ଜଗତ୍‌ସିଂହପୁର: ମହାନଦୀର ଘେରି ବନ୍ଧ, ପାଇକା ନଦୀବନ୍ଧରେ ଘାଇ

କୁଜଙ୍ଗ,୧୮ା୮(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର କୁଜଙ୍ଗ ବ୍ଲକ ଅଞ୍ଚଳରେ ୨ଟି ଘାଇ ହୋଇଛି। ଗୋଟିଏ ସକାଳେ ମହାନଦୀର ଘେରିବନ୍ଧର ତେରମାଣପୁରଠାରେ ହୋଇଥିବା ବେଳେ ଅପରାହ୍ନରେ ପାଇକା ନଦୀବନ୍ଧର କାଠକୋଟଠାରେ ୫୦ ଫୁଟର ଏକ ଘାଇ ହୋଇଛି। ଏଥିଯୋଗୁ ବ୍ଲକ ଅନ୍ତର୍ଗତ ହଂସୁରା, କାଠକୋଟ, ବଡବାଲିକଣି, ତାଳପଡା, ସାଇଲୋ, ମହ୍ଲାସାହି, ଜିଲାନାସୀ, କୁଜଙ୍ଗ, ଭୂତମୁଣ୍ଡାଇ ଓ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ୩୪ଟି ଗାଁର ୧୫ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ବିପନ୍ନ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ଲଘୁଚାପଜନିତ ଝିପିଝିପି ବର୍ଷା ବଢାଇ ଦେଇଛି।
ମଙ୍ଗଳବାର ବଡ଼ବାଲିକଣି ଓ ଜିଲାନାସୀ ପଞ୍ଚାୟତରେ ରାସ୍ତା ଓ ଘେରିବନ୍ଧରେ ୩ଟି ଘାଇ ହୋଇଥିଲା। ବୁଧବାର ସୃଷ୍ଟି ହୋଇଥିବା ୨ଗୋଟି ଘାଇ ଅଞ୍ଚଳବାସୀଙ୍କ ଦୁଃଖକୁ ବଢାଇ ଦେଇଛି। ସାଇଲୋ ପଞ୍ଚାୟତର ହରିପୁରଠାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାଇଲୋ ପଞ୍ଚାୟତର ହରିପୁର, ଜିଲାନାସୀ ପଞ୍ଚାୟତର ଜୟଶଙ୍ଖପୁର ଓ ସାହାରାଡିଆ, ମହ୍ଲାସାହି ପଞ୍ଚାୟତର ମଧୁପୁର, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆକୁ ୩୮ କୁଇଣ୍ଟାଲ ଗୋଖାଦ୍ୟ, ୩୦ କୁଇଣ୍ଟାଲ ଚୁଡା, ୧୨ କୁଇଣ୍ଟାଲ ଗୁଡ଼ ଓ ୪୦ ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ୭ଟା ଡଙ୍ଗା ବନ୍ୟା ପ୍ରଭାବିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ବୁଧବାର ଆଉ ୯ଟି ଡଙ୍ଗା ଯୋଗାଇ ଦିଆଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଉକ୍ତ ଡଙ୍ଗା ପ୍ରଭାବିତ ଅଞ୍ଚଳକୁ ପର୍ଯ୍ୟାପ୍ତ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପାଇକା ନଦୀରେ ସୃଷ୍ଟ ୫୦ ଫୁଟର ଘାଇରେ ତୀବ୍ର ଜଳସ୍ରୋତ ଯୋଗୁ କାଠକୋଟ ଓ ବାଣସରା ଗଁାରେ ବ୍ୟାପକ ଘରଦ୍ୱାରା କ୍ଷତିଗ୍ରସ୍ତ ହୋଇଯାଇଛି। ଖବର ଲେଖା ହେବା ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚତ୍ ନ ଥିବା ବିପନ୍ନ ଲୋକ ଅଭିଯୋଗ କରିଛନ୍ତି। ସେମାନେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କାର୍ଯ୍ୟାଳୟରେ ନ ରହି ବନ୍ୟାଞ୍ଚଳ ବୁଲୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରିଲିଫ ପାଇଁ ବିପନ୍ନମାନେ ପହଞ୍ଚତ୍ ଫେରୁଥିବା ଦେଖିବାକୁ ମିଳିଥିଲା। ତାଳଦଣ୍ଡା କେନାଲ ବନ୍ଧରେ କେତେକ ଦୁର୍ବଳ ସ୍ଥାନରେ ଘଳିଆ ପଡିବା ଯୋଗୁ ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଉଛି। ବ୍ଲକ ଅଞ୍ଚଳରେ ୧,୪୭୬ ହେକ୍ଟର ଚାଷ ଜମିରେ ଧାନ ଓ ପନିପରିବା ନଷ୍ଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?