ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି। ଏହି ଯୋଜନାରେ ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ସ୍ଥାନ ପାଇଛି। ବିଶ୍ୱସ୍ତରୀୟ ସହ ବୃହତ୍‌ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟ ରଖି ପାରାଦୀପ ବନ୍ଦରର ପୋତାଶ୍ରୟକୁ ଗଭୀର କରାଯିବ। ଏଥିସହ ନିର୍ମାଣାଧୀନ ପଶ୍ଚିମ ଡକ୍‌ର ବିକାଶ ସରକାରୀ ଓ ଘରୋଇ ଭାଗୀଦାରିତା (ପିପିପି) ମୋଡ୍‌ରେ କରାଯିବ। ଏହି ପ୍ରକଳ୍ପ ବାବଦରେ ୩୦୦୪. ୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ନୂତନ ପଶ୍ଚିମ ଡକ୍‌ର ବି.ଓ.ଟି. ଭିତ୍ତିକ ବିକାଶ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଡ୍ରେଜିଂ ପାଇଁ ଯଥାକ୍ରମେ ୨,୦୪୦ କୋଟି ଓ ୩୫୨,୧୩ କୋଟି ଟଙ୍କା ବ୍ୟୟ କରାଯିବ। ଅନ୍ୟାନ୍ୟ ସହକାରୀ ପ୍ରକଳ୍ପ ଭିତ୍ତିଭୂମି ବିକାଶ ବାବଦକୁ ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପର ସଫଳତା ପାରାଦୀପକୁ ଏକ ବୃହତ୍‌ ବନ୍ଦରର ମାନ୍ୟତା ଦେବ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି। ସେ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ସରିଲେ ବନ୍ଦରର ସାମର୍ଥ୍ୟ ବୃଦ୍ଧି ହେବା ସହ ବୃହତ୍‌ ଜାହାଜ ମାଲ ପରିବହନ ସୁରୁଖୁରୁରେ କରିପାରିବ ଓ ବର୍ତ୍ତମାନର ସାମର୍ଥ୍ୟଠାରୁ ଆହୁରି ଅଧିକ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ୍‌ ବୃଦ୍ଧି ପାଇବ। ବନ୍ଦରର ଦକ୍ଷତା ବୃଦ୍ଧି ସହ ପଣ୍ୟ କାରବାର, ସାମାଜିକ-ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ। ଏଥିସହିତ ବନ୍ଦରର ଭିଡ଼ ହ୍ରାସ ସାଙ୍ଗକୁ ସାମୁଦ୍ରିକ ଦେୟ ହ୍ରାସ ପାଇବା ଫଳରେ କୋଇଲା ଆମଦାନୀ ମଧ୍ୟ ଶସ୍ତା ହେବ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ବୈଶ୍ୱିକ ବାତାବରଣରେ ଆମଦାନୀ-ରପ୍ତାନି କାରବାର ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର

ଆରଡ଼ି,୧୪।୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ିର ଏକ କଲ୍ୟାଣ ମଣ୍ଡପରେ ଭାଜପା ଆଖଣ୍ଡଳମଣି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ...

ଆସିବ ନୂଆ କରୋନା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ବଢୁଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। କରୋନା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆସିବା ନେଇ ସୋମବାର...

ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର...

ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଉ

କେନ୍ଦ୍ରାପଡ଼ା ଅଫିସ,୫।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାରହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକଶନ ଆଣ୍ଡ ମାନଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ...

ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୫ା୪ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର...

ପ୍ରଦୂଷଣ ବଳୟରେ ସ୍ମାର୍ଟସିଟି

ରାଉରକେଲା ଅଫିସ,୨୯।୧୧:ଆଉ ମାସକ ପରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବ। ଏଥିପାଇଁ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହା ଭିତରେ...

କୁକୁର କାମୁଡ଼ାରେ ୧୨ରୁ ଊର୍ଦ୍ଧ୍ୱ ଆହତ

ବଅଁରପାଳ,୧୪ା୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲ୍‌କୋ ସିପିପି ହଟିଂ ଓ ବଳରାମ ପ୍ରସାଦ ଗ୍ରାମର ଅମାପୁର ଓ ଭାଲୁଜିବିଧରି ସାହିରେ ପାଗଳା କୁକୁରଙ୍କ...

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭...

Advertisement
Archives

Model This Week