ଜଗତ୍‌ସିଂହପୁର

ପାରାଦୀପରେ ଫାଟିଲା ପାଇପ୍‌ ଲାଇନ, ମାଟିରେ ମିଶିଲା ବିପୁଳ ପରିମାଣର ତୈଳ

ପାରାଦୀପ,୨୬।୫(ସ୍ବ.ପ୍ର.): ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍‌ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍‌ ସମ୍ମୁଖ ନିହାରୁଣୀ ପାଖରେ ଏକ ପାଇପ୍‌ ଲାଇନ ଫାଟିଯିବାରୁ ବିପୁଳ ପରିମାଣର ତୈଳ ମାଟିରେ ମିଶି…

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ଏଥିସହ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଫାଟକରେ ତାଲା ପକାଇ ଘେରାଉ…

ପିଲା ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ନାଉଗାଁ,୨୫।୫(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୬ ରୁ ୯ ଟା ପର୍ଯ୍ୟନ୍ତ ବିଦ୍ୟାଳୟ…

ଡମ୍ପିଂୟାର୍ଡ ହେଲାନି, ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହୋଇପଡ଼ିଛି। ଜୈବ ବର୍ଜ୍ୟବସ୍ତୁଗୁଡିକୁ ୪୮ ଘଣ୍ଟା ଭିତରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ପାଳନ କରାଯାଉ ନାହିଁ। ଜିଲାର ଏକାଧିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ (ସିଏଚ୍‌ସି) ଗଦା ଗଦା ବିପଜ୍ଜନକ…

ବିନା ଟେଣ୍ଡରରେ ଚାଲିଛି ସରକାରୀ କାମ

ନାଉଗାଁ,୨୧ା୫(ସ୍ବ.ପ୍ର): ନାଉଗାଁ ବ୍ଲକରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ରାସ୍ତା ମରାମତି, ଗାଡ୍‌ଓ୍ବାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କିଛି କାର୍ଯ୍ୟ ପାଇଁ ଟେଣ୍ଡର ପରେ ଚୁକ୍ତିନାମା ହୋଇ ନ…

ଟ୍ରାଙ୍କୁଲାଇଜ୍‌ ଜରିଆରେ ହନୁ ଧରାପଡ଼ିଲା

କୁଜଙ୍ଗ, ୨୨।୫(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ଦିନକୁ ଦିନ ମାଙ୍କଡଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ବ୍ଲକ ଅନ୍ତର୍ଗତ ସନ୍ତରା ଗ୍ରାମରେ ମାଙ୍କଡ ପଲ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଜଗତ୍‌ସିଂହପୁର…

ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୨।୫ : ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ କାରଣରୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରତିକାର ହୋଇପାରୁନାହିଁ। ଏନେଇ ସାଧାରଣରେ…

ଯାହାକୁ ଦେଖୁଛି ଗୋଡ଼ାଇ ଗୋଡାଇ କାମୁଡ଼ୁଛି

କୁଜଙ୍ଗ,୨୧।୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ…

୭ ଦଫା ଦାବିରେ ଏଆର୍‌ସିଏସ୍‌ ଅଫିସ ସମ୍ମୁଖରେ ଧାରଣା

ଜଗତ୍‌ସିଂହପୁର ଅଫିସ,୨୧।୫: କଟରାସ୍ଥିତ ସନ୍ଥ ବିନୋବା ସେବା ସମବାୟ ଲିମିଟେଡ୍‌ର ଆକାଉଣ୍ଟ ହୋଲ୍‌ଡରମାନେ ୭ ଦଫା ଦାବିରେ ସ୍ଥାନୀୟ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ସମ୍ପର୍କରେ ସୁଶାନ୍ତ କୁମାର ପଲେଇ, ରାଜେନ୍ଦ୍ର ବିଶ୍ୱାଳ, ଅଜୟ ବିଶ୍ୱାଳ ଓ ପ୍ରଭଞ୍ଜନ…

୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କଲା ଜେଏସ୍‌ଡବ୍ଲ୍ୟୁ

କୁଜଙ୍ଗ,୨୦ା୫(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ପଞ୍ଚାୟତ ସମେତ ସନ୍ନିକଟ ବାଲିତୁଠ ପଞ୍ଚାୟତର ୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କରାଯାଇଛି। ସେଠାରେ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ…

ମୁଖ୍ୟ ରାସ୍ତା ପାର୍ଶ୍ୱରେ ମୁକୁଳା ଟ୍ରାନ୍ସଫର୍ମର

ନାଉଗାଁ ,୧୯ା୫(ସ୍ବ,ପ୍ର): ବିଦ୍ୟୁତ୍‌ ସେବା ଯୋଗାଉଥିବା କମ୍ପାନୀ ଏହାର ସରଞ୍ଜାମଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେଉ ନ ଥିବାରୁ ବହୁ ସମୟରେ ଧନଜୀବନ ହାନି ଘଟୁଛି। ନାଉଗାଁ ବ୍ଲକର ଅନେକ ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱରେ ମୁକୁଳା ରହିଛି। ଏହାର…

ବାନ୍ଧବୀଙ୍କୁ ବିବାହ କରିବେ ବିଧାୟକ ବିଜୟଶଙ୍କର

ଜଗତ୍‌ସିଂହପୁର ଅଫିସ, ୧୮।୫: ତିର୍ତ୍ତୋଲ ବିଧାୟକ ତଥା ସ୍ଥାନୀୟ ମକୁନ୍ଦପୁର ବିଜୟଶଙ୍କର ଦାସ (୩୦) ଖୁବ୍‌ଶୀଘ୍ର ତାଙ୍କ ବାନ୍ଧବୀ ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୁମାଲିକା ଦାଶ (୨୯)ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଉଭୟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri