ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍‌: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସମସ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଓ ଗୋଖାଦ୍ୟ ଯୋଗାଇ ଦିଆଯାଇନାହିଁ। ଏଣେ ଝିପ୍‌ଝିପ୍‌ ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ ତିର୍ତ୍ତୋଲ ଓ କୁଜଙ୍ଗ ବନ୍ୟା ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ ବିପନ୍ନ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ରବି ନାରାୟଣ ଦାସ, ସଁାପୁର ଗ୍ରାମର ସଞ୍ଜୟ କୁମାର ସାମଲ, ତପନ କୁମାର ଦାସ, ହଂସୁରାର ଓମ ପ୍ରକାଶ ଚୌଧୁରୀ, ହଂସୁରା, ଅନଳିପାଟଣା ଗ୍ରାମର ପ୍ରେମାନନ୍ଦ ମାଝି ଓ ବିଚିତ୍ରାନନ୍ଦ ଦାସ ପ୍ରମୁଖ କହିଛନ୍ତି, ବାଲିକଣି ନିକଟରେ ୩ଦିନ ପୂର୍ବରୁ ୩୦ ଫୁଟର ଘାଇ ହେଲାଣି। ବୁଧବାର କାଠକୋଟ ପାଖରେ ୫୦ ଫୁଟର ଘାଇ ହୋଇଛି। ଏଥିଯୋଗୁ ହଂସୁରା ପଞ୍ଚାୟତର ହଂସୁରା, ଅନଳିପାଟଣା, ସଁାପୁର, ଖୋସାଲପୁର ଓ ଶ୍ରୀଚନ୍ଦନପୁର ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି କାଠକୋଟ ପଞ୍ଚାୟତର କାଠକୋଟ, ବାଣସର, ବାରମାଣିଆ, ଗୋବର୍ଦ୍ଧନପୁର ସମେତ ବାଲିକଣି ପଞ୍ଚାୟତର ବଡବାଲିକଣି, ସାନ ବାଲିକଣି, ସରଣି, କାଳିକୁଦ, ଚୌଧୁରୀକୁଦ, ମାଧପୁର ଓ ଜିଲାନାସୀ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଘର ଭିତରେ ବନ୍ୟା ଜଳ ଭରି ରହିଛି। ଏଥିଯୋଗୁ ଅଧିକାଂଶ କଚ୍ଚା ଘର ଭାଙ୍ଗି ଗଲାଣି। କେତେଜଣ ଲୋକ ରାସ୍ତା ଉପର ଏବଂ ସୁରକ୍ଷିତ ଥିବା କୋଠାରେ ଆଶ୍ରୟ ନେଇଛନ୍ତି। ହଂସୁରା ପଞ୍ଚାୟତର ବହୁ ଲୋକ ନିକଟସ୍ଥ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ବିପଦଜନକ ଅବସ୍ଥାରେ ପଡି ରହିଛନ୍ତି। ଜଳସ୍ତର ବଢୁଥିବାରୁ ଏହି ରାସ୍ତାର କିଛି ସ୍ଥାନରେ ପାଣି ମାଡ଼ିଗଲାଣି। ବର୍ଷା ସାଙ୍ଗକୁ ସବୁ ସ୍ଥାନରେ ରିଲିଫ ପହଞ୍ଚତ୍ ନ ଥିବାରୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୋରୁ ବାହାରେ ଭୋକିଲା ବୁଲୁଛନ୍ତି। ଏ ପରିସ୍ଥିତିରେ ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପକ୍ଷରୁ କେହି ଆସୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବୁଧବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଗୁରୁବାର ଆରଡିସି ଦଳାଇ ଗସ୍ତରେ ଆସି ବନ୍ୟାଞ୍ଚଳ ପରିଦର୍ଶନ କରି ତଦାରଖ କରିଛନ୍ତି।
ଜିଲା ପ୍ରଶାସନ ସୂଚନା ଅନୁଯାୟୀ, ଆରଡିସି ଦଳାଇ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ତିର୍ତ୍ତୋଲ ବ୍ଲକର କୋଲର ପଞ୍ଚାୟତ ଅନ୍ତର୍ଗତ ଗୋପିଆକୁଦ, ତିର୍ତ୍ତୋଲ ପଞ୍ଚାୟତର ଆଦିବାସୀପଡ଼ା ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଡଙ୍ଗା ଯୋଗେ ଗୋପିଆକୁଦ ଅଞ୍ଚଳରେ ପହଞ୍ଚତ୍ ଥିଲେ। ପରେ କୁଜଙ୍ଗ ବ୍ଲକର କାଠକୋଟ ଘାଇ ଅଞ୍ଚଳ ପରିଦର୍ଶନ କରିଥିଲେ। ସାମନ୍ତରାପୁର ଓ ଆମ୍ବେରୀ ଗଁା ବୁଲି ଦେଖିଥିଲେ। ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ରହିବା, ଖାଇବା, ପାନୀୟ ଜଳ, ଔଷଧ ଆଦି ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ଯେଉଁ ଲୋକମାନେ ଏ ପର୍ଯ୍ୟନ୍ତ ଆଶ୍ରୟସ୍ଥଳକୁ ଯାଇନାହାନ୍ତି ସେମାନଙ୍କୁ ତୁରନ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଆରଡିସି ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଫସଲ କ୍ଷୟକ୍ଷତି, ଘରଭଙ୍ଗା ଆକଳନ କରାଯାଇ ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଦଳାଇ କହିଥିଲେ। ଆରଡିସିଙ୍କ ସହ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର, କୁଜଙ୍ଗ ବ୍ଲକ ଅଧ୍ୟକ୍ଷ, ଜଳ ଯୋଗାଣ ଓ ପରିମଳ ଅଧୀକ୍ଷଣ ଯନ୍ତ୍ରୀ କିଶୋର କବି, ସଚିବ ସଭ୍ୟ ପ୍ରବୀର ରାୟ, ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, କୋଲର ସରପଞ୍ଚ ଉମେଶ ବେହେରା ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri