ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍: ବଢୁଛି ଅସନ୍ତୋଷ
ଜଗତ୍ସିଂହପୁର ଅଫିସ,୧୯ା୮: ଜଗତ୍ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି…
ଜଗତ୍ସିଂହପୁର: ମହାନଦୀର ଘେରି ବନ୍ଧ, ପାଇକା ନଦୀବନ୍ଧରେ ଘାଇ
କୁଜଙ୍ଗ,୧୮ା୮(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲାରେ ବୁଧବାର କୁଜଙ୍ଗ ବ୍ଲକ ଅଞ୍ଚଳରେ ୨ଟି ଘାଇ ହୋଇଛି। ଗୋଟିଏ ସକାଳେ ମହାନଦୀର ଘେରିବନ୍ଧର ତେରମାଣପୁରଠାରେ ହୋଇଥିବା ବେଳେ ଅପରାହ୍ନରେ ପାଇକା ନଦୀବନ୍ଧର କାଠକୋଟଠାରେ ୫୦ ଫୁଟର ଏକ ଘାଇ ହୋଇଛି। ଏଥିଯୋଗୁ ବ୍ଲକ ଅନ୍ତର୍ଗତ ହଂସୁରା,…
ଦେବୀ ନଦୀ ବନ୍ଧ ବିପଦସଙ୍କୁଳ, ଲୋକେ ଆତଙ୍କିତ
ଜଗତ୍ସିଂହପୁର ଅଫିସ, ୧୭।୮: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଜଗତ୍ସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏରସମା, ବାଲିକୁଦା ଓ କୁଜଙ୍ଗ ଆଦି ବ୍ଲକର ତଳିଆ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। କେତୋଟି ଗଁା ଜଳବନ୍ଦୀ ଥିବାବେଳେ ବର୍ଷା…
ବନ୍ୟା ପ୍ରଭାବିତ ସ୍କୁଲ ବନ୍ଦ ଲାଗି ଜିଲାପାଳଙ୍କ ନିର୍ଦ୍ଦେଶ
ଜଗତସିଂହପୁର ଅଫିସ,୧୬।୮: ଜଗତସିଂହପୁର ଜିଲାର କେତେକ ସ୍ଥାନରେ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ମହାନଦୀ ଓ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁ କେତେକ ବିଦ୍ୟାଳୟ ପ୍ରଭାବିତ…
ବ୍ୟାପକ ଅଞ୍ଚଳ ଜଳମଗ୍ନ
ଜଗତ୍ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି। କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବାରୁ ଏହି ପରିବାରଗୁଡିକ ବହୁ ମାତ୍ରାରେ ପ୍ରଭାବିତ…
ଜଳ ନିଷ୍କାସନ ହେଉନି: ଚିନ୍ତାରେ ପଞ୍ଚାୟତବାସୀ
ରଘୁନାଥପୁର, ୧୪ ।୮(ଡି.ଏନ୍.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରଘୁନାଥପୁର ବ୍ଲକ ରାଢ଼ଙ୍ଗ ପଞ୍ଚାୟତବାସୀଙ୍କ ଚିନ୍ତା ବଢ଼ିଯାଇଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଏହି ସ୍ଥାନରେ ଜମାହୋଇ ରହୁଛି। ଫଳରେ ରାଢ଼ଙ୍ଗ ଓ ଜିରା ଗ୍ରାମର ଚାଷଜମିରେ…
କ୍ୱାକ୍ ଚିକିତ୍ସା: ଔଷଧ, ଇଞ୍ଜେକ୍ସନ ନେଇ ମହିଳା ଗୁରୁତର
ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶୁକ୍ରବାର ଜଣେ ମହିଳା କ୍ୱାକଙ୍କ ପାଖରେ ଚିକିତ୍ସିତ ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକେ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ସବିତା ଚୌଧୁରୀ (୪୦)। ତାଙ୍କୁ ଥଣ୍ଡା…
ଭଣ୍ଡିସାହି ନିକଟ ଦେବୀନଦୀ ବନ୍ଧରୁ ଅତଡ଼ା ଖସୁଛି
ନାଉଗଁା,୧୩।୮(ସ୍ବ.ପ୍ର.): ନାଉଗଁା ବ୍ଲକ ଶେଷ ସୀମା ଓ ପୁରୀ ଜିଲା ଆରମ୍ଭରେ ପ୍ରବାହିତ ହୋଇଥିବା ଦେବୀ ନଦୀ ପଠାରୁ ଅତଡା ଖସୁଛି। ଏନେଇ ନଦୀ କୂଳିଆବାସୀ ଆତଙ୍କିତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ନଦୀ ପଠାରେ ଜଳ ସମ୍ପଦ…
୩୯ ବର୍ଷର କେନାଲ ରାସ୍ତା: କୋଟିଏ ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି
ଜଗତ୍ସିଂହପୁର ଅଫିସ, ୧୩।୮: ରାଜ୍ୟ ସରକାର ବିକାଶ ନାଁରେ ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଜଗତ୍ସିଂହପୁର ଭଳି ଉପକୂଳବର୍ତ୍ତୀ ଶିକ୍ଷିତ ଜିଲାରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରି କି ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂର ଜଗତ୍ସିଂହପୁର…
୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା
ଜଗତ୍ସିଂହପୁର ଅଫିସ୍, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍…
ନିର୍ମାଣ ହେଉନି ଅଙ୍ଗନଓ୍ବାଡି ଗୃହ
ରଘୁନାଥପୁର,୧୦।୮(ଡି.ଏନ୍.ଏ.): ଦୀର୍ଘ ବର୍ଷ ହେବ ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ମିନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ନ ହେଲେ ବ୍ଲକ…
ଗ୍ରୀଷ୍ମ ପରେ ବର୍ଷାଦିନେ ବି ବିଜୁଳି କାଟ
ଜଗତ୍ସିଂହପୁର ଅଫିସ,୧୦।୮: ରାଜ୍ୟ ସରକାର ଟାଟା ପାୱାର (ଟିପିସିଓଡିଏଲ୍)କୁ ବିଜୁଳି ବିତରଣ ଦାୟିତ୍ୱ ଦେବା ପରେ ପୂର୍ବ ସମସ୍ୟା ଦୂର ହୋଇଯିବା ଆଶାରେ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିଲେ। ଟିପିସିଓଡିଏଲ୍ ପକ୍ଷରୁ ମଧ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବ…

