ବ୍ୟାପକ ଅଞ୍ଚଳ ଜଳମଗ୍ନ

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍‌.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି। କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବାରୁ ଏହି ପରିବାରଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏରସମାର ତଳିଆ ଅଞ୍ଚଳରେ ବନ୍ୟାଜଳ କେତୋଟି ଗାଁରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି। କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ, ଜଗତ୍‌ସିଂହପୁର ଓ ବାଲିକୁଦା ଆଦି ବ୍ଲକରେ ବର୍ଷା ଦାଉ ସାଧୁଛି। ୧୦ନଂ ମୁଖ୍ୟ କେନାଲର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆରୁ କୋରକର ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ମୋରମ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି । ବଡ଼ କଥା ହେଲା ବେଗୁନିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିକଟବର୍ତ୍ତୀ ଗ୍ରାମର ପିଲାମାନେ ପଢିବାକୁ ଯାଆନ୍ତି। ରାସ୍ତାରେ ପାଣି ଚାଲୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଲୁଆଖାଇ ନଦୀ ଦକ୍ଷିଣପାର୍ଶ୍ୱ ବିରିଡ଼ି ବ୍ଲକ ଅନ୍ତର୍ଗତ ମଙ୍ଗୁଲି, ବଣୁଆସାହି, ମଲିକ ସାହି, ଚାଷିଖଣ୍ଡ ଓ ମଇନ୍ଦିପୁରଗଡା ମୁକୁଳା ଅବସ୍ଥାରେ ରହିଛି। ପୂର୍ବରୁ ଏସବୁ ମଧ୍ୟରୁ କିଛି ଗଡାରୁ ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚାଲାଣ କରାଯାଉଥିଲା। ଏଥିସହ ଗୋରୁ ଯାତାୟାତ କରନ୍ତି। ସରକାରୀ ନିୟମ ଅନୁଯାୟୀ, ଜୁନ ୧୫ ତାରିଖ ସୁଦ୍ଧା ଜଳ ସମ୍ପଦ ବିଭାଗ ଉପରୋକ୍ତ ସ୍ଥାନଗୁଡିକୁ ସମ୍ଭାବ୍ୟ ବନ୍ୟା ଦାଉରୁ ରକ୍ଷା ପାଇଁ ମରାମତି କରିବା କଥା। କିନ୍ତୁ ତାହା ହୋଇ ନ ଥିବାରୁ ବିପଦ ସୃଷ୍ଟି ହୋଇଛି। କୁଜଙ୍ଗ ବ୍ଲକ ବଡ଼ଙ୍ଗ ଗ୍ରାମ୍ୟ ରାସ୍ତା ଅବସ୍ଥା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ହଳଦୀପାଣି ନଦୀ ଉପର ଗାଁ ମୁଣ୍ଡରେ ୨/୩ ବର୍ଷ ତଳୁ ୨୭ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ପୋଲ ହେବ ବୋଲି ସ୍ଥିର ହୋଇଥିଲା। ଗତ ଜୁନ ୧୬ ତାରିଖରେ ପୁରୁଣା ପୋଲ ଭଙ୍ଗା ଯାଇଥିଲା। ଗମନାଗମନ ପାଇଁ ଏହାର ପାର୍ଶ୍ୱରେ ହ୍ୟୁମ ପାଇପ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଲଗାଣ ବର୍ଷାରେ ଏହି ପୋଲ ଉପରେ ପାଣି ଚାଲୁଛି। ବାଉଁଶ ପୋତାଯାଇ ବାଲିବସ୍ତା ରଖାଯାଇଥିଲେ ସୁଦ୍ଧା ଯେକୌଣସି ସମୟରେ ଅସ୍ଥାୟୀ ପୋଲ ଧୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ହେଲେ ବଡ଼ଙ୍ଗ, ପାରିଅଙ୍ଗ ଓ ପାନପଲ୍ଲୀ ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ। ଏରସମା ବ୍ଲକ ଅନ୍ତର୍ଗତ ଗୋଡାଠାରୁ ଗଡ଼ହରିଶପୁର ରାସ୍ତା କଡ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଜିରେଇଲେ ପଞ୍ଚାୟତ ଅଧୀନ ସରବା ପାଟରେ ରାସ୍ତାରେ ଅଣ୍ଟାଏ ପାଣି ଜମି ରହିଥିବାରୁ ଲୋକେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ପଦ୍ମପୁର ପଞ୍ଚାୟତ ଓଲରାରୁ ସରବନ୍ତ ରାସ୍ତା ମଧ୍ୟ ବୁଡିଛି। କେବଳ ଏତିକି ନୁହେ,ଁ ପଦ୍ମପୁର ଓ ଶିଆଳି ଆଦି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ଆଗକୁ ବର୍ଷା ଲାଗି ରହିଲେ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?