ଆଖିପତାରେ ବଢୁଛି ମାଂସପିଣ୍ଡୁଳା

ନାଉଗାଁ,୨୭ା୫(ସ୍ବ.ପ୍ର.): ଆଖି ପତାରେ ବଢ଼ୁଛି ମାଂସପିଣ୍ଡୁଳା। ଅସହ୍ୟ ଯନ୍ତ୍ରଣା ହେଉଛି। ମାତ୍ର ନାବାଳକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କାରଣ ସେ ଦିବ୍ୟାଙ୍ଗ ହୋଇଥିବାବେଳେ ଅନାଥ। ଚିକିତ୍ସା ବ୍ୟୟ ବହୁଳ ହୋଇଥିବାବେଳେ ଜୀବନ ପ୍ରତି ବିପଦ ଥିବାରୁ ଅନାଥ ଆଶ୍ରମ ପରିଚାଳକ ସାହସ ଜୁଟାଇ ପାରୁ ନ ଥିତ୍ବାବେଳେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳିପାରିନାହିଁ। ଏଭଳିସ୍ଥିତିରେ ପିଲାଟି ଯନ୍ତ୍ରଣାରୁ କିପରି ମୁକ୍ତି ପାଇବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ପିଲାମାନଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କରୁଛନ୍ତି। ବିଶେଷ କରି ଦିବ୍ୟାଙ୍ଗ ପିଲାଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି। ଏଭଳିସ୍ଥିତିରେ ପିଲାଟିର ଚିକିତ୍ସା ନିମନ୍ତେ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ନାଉଗାଁ ବ୍ଲକ ଛକରେ ଥିବା ଅନାଥ ଆଶ୍ରମ ଆଶ୍ରାରେ ରୁହନ୍ତି ସମ୍ପୃକ୍ତ ନାବାଳକ। ଆଶ୍ରମର ପରିଚାଳକ ବସନ୍ତ ମହାନ୍ତିଙ୍କ ସୂଚନାନୁଯାୟୀ ତାଙ୍କୁ ୨୦୧୯ରେ ପାରାଦୀପ ପୋଲିସ ସ୍ଥାନୀୟ ଅଞ୍ଚଳରୁ ଉଦ୍ଧାର କରି ସିଡବ୍ଳ୍ୟସିକୁ ହସ୍ତାନ୍ତର କରିଥିଲେ। ସିଡବ୍ଳ୍ୟୁସି ତାଙ୍କୁ ନେଇ ଜଗତସିଂହପୁରସ୍ଥିତ ଆଶ୍ରା ମାନସିକ ଅନଗ୍ରସର ବିଦ୍ୟାଳୟ ଦାୟିତ୍ୱରେ ରଖିଥିଲେ। କୋଭିଡ-୧୯ରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ମାନସିକ ଅନଗ୍ରସର ବିଦ୍ୟାଳୟର ପିଲାମାନେ ନିଜ ନିଜ ଘରକୁ ଯାଇଥିଲେ। ତେବେ ସମ୍ପୃକ୍ତ ନାବାଳକଙ୍କ କୌଣସି ପରିଚୟ ନ ଥିବାରୁ ତାଙ୍କୁ ଆଣି ଏହି ଜରାଶ୍ରମରେ ରଖାଯାଇଥିଲା। ସେବେଠାରୁ ସେ ଏହି ଆଶ୍ରମରେ ରହୁଛନ୍ତି। ମୂକ ,ବଧିର ହୋଇଥିବାରୁ ତାଙ୍କ ପରିଚୟ ଜଣାପଡୁନାହିଁ। ପିଲାଟିର ଆନୁମାନିକ ବୟସ ୧୭ ବର୍ଷ ହେବ। ଆଶ୍ରା ପକ୍ଷରୁ ତାଙ୍କ ନାମ ଛୋଟୁ ରାଉତରାୟ ରଖାଯାଇଛି। ତାଙ୍କ ବାମ ପାର୍ଶ୍ୱ ଆଖି ପତାରେ ମାଂସପିଣ୍ଡୁଳା ବଢ଼ୁଥିବାରୁ ସେ ଠିକ ଭାବେ ଦେଖି ପାରୁନାହାନ୍ତି। ଯନ୍ତ୍ରଣା ଅନୁଭବ କରୁଥିବାରୁ ବହୁ ସମୟରେ ଚିତ୍କାର ମଧ୍ୟ କରୁଛନ୍ତି। ଏହାର ପ୍ରଭାବରେ ବାମ ପାର୍ଶ୍ୱର ହାତ ଗୋଡ଼ ଆଦି ଥରୁଛି। ଆଶ୍ରା ତରଫରୁ ଛୋଟୁଙ୍କ ଚିକିତ୍ସା ପାଇଁ ପ୍ରଥମେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ୩୦ ମାର୍ଚ୍ଚ ୨୦୨୨ରେ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ପୁନର୍ବାର ୬ ଏପ୍ରିଲ ୨୦୨୨ରେ କଟକ ନିଆଯାଇ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପରୀକ୍ଷା କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଏହି ଚିକିତ୍ସାରେ ଅଧିକ ଖର୍ଚ୍ଚ ହେବ। କାରଣ ବୃଦ୍ଧି ପାଉଥିବା ମାଂସ ପିଣ୍ଡୁଳା ମସ୍ତିଷ୍କ ଆଡ଼କୁ ମାଡି ଯାଉଛି। ଫଳରେ ପିଲାଟିର ଜୀବନପ୍ରତି ବିପଦ ରହିଛି। ଅର୍ଥ ନ ଥିବା ସହ ଛୋଟୁଙ୍କର କୌଣସି ପରିବାର କିମ୍ବା ସମ୍ପର୍କୀୟ ନ ଥିବାରୁ ଚିକିତ୍ସା ସମୟରେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ। ଏଥିଯୋଗୁ ତାଙ୍କ ଚିକିତ୍ସା ହୋଇପାରୁନାହିଁ ବୋଲ ମହାନ୍ତି କହିଛନ୍ତି।
ସମ୍ପର୍କରେ କିଛି ଦିନ ତଳେ ଆଶ୍ରା ତରଫରୁ ଜିଲାପାଳ ପାରୁଲ ପଟଓ୍ବାରୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅବଗତ କରାଯାଇଛି। ଦିନକୁ ଦିନ ଛୋଟୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏନେଇ ତାଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଆଶ୍ରା ପକ୍ଷରୁ ନିବେଦନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri