ଖୁଣ୍ଟ ଅଛି, ବିଦ୍ୟୁତ୍‌ ସଂଯୋଗ ହେଉନି

ରାହାମା,୩୧ା୫(ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରକୁ ଯାତାୟାତ କରିଥାନ୍ତି। ମାତ୍ର ଏଠାରେ ଆଲୋକୀକରଣ ପାଇଁ ବ୍ୟବସ୍ଥା ହୋଇ ନ ଥିବାରୁ ସନ୍ଧ୍ୟା ପରେ ଅନ୍ଧାର ଓ ନିଛାଟିଆ ହୋଇଯାଉଛି। ଏଥିସହ ଲାଗିଥିବା ଖୁଣ୍ଟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଉଛନ୍ତି। ଏହାଛଡା ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି।
ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଇଓସିଏଲ୍‌ର ସିଏସ୍‌ଆର ପାଣ୍ଠିରେ ୫୩ ଲକ୍ଷ ୭୪ ହଜାର ୬୮ ଟଙ୍କା ବିନିମୟରେ ଆଲୋକୀକରଣ ପାଇଁ ବନ୍ଦୋବସ୍ତ କରିଥିଲେ। ଏ ନେଇ ଉନ୍ନୟନ ବିଭାଗ ଚିଠି (ନଂ. ୩୮୫୨/୨୫ା୩ା୨୨)ରେ ଉଲ୍ଲେଖ ରହିଛି। ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଏହି ଅର୍ଥ ବିନିମୟରେ ଖୁଣ୍ଟ, ତାର ଓ ବଲ୍‌ବ ଲଗାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଏ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ଉପରେ ଲଗାଯାଇଥିବା ଖୁଣ୍ଟିରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ସାଇଲୋ ସରପଞ୍ଚ ସରୋଜ ସେଠୀ, ରାହାମା ବଜାର କମିଟି ସଭାପତି ଜଟାଧାରୀ ଦାସ, ସମ୍ପାଦକ ସୁନାକାର ବେହେରା, ଭିକାରୀ ସେନାପତି, ରାହାମା ପ୍ରେସ୍‌ କ୍ଲବ ସଭାପତି ମାନସ ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ଦାସ, ନିର୍ଲିପ୍ତ ଦାସ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ଖୁଣ୍ଟରେ ବିଦ୍ୟୁତ୍‌ ସଂଯୋଗ ଲାଗି ପ୍ରଥମେ ଉପଭୋକ୍ତା ହେବାକୁ ପଡିବ। ପୋଲଟି ହଂସୁରା ଓ ତାଳପଡ଼ା ପଞ୍ଚାୟତ ଅଧୀନରେ ଥିବାରୁ ଏ ନେଇ ସେଠାକାର ସରପଞ୍ଚଙ୍କ ସହ ଆଲୋଚନା କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ଲାଗି ଆବଶ୍ୟକ ହେଉଥିବା ୨ ଲକ୍ଷ ୬ ହଜାର ଟଙ୍କା ମିଳିତ ଭାବେ ଦାଖଲ କରିବାକୁ ଉଭୟ ପଞ୍ଚାୟତକୁ କୁହାଯାଇଛି। ଏହି ଅର୍ଥ ଦାଖଲ କରିବା ପରେ ଆଲୋକୀକରଣ ହୋଇପାରିବ। ଅର୍ଥ ଦାଖଲ ପାଇଁ ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା ଓ ହଂସୁରା ସରପଞ୍ଚ ରବିନାରାୟଣ ଦାସ ରାଜିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?