ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍‌: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସମସ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଓ ଗୋଖାଦ୍ୟ ଯୋଗାଇ ଦିଆଯାଇନାହିଁ। ଏଣେ ଝିପ୍‌ଝିପ୍‌ ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ ତିର୍ତ୍ତୋଲ ଓ କୁଜଙ୍ଗ ବନ୍ୟା ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ ବିପନ୍ନ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ରବି ନାରାୟଣ ଦାସ, ସଁାପୁର ଗ୍ରାମର ସଞ୍ଜୟ କୁମାର ସାମଲ, ତପନ କୁମାର ଦାସ, ହଂସୁରାର ଓମ ପ୍ରକାଶ ଚୌଧୁରୀ, ହଂସୁରା, ଅନଳିପାଟଣା ଗ୍ରାମର ପ୍ରେମାନନ୍ଦ ମାଝି ଓ ବିଚିତ୍ରାନନ୍ଦ ଦାସ ପ୍ରମୁଖ କହିଛନ୍ତି, ବାଲିକଣି ନିକଟରେ ୩ଦିନ ପୂର୍ବରୁ ୩୦ ଫୁଟର ଘାଇ ହେଲାଣି। ବୁଧବାର କାଠକୋଟ ପାଖରେ ୫୦ ଫୁଟର ଘାଇ ହୋଇଛି। ଏଥିଯୋଗୁ ହଂସୁରା ପଞ୍ଚାୟତର ହଂସୁରା, ଅନଳିପାଟଣା, ସଁାପୁର, ଖୋସାଲପୁର ଓ ଶ୍ରୀଚନ୍ଦନପୁର ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି କାଠକୋଟ ପଞ୍ଚାୟତର କାଠକୋଟ, ବାଣସର, ବାରମାଣିଆ, ଗୋବର୍ଦ୍ଧନପୁର ସମେତ ବାଲିକଣି ପଞ୍ଚାୟତର ବଡବାଲିକଣି, ସାନ ବାଲିକଣି, ସରଣି, କାଳିକୁଦ, ଚୌଧୁରୀକୁଦ, ମାଧପୁର ଓ ଜିଲାନାସୀ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଘର ଭିତରେ ବନ୍ୟା ଜଳ ଭରି ରହିଛି। ଏଥିଯୋଗୁ ଅଧିକାଂଶ କଚ୍ଚା ଘର ଭାଙ୍ଗି ଗଲାଣି। କେତେଜଣ ଲୋକ ରାସ୍ତା ଉପର ଏବଂ ସୁରକ୍ଷିତ ଥିବା କୋଠାରେ ଆଶ୍ରୟ ନେଇଛନ୍ତି। ହଂସୁରା ପଞ୍ଚାୟତର ବହୁ ଲୋକ ନିକଟସ୍ଥ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ବିପଦଜନକ ଅବସ୍ଥାରେ ପଡି ରହିଛନ୍ତି। ଜଳସ୍ତର ବଢୁଥିବାରୁ ଏହି ରାସ୍ତାର କିଛି ସ୍ଥାନରେ ପାଣି ମାଡ଼ିଗଲାଣି। ବର୍ଷା ସାଙ୍ଗକୁ ସବୁ ସ୍ଥାନରେ ରିଲିଫ ପହଞ୍ଚତ୍ ନ ଥିବାରୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୋରୁ ବାହାରେ ଭୋକିଲା ବୁଲୁଛନ୍ତି। ଏ ପରିସ୍ଥିତିରେ ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପକ୍ଷରୁ କେହି ଆସୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବୁଧବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଗୁରୁବାର ଆରଡିସି ଦଳାଇ ଗସ୍ତରେ ଆସି ବନ୍ୟାଞ୍ଚଳ ପରିଦର୍ଶନ କରି ତଦାରଖ କରିଛନ୍ତି।
ଜିଲା ପ୍ରଶାସନ ସୂଚନା ଅନୁଯାୟୀ, ଆରଡିସି ଦଳାଇ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ତିର୍ତ୍ତୋଲ ବ୍ଲକର କୋଲର ପଞ୍ଚାୟତ ଅନ୍ତର୍ଗତ ଗୋପିଆକୁଦ, ତିର୍ତ୍ତୋଲ ପଞ୍ଚାୟତର ଆଦିବାସୀପଡ଼ା ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଡଙ୍ଗା ଯୋଗେ ଗୋପିଆକୁଦ ଅଞ୍ଚଳରେ ପହଞ୍ଚତ୍ ଥିଲେ। ପରେ କୁଜଙ୍ଗ ବ୍ଲକର କାଠକୋଟ ଘାଇ ଅଞ୍ଚଳ ପରିଦର୍ଶନ କରିଥିଲେ। ସାମନ୍ତରାପୁର ଓ ଆମ୍ବେରୀ ଗଁା ବୁଲି ଦେଖିଥିଲେ। ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ରହିବା, ଖାଇବା, ପାନୀୟ ଜଳ, ଔଷଧ ଆଦି ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ଯେଉଁ ଲୋକମାନେ ଏ ପର୍ଯ୍ୟନ୍ତ ଆଶ୍ରୟସ୍ଥଳକୁ ଯାଇନାହାନ୍ତି ସେମାନଙ୍କୁ ତୁରନ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଆରଡିସି ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଫସଲ କ୍ଷୟକ୍ଷତି, ଘରଭଙ୍ଗା ଆକଳନ କରାଯାଇ ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଦଳାଇ କହିଥିଲେ। ଆରଡିସିଙ୍କ ସହ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର, କୁଜଙ୍ଗ ବ୍ଲକ ଅଧ୍ୟକ୍ଷ, ଜଳ ଯୋଗାଣ ଓ ପରିମଳ ଅଧୀକ୍ଷଣ ଯନ୍ତ୍ରୀ କିଶୋର କବି, ସଚିବ ସଭ୍ୟ ପ୍ରବୀର ରାୟ, ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, କୋଲର ସରପଞ୍ଚ ଉମେଶ ବେହେରା ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri