ଜଗତ୍‌ସିଂହପୁର: ମହାନଦୀର ଘେରି ବନ୍ଧ, ପାଇକା ନଦୀବନ୍ଧରେ ଘାଇ

କୁଜଙ୍ଗ,୧୮ା୮(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର କୁଜଙ୍ଗ ବ୍ଲକ ଅଞ୍ଚଳରେ ୨ଟି ଘାଇ ହୋଇଛି। ଗୋଟିଏ ସକାଳେ ମହାନଦୀର ଘେରିବନ୍ଧର ତେରମାଣପୁରଠାରେ ହୋଇଥିବା ବେଳେ ଅପରାହ୍ନରେ ପାଇକା ନଦୀବନ୍ଧର କାଠକୋଟଠାରେ ୫୦ ଫୁଟର ଏକ ଘାଇ ହୋଇଛି। ଏଥିଯୋଗୁ ବ୍ଲକ ଅନ୍ତର୍ଗତ ହଂସୁରା, କାଠକୋଟ, ବଡବାଲିକଣି, ତାଳପଡା, ସାଇଲୋ, ମହ୍ଲାସାହି, ଜିଲାନାସୀ, କୁଜଙ୍ଗ, ଭୂତମୁଣ୍ଡାଇ ଓ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ୩୪ଟି ଗାଁର ୧୫ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ବିପନ୍ନ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ଲଘୁଚାପଜନିତ ଝିପିଝିପି ବର୍ଷା ବଢାଇ ଦେଇଛି।
ମଙ୍ଗଳବାର ବଡ଼ବାଲିକଣି ଓ ଜିଲାନାସୀ ପଞ୍ଚାୟତରେ ରାସ୍ତା ଓ ଘେରିବନ୍ଧରେ ୩ଟି ଘାଇ ହୋଇଥିଲା। ବୁଧବାର ସୃଷ୍ଟି ହୋଇଥିବା ୨ଗୋଟି ଘାଇ ଅଞ୍ଚଳବାସୀଙ୍କ ଦୁଃଖକୁ ବଢାଇ ଦେଇଛି। ସାଇଲୋ ପଞ୍ଚାୟତର ହରିପୁରଠାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାଇଲୋ ପଞ୍ଚାୟତର ହରିପୁର, ଜିଲାନାସୀ ପଞ୍ଚାୟତର ଜୟଶଙ୍ଖପୁର ଓ ସାହାରାଡିଆ, ମହ୍ଲାସାହି ପଞ୍ଚାୟତର ମଧୁପୁର, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆକୁ ୩୮ କୁଇଣ୍ଟାଲ ଗୋଖାଦ୍ୟ, ୩୦ କୁଇଣ୍ଟାଲ ଚୁଡା, ୧୨ କୁଇଣ୍ଟାଲ ଗୁଡ଼ ଓ ୪୦ ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ୭ଟା ଡଙ୍ଗା ବନ୍ୟା ପ୍ରଭାବିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ବୁଧବାର ଆଉ ୯ଟି ଡଙ୍ଗା ଯୋଗାଇ ଦିଆଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଉକ୍ତ ଡଙ୍ଗା ପ୍ରଭାବିତ ଅଞ୍ଚଳକୁ ପର୍ଯ୍ୟାପ୍ତ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପାଇକା ନଦୀରେ ସୃଷ୍ଟ ୫୦ ଫୁଟର ଘାଇରେ ତୀବ୍ର ଜଳସ୍ରୋତ ଯୋଗୁ କାଠକୋଟ ଓ ବାଣସରା ଗଁାରେ ବ୍ୟାପକ ଘରଦ୍ୱାରା କ୍ଷତିଗ୍ରସ୍ତ ହୋଇଯାଇଛି। ଖବର ଲେଖା ହେବା ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚତ୍ ନ ଥିବା ବିପନ୍ନ ଲୋକ ଅଭିଯୋଗ କରିଛନ୍ତି। ସେମାନେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କାର୍ଯ୍ୟାଳୟରେ ନ ରହି ବନ୍ୟାଞ୍ଚଳ ବୁଲୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରିଲିଫ ପାଇଁ ବିପନ୍ନମାନେ ପହଞ୍ଚତ୍ ଫେରୁଥିବା ଦେଖିବାକୁ ମିଳିଥିଲା। ତାଳଦଣ୍ଡା କେନାଲ ବନ୍ଧରେ କେତେକ ଦୁର୍ବଳ ସ୍ଥାନରେ ଘଳିଆ ପଡିବା ଯୋଗୁ ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଉଛି। ବ୍ଲକ ଅଞ୍ଚଳରେ ୧,୪୭୬ ହେକ୍ଟର ଚାଷ ଜମିରେ ଧାନ ଓ ପନିପରିବା ନଷ୍ଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri