ଆଖିପତାରେ ବଢୁଛି ମାଂସପିଣ୍ଡୁଳା

ନାଉଗାଁ,୨୭ା୫(ସ୍ବ.ପ୍ର.): ଆଖି ପତାରେ ବଢ଼ୁଛି ମାଂସପିଣ୍ଡୁଳା। ଅସହ୍ୟ ଯନ୍ତ୍ରଣା ହେଉଛି। ମାତ୍ର ନାବାଳକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କାରଣ ସେ ଦିବ୍ୟାଙ୍ଗ ହୋଇଥିବାବେଳେ ଅନାଥ। ଚିକିତ୍ସା ବ୍ୟୟ ବହୁଳ ହୋଇଥିବାବେଳେ ଜୀବନ ପ୍ରତି ବିପଦ ଥିବାରୁ ଅନାଥ ଆଶ୍ରମ ପରିଚାଳକ ସାହସ ଜୁଟାଇ ପାରୁ ନ ଥିତ୍ବାବେଳେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳିପାରିନାହିଁ। ଏଭଳିସ୍ଥିତିରେ ପିଲାଟି ଯନ୍ତ୍ରଣାରୁ କିପରି ମୁକ୍ତି ପାଇବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ପିଲାମାନଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କରୁଛନ୍ତି। ବିଶେଷ କରି ଦିବ୍ୟାଙ୍ଗ ପିଲାଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି। ଏଭଳିସ୍ଥିତିରେ ପିଲାଟିର ଚିକିତ୍ସା ନିମନ୍ତେ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ନାଉଗାଁ ବ୍ଲକ ଛକରେ ଥିବା ଅନାଥ ଆଶ୍ରମ ଆଶ୍ରାରେ ରୁହନ୍ତି ସମ୍ପୃକ୍ତ ନାବାଳକ। ଆଶ୍ରମର ପରିଚାଳକ ବସନ୍ତ ମହାନ୍ତିଙ୍କ ସୂଚନାନୁଯାୟୀ ତାଙ୍କୁ ୨୦୧୯ରେ ପାରାଦୀପ ପୋଲିସ ସ୍ଥାନୀୟ ଅଞ୍ଚଳରୁ ଉଦ୍ଧାର କରି ସିଡବ୍ଳ୍ୟସିକୁ ହସ୍ତାନ୍ତର କରିଥିଲେ। ସିଡବ୍ଳ୍ୟୁସି ତାଙ୍କୁ ନେଇ ଜଗତସିଂହପୁରସ୍ଥିତ ଆଶ୍ରା ମାନସିକ ଅନଗ୍ରସର ବିଦ୍ୟାଳୟ ଦାୟିତ୍ୱରେ ରଖିଥିଲେ। କୋଭିଡ-୧୯ରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ମାନସିକ ଅନଗ୍ରସର ବିଦ୍ୟାଳୟର ପିଲାମାନେ ନିଜ ନିଜ ଘରକୁ ଯାଇଥିଲେ। ତେବେ ସମ୍ପୃକ୍ତ ନାବାଳକଙ୍କ କୌଣସି ପରିଚୟ ନ ଥିବାରୁ ତାଙ୍କୁ ଆଣି ଏହି ଜରାଶ୍ରମରେ ରଖାଯାଇଥିଲା। ସେବେଠାରୁ ସେ ଏହି ଆଶ୍ରମରେ ରହୁଛନ୍ତି। ମୂକ ,ବଧିର ହୋଇଥିବାରୁ ତାଙ୍କ ପରିଚୟ ଜଣାପଡୁନାହିଁ। ପିଲାଟିର ଆନୁମାନିକ ବୟସ ୧୭ ବର୍ଷ ହେବ। ଆଶ୍ରା ପକ୍ଷରୁ ତାଙ୍କ ନାମ ଛୋଟୁ ରାଉତରାୟ ରଖାଯାଇଛି। ତାଙ୍କ ବାମ ପାର୍ଶ୍ୱ ଆଖି ପତାରେ ମାଂସପିଣ୍ଡୁଳା ବଢ଼ୁଥିବାରୁ ସେ ଠିକ ଭାବେ ଦେଖି ପାରୁନାହାନ୍ତି। ଯନ୍ତ୍ରଣା ଅନୁଭବ କରୁଥିବାରୁ ବହୁ ସମୟରେ ଚିତ୍କାର ମଧ୍ୟ କରୁଛନ୍ତି। ଏହାର ପ୍ରଭାବରେ ବାମ ପାର୍ଶ୍ୱର ହାତ ଗୋଡ଼ ଆଦି ଥରୁଛି। ଆଶ୍ରା ତରଫରୁ ଛୋଟୁଙ୍କ ଚିକିତ୍ସା ପାଇଁ ପ୍ରଥମେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ୩୦ ମାର୍ଚ୍ଚ ୨୦୨୨ରେ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ପୁନର୍ବାର ୬ ଏପ୍ରିଲ ୨୦୨୨ରେ କଟକ ନିଆଯାଇ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପରୀକ୍ଷା କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଏହି ଚିକିତ୍ସାରେ ଅଧିକ ଖର୍ଚ୍ଚ ହେବ। କାରଣ ବୃଦ୍ଧି ପାଉଥିବା ମାଂସ ପିଣ୍ଡୁଳା ମସ୍ତିଷ୍କ ଆଡ଼କୁ ମାଡି ଯାଉଛି। ଫଳରେ ପିଲାଟିର ଜୀବନପ୍ରତି ବିପଦ ରହିଛି। ଅର୍ଥ ନ ଥିବା ସହ ଛୋଟୁଙ୍କର କୌଣସି ପରିବାର କିମ୍ବା ସମ୍ପର୍କୀୟ ନ ଥିବାରୁ ଚିକିତ୍ସା ସମୟରେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ। ଏଥିଯୋଗୁ ତାଙ୍କ ଚିକିତ୍ସା ହୋଇପାରୁନାହିଁ ବୋଲ ମହାନ୍ତି କହିଛନ୍ତି।
ସମ୍ପର୍କରେ କିଛି ଦିନ ତଳେ ଆଶ୍ରା ତରଫରୁ ଜିଲାପାଳ ପାରୁଲ ପଟଓ୍ବାରୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅବଗତ କରାଯାଇଛି। ଦିନକୁ ଦିନ ଛୋଟୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏନେଇ ତାଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଆଶ୍ରା ପକ୍ଷରୁ ନିବେଦନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri