ଜଳାଶୟ ଶୁଖୁଛି, ବଢୁଛି ଜଳ ସଙ୍କଟ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨।୬: ଚଳିତବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ଅର୍ଥାତ୍‌ ପ୍ରାକୃତିକ ମାଧ୍ୟମରେ ତାପମାତ୍ର କିପରି କମାଯାଇ ପାରିବ ସେ ଉପରେ ପଦକ୍ଷେପ ନିଆଯାଉନାହିଁ। ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଗଲେ ତାପମାତ୍ରା କମ୍‌ ଅନୁଭୂତ ହେବ ବୋଲି ପ୍ରତିବର୍ଷ ଦାବି ହୋଇଆସୁଛି। କିନ୍ତୁ ସମ୍ପ୍ରତି ଯାହା ଦେଖାଯାଉଛି ବନ ବିଭାଗ, ଶିଳ୍ପ ଆଦି ସଂସ୍ଥା ବୃକ୍ଷରୋପଣ କରୁଥିବା କହି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଆଳରେ ଆତ୍ମସାତ କରୁଛନ୍ତି। ବାସ୍ତବରେ ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ। ବିଶେଷକରି ଜଳାଶୟଗୁଡିକର ପୁନରୁଦ୍ଧାର କରାଯାଉ ନ ଥିବାରୁ ସମସ୍ୟା ବଢିଯାଉଛି। ଜଗତ୍‌ସିଂହପୁର ସହରରେ ଥିବା ଜଳାଶୟଗୁଡିକ ମଧ୍ୟରୁ ଏକାଧିକ ଶୁଖି ପୋତି ହୋଇଗଲାଣି। ଯେଉଁ କାରଣରୁ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀ ପ୍ରବଳ ଖରାରେ ଗାଧୋଇବା ସମ୍ଭବ ହେଉନି। ତାପମାତ୍ରା ମଧ୍ୟ ଅଧିକ ଅନୁଭୂତ ହେଉଛି। ଏ ପରିସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ବିସ୍ତୃତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

ଜଗତ୍‌ସିଂହପୁର ସହର ୱାର୍ଡ ନଂ. ୫ ଅନ୍ତର୍ଗତ ମାଧପୁରରେ ରାଧାମାଧବଜୀଉଙ୍କ ନାମରେ ଏକ ଜଳାଶୟ ରହିଛି। ଉକ୍ତ ୱାର୍ଡ ଅନ୍ତର୍ଗତ ଓହଳ ନୂଆବାଗ ଭୋଇସାହି ପାର୍ଶ୍ୱରେ ମଧ୍ୟ ରାଧାମାଧବଜୀଉଙ୍କ ନାମରେ ଆଉ ଏକ ଜଳାଶୟ ଅଛି। ଏହି ୨ ଜଳାଶୟର ପୁନରୁଦ୍ଧାର ହେଉନାହିଁ। ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ନିକଟ ଜଳାଶୟ ଜମିର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ଦେଉଳୀ ଗ୍ରାମେଶ୍ୱର ବାରିକ ସାହିରେ ଥିବା ଜଳାଶୟ ଆପାତତଃ ପୋତି ହୋଇଗଲାଣି। ୱାର୍ଡ ନଂ.୩ ଅନ୍ତର୍ଗତ ଗୋପାଳସାଗର ଗଁା ଭିତରେ ଏକ ଜଳାଶୟ ରହିଛି। ଏହା ପାର୍ଶ୍ୱ କିଛି ଅଂଶ ଜବରଦଖଲ ହୋଇଛି। ୱାର୍ଡ ନଂ.୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ମଧ୍ୟ ପୋତି ହୋଇଗଲାଣି। କେବଳ ମାଛଗଁା-କନ୍ଦରପୁର ରାସ୍ତାର ଗୋପାଳସାଗର ରାସ୍ତା ପାର୍ଶ୍ୱ ପାଖାପାଖି ୪୦ ଡେସିମିଲ ଜମିରେ ଥିବା ବଡ ଜଳାଶୟଟି ଭଲ ସ୍ଥିତିରେ ରହିଛି। ଏହି ଜଳାଶୟଟି ଗୋପାଳଜୀଉଙ୍କ ନାମରେ ରହିଛି। ଏଥିରେ ପାଣି ଅଛି। କିନ୍ତୁ ଏହା ପୋତି ହୋଇ ଚାଲିଛି। ଏହାର ପୁନରୁଦ୍ଧାର ସହ ପାର୍ଶ୍ୱରେ ପ୍ରାଚୀର ଆଦି କରାଯିବାର ଆବଶ୍ୟକତା ରହିଛି। ଏହାବାଦ୍‌ ଏକାଧିକ ଜଳାଶୟ ରହିଛି ଯାହାର ପୁନରୁଦ୍ଧାର ନ ହୋଇ ପୋତି ହୋଇଗଲାଣି। ସିପି ମକୁନ୍ଦପୁରସ୍ଥିତ ବିଧେଇ ପୋଖରୀ ଜବରଦଖଲ ମୁକ୍ତ ହୋଇଥିଲେ ସୁଦ୍ଧା ଏହାର ପୁନରୁଦ୍ଧାର ହୋଇପାରିନାହିଁ। ଖେରସସ୍ଥିତ କନିୟର ପୋଖରୀରେ ପାଣି ନାହିଁ। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁୁଦ୍ଧିକ୍ରିୟା ଆଦି ସେଠାରେ ହୁଏ। ଏଥିସହ ଅନେକ କାମରେ ଆସେ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତଗୁଡିକରେ ମୋ ପୋଖରୀ ମାଧ୍ୟମରେ ଟଙ୍କା ଆସୁଛି। କିନ୍ତୁ ସହରରେ ଜଳଶୟ ପୁନରୁଦ୍ଧାର ପାଇଁ ସରକାର ନୀରବ ରହିବା ଅସନ୍ତୋଷର କାରଣ ହୋଇଛି। ଏହାବାଦ କେତେକ ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ହୋଇଗଲାଣି। ସହରାଞ୍ଚଳର ଛାପରେ ଜଳାଶୟଗୁଡିକର ସ୍ଥିତି ହଜିଯାଉଛି। କିନ୍ତୁ ଏବେ ଯେତୋଟି ଅଛି ତା’ର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳ ସଙ୍କଟ ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଅତୀତରେ କେତୋଟି ଜଳାଶୟ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେଥିମଧ୍ୟରୁ ୫ନଂ. ୱାର୍ଡ ଅନ୍ତର୍ଗତ ଲାଲା ସାହିସ୍ଥିତ ରାଧାମାଧବଜୀଉଙ୍କ ନାମରେ ଥିବା ଜଳାଶୟ ଅନ୍ୟତମ। ଏହି ଜଳାଶୟର ଦୈର୍ଘ୍ୟ ୬୫ମିଟର, ପ୍ରସ୍ଥ ୬୦ ମିଟର ଏବଂ ଗଭୀରତା ପାଖାପାଖି ୧୦ ଫୁଟ୍‌। ଏବେ ଏଥିରେ ପାଣି ଅଛି। ପୂର୍ବରୁ ଜଳାଶୟ ୨ ପାର୍ଶ୍ୱରେ ପ୍ୟାକିଂ ଏବଂ ଗୋଟିଏ ପାର୍ଶ୍ୱ ପ୍ରାଚୀର କରାଯାଇଥିଲା। ରାସ୍ତା ପଟୁ ୨ ପାର୍ଶ୍ୱରେ ପାହାଚ ହୋଇଥିଲା। ଅବଶିଷ୍ଟ କାମ ପାଇଁ ୯,୭୮,୦୦୦ ଟଙ୍କାର ଟେଣ୍ଡର କରାଯାଇଥିଲା। ଏଥିରେ ଅବଶିଷ୍ଟ ୨ ପାର୍ଶ୍ୱ ପ୍ୟାକିଂ ସହ ପ୍ରାଚୀର କରାଯିବା କଥା। ଏଥିସହ ଭବିଷ୍ୟତରେ ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଜଳାଶୟରେ ବୋଟିଂ ସୁବିଧା କରାଯିବାକୁ ଚିନ୍ତା କରାଯାଇଥିଲା। କେବଳ ଏତିକି ନୁହେଁ ଏହା ଚାରିପଟେ ପାର୍କ, ଆଲୋକୀକରଣ ଆଦି ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। କିନ୍ତୁ ଅନେକ କାମ ବାକି ରହିଯାଇଛି। ୮ନଂ. ୱାର୍ଡରେ ପାଖାପାଖି ଅଧ ଏକର ଜମିରେ ରାଢିଆଣୀ ମନ୍ଦିର ପାର୍ଶ୍ୱ ପୋଖରୀ ରହିଛି। କିନ୍ତୁ ଏହି ପୋଖରୀ ପରିସର କହିଲେ ୧୦/୧୨ ଗୁଣ୍ଠ ଜମି ହେବ। ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଦୀର୍ଘବର୍ଷ ଧରି ପଙ୍କ ଉଦ୍ଧାର କରାଯାଇ ନ ଥିବାରୁ ସଫା କରିବାରେ ଅସୁବିଧା ହେଉଥିବା କୁହାଯାଇଛି। ଅତୀତରେ ଉକ୍ତ ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ପରିଷଦ ପକ୍ଷରୁ ଜଳାଶୟ ପୁନରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ପରେ ସେଭଳି ହେଲାନାହିଁ। ଏଥିମଧ୍ୟରେ କୌଣସି ଗୋଟିଏ ହେଲେ ବି ପ୍ରକଳ୍ପ ଆବଶ୍ୟକ ମୁତାବକ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ ପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ପୌରାଞ୍ଚଳରେ ଥିବା ସରକାରୀ ପୋଖରୀ ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି। ଏସବୁ ଉପରେ ବ୍ୟାପକ ସମୀକ୍ଷା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?