ସତର୍କ ସୂଚନା ପ୍ରଦାନ କରିବା, ଉଦ୍ଧାର କାର୍ଯ୍ୟ ନିମିତ ଏନ୍‌ଡିଆର୍‌ଏଫ, ଓଡ୍ରାଫ୍‌ ଟିମ୍‌ ସହ ପାୱାର ବୋଟ ନିୟୋଜିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ଜିଲାର ଆପାତକାଳୀନ ଉଦ୍ଧାର କାର୍ଯ୍ୟ ନିମନ୍ତେ ୩୬ ପାୱାର ବୋଟ୍‌ ବିଭିନ୍ନ ବନ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ ଥିବାବେଳେ ୨୦ ହଜାର ୮୮୦ କୁଇଣ୍ଟାଲ ଚାଉଳ ବିଭିନ୍ନ କେନ୍ଦ୍ରରେ ମହଜୁଦ କରି ରଖାଯାଇଛି। ଆବଶ୍ୟକସ୍ଥଳେ କିରୋସିନ ଏବଂ ଚୁଡ଼ା ଗଚ୍ଛିତ କରି ରଖିବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ବନ୍ୟା ସମୟରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବନ୍ୟା ବାତ୍ୟା ପ୍ରଭାବିତଙ୍କୁ ଖାଦ୍ୟ, ପଲିଥିନ, ଔଷଧ ଓ ଗୋ-ଖାଦ୍ୟ ପ୍ରଦାନ ନିମନ୍ତେ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଲୋକ ପ୍ରତିନିଧି, ସେଚ୍ଛାସେବୀ, ସରକାରୀ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ବିବିଧ ସମସ୍ୟା ଗୁଡିକ ତ୍ୱରିତ ସମାଧାନ କରିବାକୁ କୁହାଯାଇଛି। ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳଗୁଡିକର ସ୍ଥିତି ସୁଦୃଢ଼ୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକ୍ସନ, ହାଲୋଜିନ୍‌ ବଟିକା ରଖିବା ସହ ବିଜୁଳି ନ ଥିବା ସମୟରେ ଜେନେରେଟର ବ୍ୟବସ୍ଥା କରିବାକୁ ଟାଟା ପାଓ୍ବାରକୁ ପରାମର୍ଶ ଦିଆଯାଇଛି। ଅଗ୍ନିସମ ସେବା, ଜରୁରୀକାଳୀନ ପରିସ୍ଥିତିରେ ହେଲିପ୍ୟାଡ୍‌ ଏୟାର ଷ୍ଟ୍ରିପ୍‌ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ପୁଡିଆ ପ୍ରଦାନ କରିବା, ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ସ୍ବତନ୍ତ୍ର ଭାବେ ସୁକିନ୍ଦା ବ୍ଲକ ପାଇଁ ଏକ ପାୱାର ବୋଟ୍‌ ପ୍ରଦାନ ନିମନ୍ତେ ଏସ୍‌ଆର୍‌ସିଙ୍କୁ ଚିଠି ଲେଖିବା ଏବଂ ଡାକ୍ତଖାନାରେ ସେବା ଉପଲବ୍ଧ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଦେଇଥିଲେ। ବୈଠକ ପ୍ରାରମ୍ଭରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?