ଶ୍ରମିକ ବଦଳରେ ମେଶିନ କରୁଛି କାର୍ଯ୍ୟ

ନାଉଗାଁ,୧।୬(ସ୍ବ.ପ୍ର.): ଗ୍ରାମାଞ୍ଚଳର ଆର୍ଥତ୍କ ଅନଗ୍ରସର ଲୋକଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇବା ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ଏହି ଯୋଜନା ବାଟବଣା ହୋଇଥିବା ମନେ ହେଉଛି। ଏଠାରେ ଏହି ଯୋଜନାରେ ଶ୍ରମିକ ବଦଳରେ ମେଶିନକୁ କାମରେ ଲଗାଯାଉଛି। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ପୋର୍ଟାଲ ତଥ୍ୟ ଅନୁସାରେ, ୨୦୨୨-୨୩ ଆର୍ଥତ୍କ ବର୍ଷରେ ନାଉଗାଁ ବ୍ଲକରେ ୧୫ ହଜାର ୭୧ ପରିବାର ଜବ୍‌କାର୍ଡ ପାଇଁ ଆବେଦନ କରିଥିଲେ। ସେଥିରୁ ୧୩ ହଜାର ୯୮୩ ପରିବାରଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇଛି। ଏସବୁ ପରିବାର ମଧ୍ୟରେ ୩୪ ହଜାର ୧୩୬ ଜଣ ଶ୍ରମିକ ରହିଛନ୍ତି। ୬ ହଜାର ୫ ପରିବାରର ଆକ୍ଟିଭ ଜବ୍‌କାର୍ଡ ଥିବାବେଳେ ଉକ୍ତ କାର୍ଡରେ ୯ ହଜାର ୨ ଶହ ୨୮ଟି ଆକ୍ଟିଭ ଶ୍ରମିକ ରହିଛନ୍ତି। ଏହି ଯୋଜନାରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ନିଜ ପଞ୍ଚାୟତରେ ଆବେଦନ କରିବେ। ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ। କିନ୍ତୁ ଏହି ବ୍ଲକରେ କେତେଜଣ ଠିକାଦାର ଏହି ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସେମାନେ କେତେଜଣ ଜବକାର୍ଡଧାରୀ ଶ୍ରମିକଙ୍କୁ ହାତରେ ରଖି ବିଳମ୍ବିତ ରାତିରେ ମେଶିନ ଓ ଟ୍ରାକ୍ଟର ମାଧ୍ୟମରେ ମାଟି କାର୍ଯ୍ୟ କରୁଛନ୍ତି। ଓଷକଣା ଓ ତିରୁଣ ପଞ୍ଚାୟତରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଓଷକଣା ପଞ୍ଚାୟତର ଚଚ୍ଚିକାଇ ଠାକୁରାଣୀ ମନ୍ଦିର ପରିସରରେ ମାଟି ଫିଲିଙ୍ଗ, ନୂଆ ପୋଖରୀ ପୁନରୁଦ୍ଧାର,ତିରୁଣା ପଞ୍ଚାୟତର କୁରିକି ଚନ୍ଦନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ମେଶିନ ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଶ୍ରମିକ କାମ ନ ପାଇ ଘରେ ବସିବାକୁ ବାଧ୍ୟ ହେଉଛନ୍ତି। ରାତିରେ ମାଟି କାମ ହେଉଥିବାରୁ ଠିକାଦାର ମାନେ ମନଇଚ୍ଛା ସରକାରୀ ଓ ଗୋଚର ଜମିରୁ ମାଟି ଖୋଳିବାକୁ ପଛାଉ ନାହାନ୍ତି। ଏହି ସବୁ କାର୍ଯ୍ୟ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକ କହିଛନ୍ତି, ପ୍ରାୟତଃ କାର୍ଯ୍ୟଗୁଡିକ ଜବକାର୍ଡ ମାଧ୍ୟମରେ ଶ୍ରମିକଙ୍କ ଦ୍ୱାରା କରାଯାଉଛି। ଯେଉଁ ପଞ୍ଚାୟତରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ଆସୁଛି, ସେଠାରେ କାର୍ଯ୍ୟ ବନ୍ଦ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?