ଗୋଟିଏ ଗଛରେ ୧୦ କିଲୋ ଅଙ୍ଗୁର

ଜଗତସିଂହପୁର ଅଫିସ,୩୦ା୫: ସାଧାରଣତଃ ଓଡ଼ିଶା ପରିବେଶ ଅଙ୍ଗୁର ଚାଷ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଜଗତ୍‌ସିଂହପୁର ସଦର ମହକୁମା ନିକଟ ପାଟେଣୀ ଗାଁର ଜଣେ ପାନ ଦୋକାନୀ ଅଙ୍ଗୁର ଚାଷ କରି ସଫଳ ହୋଇଛନ୍ତି। ସେ ହେଲେ ଅକ୍ଷୟ ସ୍ବାଇଁ (୪୯)। ଫଳ ହେଉଛି କି ନାହିଁ ପରୀକ୍ଷା କରିବା ପାଇଁ ଅକ୍ଷୟ କଶ୍ମୀରରୁ ଗୋଟିଏ ଅଙ୍ଗୁର ଗଛ ମଗାଇଥିଲେ। ଘର ପାର୍ଶ୍ୱରେ ଏହି ଗଛ ଲଗାଇଥିଲେ ସୁଦ୍ଧା କୌଣସି ସାର, ଔଷଧ ବ୍ୟବହାର କରି ନ ଥିଲେ। ଗଛଟି ଝଟାର ସାହାରା ନେଇ ବଢିବା ସହ ଫଳ ଫଳିଛି। ନିକଟରେ ଏହି ଗଛରୁ ସେ ୧୦ କିଲୋଗ୍ରାମ ଅଙ୍ଗୁର ଅମଳ କରି ସାରିଲେଣି। ଆଉ ୨ରୁ ୩ କିଲୋଗ୍ରାମ ଅମଳ ଅପେକ୍ଷାରେ ରହିଛି। ଏହି ଅଙ୍ଗୁର ସ୍ବାଦ ବହୁତ ମିଠା ହୋଇଥିବାରୁ ବଜାରରେ ଏହାର ଚାହିଦା ରହୁଛି ବୋଲି ଅକ୍ଷୟ କହିଛନ୍ତି। ଅଙ୍ଗୁର ଚାଷ ପାଇଁ ତାଙ୍କ ମନରେ ଉତ୍ସାହ ଆସିଛି। ଗୋଟିଏ ଗଛରୁ ସେ ଚଳିତବର୍ଷ ପାଖାପାଖି ୧୨ରୁ ୧୩ କିଲୋଗ୍ରାମ ଅଙ୍ଗୁର ପାଇଥିବାରୁ ଅଧିକ କଲେ ଅମଳ ବଢିବା ଆଶା ରଖିଛନ୍ତି। ଚଳିତବର୍ଷ ଗୁଣ୍ଠେ ଜମିରେ ଅଙ୍ଗୁର ଚାଷ ପାଇଁ ଲକ୍ଷ୍ୟ ରଖିଥିବା ଅକ୍ଷୟ କହିଛନ୍ତି। ଏଥିରେ ସଫଳ ହେଲେ ପର୍ଯ୍ୟାୟକ୍ରମେ ଅଧିକ ଜମିରେ ଏହି ଚାଷ କରିବାକୁ ଉଦ୍ୟମ ଜାରି ରଖିବେ। ଯେହେତୁ ଏବର୍ଷ ୧୦ କିଲୋଗ୍ରାମ ଅଙ୍ଗୁର ବିକି ପାଖାପାଖି ୧,୦୦୦ ଟଙ୍କା ପାଇଛନ୍ତି ତେଣୁ ଏହାକୁ ଜୀବିକା କରିହେବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri