ପାରାଦୀପ: ଘୋଷଣାରେ ଅଟକିଛି ବହୁ ପ୍ରକଳ୍ପ

ପାରାଦୀପ,୨ା୬(ସ୍ବ.ପ୍ର.): ଓଡ଼ିଶାର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନୂତନ ପ୍ରକଳ୍ପ କରିବେ ବୋଲି ଘୋଷଣା କରୁଛନ୍ତି। ଏହି ଧାରା ୨୦୦୮ରୁ ଏ ପର୍ଯ୍ୟନ୍ତ ଚାଲିଛି। ପରିତାପର ବିଷୟ ହେଲା, ଉକ୍ତ ଘୋଷଣା ମଧ୍ୟରୁ କେତେକ ପ୍ରକଳ୍ପ ବନ୍ଦ ହୋଇଥିବା ବେଳେ ଆଉ କେତେଗୋଟି ଅନିଶ୍ଚିତତା ମଧ୍ୟରେ ରହିଛି। ୨୦୦୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ପାରାଦୀପରେ ଏକ ଅତ୍ୟାଧୁନିକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ହେବ। ବିଶ୍ୱବ୍ୟାଙ୍କର ୪୩.୭୦ କୋଟି ଟଙ୍କା ଅଟକଳରେ ଏହା କରାଯିବ ବୋଲି କୁହାଯାଇଥିଲା।

ସେତେବେଳେ ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ ଏକାଧିକ ବାର ପାରାଦୀପ ଗସ୍ତ କରି ଜାଗା ଚିହ୍ନଟ କରିଥିଲେ। ଏହା ମଧ୍ୟରେ ୧୩ବର୍ଷ ବିତି ଯାଇଥିଲେ ବି ସେହି ପ୍ରକଳ୍ପ ହୋଇନାହିଁ। କେବଳ ୩ଟି ମୋ ଖତ (ଏମ୍‌ସିସି, ମ୍ୟୁନିସିପାଲଟି କମ୍ପୋଷ୍ଟ ସେଣ୍ଟର)ହୋଇଛି। ୨୦୧୨ରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ପକ୍ଷରୁ ଘୋଷଣା କରାଗଲା ପାରାଦୀପରେ ବିଶ୍ୱସ୍ତରୀୟ ଶୁଖୁଆ କ୍ଲଷ୍ଟର ହେବ। ଏଥିପାଇଁ ଏକାଧିକ ବାର ଗସ୍ତ ସମୀକ୍ଷା ବୈଠକ ଆଦି ହେଲା। ତାହା ଏ ପର୍ଯ୍ୟନ୍ତ ଶୀତଳଭଣ୍ଡାରରେ ରହିଛି। ୨୦୧୪ରେ ଏହି ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଘୋଷଣା କରାଗଲା ପାରାଦୀପରେ ଶତାଧିକ କ୍ଷୁଦ୍ର ଶିଳ୍ପ ହେବ। ଏଥିପାଇଁ ଏକ ଅଫିସ ମଧୁବନ ହାଉସିଂ ବୋର୍ଡଠାରେ ଖୋଲିଥିଲା। ୭ ଜଣ କର୍ମଚାରୀ ନିଯୁକ୍ତ ହେଲେ। ପ୍ରାୟ ୫ବର୍ଷ ଅଫିସ ଚାଲିବା ମଧ୍ୟରେ ଗୋଟିଏ ବି ଉଦ୍ୟୋଗୀ କରି ପାରି ନ ଥିଲା ଏହି ବିଭାଗ। ଶେଷରେ ୨୦୧୯ ମାର୍ଚ୍ଚରେ ଉକ୍ତ ଅଫିସ କଟକ ଜିଲାର ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ପିଡିଏ (ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ)୨୦୧୨ ରେ ପାରାଦୀପଠାରୁ ରାହାମା ପର୍ଯ୍ୟନ୍ତ ୧୨୦ ରାଜସ୍ବ ଗ୍ରାମକୁ ନେଇ ସ୍ବତନ୍ତ୍ର ଅର୍ଥନୈତିକ କରିଡର ଘୋଷଣା କରିଥିଲେ। ଯାହାର ନାମ ଥିଲା ଭିଜନ ୨୦୩୦। ଅର୍ଥାତ ୨୦୩୦ ମସିହା ସୁଦ୍ଧା ପାରାଦୀପର ସ୍ବତନ୍ତ୍ର ବଜାର, ଟାଉନସିପ, ବସ୍‌ଷ୍ଟାଣ୍ଡ, ବିମାନ ବନ୍ଦର, ରେଲୱେ ଷ୍ଟେଶନ ଆଦି ନକ୍ସାରେ କରାଯାଇଛି। କିନ୍ତୁ ସେହି ପ୍ରକଳ୍ପ ଏବେ ଶିଥିଳ ଅବସ୍ଥାରେ ଅଛି। ଖୋଦ୍‌ ପିଡିଏ ପୌରପାଳିକା ପ୍ରଶାସନିକ ଭବନରେ ଆଶ୍ରୟ ନେଇଛି। ନିଜର ୧୦ ଏକର ଜାଗାରେ ଅଫିସ କରି ପାରିନାହିଁ। ଏମିତି ରାଜ୍ୟ ସରକାରଙ୍କ ଘୋଷଣାରେ ଆହୁରି ଅନେକ ରହିଛି। ଇଡ୍‌କୋର ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ପର୍ଯ୍ୟଟନ ଆଦି ବିଭିନ୍ନ ସମୟରେ ଘୋଷଣା କରାଯାଇଛି।

କେନ୍ଦ୍ର ସରକାର ପାରାଦୀପ ବନ୍ଦର ଓ ତୈଳ ବିଶୋଧନାଗାର ପ୍ରକଳ୍ପକୁ ଆଖି ଆଗରେ ରଖି ଅନେକ ଯୋଜନା ଘୋଷଣା କରିଥିଲେ ଏବଂ ଏବେ ବି କରାଯାଉଛି। ସେଗୁଡିକ ମଧ୍ୟରେ, ୨୦୧୨/୧୩ ବର୍ଷରେ କୁହାଗଲା ପାରାଦୀପର ବଗଦିଆଠାରେ ଏକ ଏଲଏନ୍‌ଜି ଟର୍ମିନାଲ ଓ ନିହାରୁଣୀଠାରେ ପ୍ଲାଷ୍ଟିକ ପାର୍କ ହେବ। ୨୦୧୪ରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଏଲଏନ୍‌ଜି ଟର୍ମିନାଲ ଧାମରା ବନ୍ଦର ପାଖକୁ ସ୍ଥାନାନ୍ତର କରାଯାଇଥିଲା। ପ୍ଲାଷ୍ଟିକ ପାର୍କ ପାଇଁ ୨୦୧୫ରେ ଘୋଷଣା କରାଗଲା। ଏପରି କି କେତେକ କମ୍ପାନୀ କାମ ଆରମ୍ଭ କରିଥିଲେ। ଏବେସୁଦ୍ଧା ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ଅଞ୍ଚଳରେ ୩/୪ କମ୍ପାନୀ କେବଳ ଘର କରି ରହିଛନ୍ତି। ୨୦୧୩ରେ କୁହାଗଲା ପାରାଦୀପରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେବ। ଉକ୍ତ ପ୍ରସଙ୍ଗ ୨୦୧୬ ପର୍ଯ୍ୟନ୍ତ ଏକାଧିକ ବାର ଘୋଷଣା ହେଲା। ୨୦୧୫ ଜୁଲାଇ ୧୦ରେ ତତ୍କାଳୀନ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କଥା ଘୋଷଣା କରିଥିଲେ। ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ। ସେହିପରି ଭିନ୍ନ ଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ସଚିବମାନେ ପାରାଦୀପ ଗସ୍ତ ବେଳେ ବଡ ବଡ ଘୋଷଣା କରି ଖବର ଶିରୋନାମା ମଣ୍ଡନ କରିଥାନ୍ତି। ଯେଉଁଥିରେ ରହିଛି ଅବଲୁଣୀକରଣ ପ୍ରକଳ୍ପ। ସମୁଦ୍ର ଲୁଣି ପାଣିକୁ ଶୋଧନ କରାଯାଇ ମଧୁର ଜଳ କରାଯିବ। ଫଳରେ ମଧୁରଜଳ ସମସ୍ୟା ରହିବ ନାହିଁ। ସେହି ପ୍ରକଳ୍ପ ଏବେ ପ୍ରାୟ ବନ୍ଦ କହିଲେ ଚଳେ।

ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଟାଳିବା ପାଇଁ ୨୦୧୫ରେ ଘୋଷଣା ହୋଇଥିଲା ଫ୍ଲାଏଓଭର ହେବ। ଏ ପର୍ଯ୍ୟନ୍ତ ହୋଇନାହିଁ। ୨୦୧୩ରେ କୁହାଗଲା ଓଡ଼ିଶାର ସମସ୍ତ ଶିଳ୍ପ ପାରାଦୀପ ବନ୍ଦର ବାଟେ ପଣ୍ୟ କାରବାର କରିବେ। ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ। ଅପରପକ୍ଷେ ପାରାଦୀପରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ୨୦୧୩ ରୁ ପାରାଦୀପ ବନ୍ଦରକୁ ଆଉ ପଣ୍ୟ ଆଣୁନାହିଁ। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ବେଳେ କହିଥିଲେ ପାରାଦୀପ ପୂର୍ବ ଭାରତର ବିକାଶ ପଥ ହେବ। ଯାହା ଏ ପର୍ଯ୍ୟନ୍ତ ସାକାର ହୋଇନାହିଁ। ୨୦୧୫ରେ ଘୋଷଣା ହେଲା ପାରାଦୀପକୁ ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି। ଏ ପର୍ଯ୍ୟନ୍ତ ସ୍ମାର୍ଟ ପୋର୍ଟର କିଛି ଅଗ୍ରଗତି ହୋଇନାହିଁ କହିଲେ ଚଳେ। ବିଦ୍ୟୁତ୍‌ ସଙ୍କଟ ଭରଣା ପାଇଁ କୋଟିଏରୁ ଅଧିକ ଟଙ୍କା ବ୍ୟୟରେ କରାଯାଇଥିଲା ସୋଲାର ପ୍ରକଳ୍ପ। ତା ମଧ୍ୟ ଠିକ୍‌ରେ କାମରେ ଲାଗୁନି। ପାର୍କିଂ ସମସ୍ୟା ଟାଳିବା ପାଇଁ ୨୦୧୫ରେ ଘୋଷଣା ହେଲା ବିଶ୍ୱସ୍ତରୀୟ ଟର୍ମିନାଲ ଭୂତମୁଣ୍ଡାଇଠାରେ ହେବ। ଏ ପର୍ଯ୍ୟନ୍ତ ହୋଇନାହିଁ। ଡ୍ରେନେଜ ପାଣିକୁ ଶୋଧନ କରି ପୁନଃ ବ୍ୟବହାର କରିବାକୁ ୨୦୧୯ରୁ କରାଯାଇଛି ୩ଟି ଏସ୍‌ଟିପି(ସିୟୁ ୱେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ)। ଯାହା ଏ ପର୍ଯ୍ୟନ୍ତ ଠିକ୍‌ ଭାବେ କାମରେ ଲାଗୁନି। ଏମିତି ଅନେକ ତାଲିକା ରହିଛି। ଏହି ସମୟ ମଧ୍ୟରେ ଦୀପକ ଫର୍ଟିଲାଇଜର ପାଇଁ ଜମି ଅଧିଗ୍ରହଣ ସତ୍ତ୍ୱେ ତାହା ବନ୍ଦ ରହିଛି। ଏସାର ଷ୍ଟିଲ୍‌ କିଛି ବର୍ଷ ବନ୍ଦ ପରେ ବିକ୍ରି ହୋଇଛି। ବିୟର ଫ୍ୟାକ୍ଟ୍ରି ମଧ୍ୟ ୩ ବର୍ଷ ହେଲା ବନ୍ଦ ରହିଛି। ପୋସ୍କୋ କମ୍ପାନୀ ଫେରି ଯାଇଛି। ସେଠାରେ ଏବେ ଜେଏସ୍‌ଡବ୍ଲ୍ୟୁ କାରଖାନା କରିବ ବୋଲି ପ୍ରୟାସ ଆରମ୍ଭ କରିଛି। ପାରାଦୀପ ବନ୍ଦର ସମ୍ପର୍କିତ କେତେକ ନୂତନ ପ୍ରକଳ୍ପ ସମ୍ପର୍କରେ ଏକାଧିକ ବାର ଘୋଷଣା କରାଯାଇଛି। ଏପରିକି ଗୋଟିଏ ଲେଖା ପ୍ରକଳ୍ପକୁ ମନ୍ତ୍ରୀ ଓ ଅଧିକାରୀମାନେ ଏକାଧିକ ବାର ଲୋକାର୍ପଣ କରି ସାରିଲେଣି। ବର୍ଷକ ମଧ୍ୟରେ ଗତିଶକ୍ତି ଯୋଜନାରେ ହେବାକୁ ଥିବା ଫ୍ଲାଏଓଭର, କଣ୍ଟେନର ସ୍କାନର, ୱେଷ୍ଟର୍ଣ୍ଣ ଡକ୍‌ ସମ୍ପର୍କରେ ଭିନ୍ନ ଭିନ୍ନ ସମୟରେ ଘୋଷଣା କରାଯାଉଛି। ତାକୁ ସେତେବେଳେ ଗଣମାଧ୍ୟମ ମୁଖ୍ୟ ଖବର ଭାବେ ସ୍ଥାନିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?