ବ୍ୟାପକ ଅଞ୍ଚଳ ଜଳମଗ୍ନ

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍‌.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି। କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବାରୁ ଏହି ପରିବାରଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏରସମାର ତଳିଆ ଅଞ୍ଚଳରେ ବନ୍ୟାଜଳ କେତୋଟି ଗାଁରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି। କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ, ଜଗତ୍‌ସିଂହପୁର ଓ ବାଲିକୁଦା ଆଦି ବ୍ଲକରେ ବର୍ଷା ଦାଉ ସାଧୁଛି। ୧୦ନଂ ମୁଖ୍ୟ କେନାଲର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆରୁ କୋରକର ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ମୋରମ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି । ବଡ଼ କଥା ହେଲା ବେଗୁନିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିକଟବର୍ତ୍ତୀ ଗ୍ରାମର ପିଲାମାନେ ପଢିବାକୁ ଯାଆନ୍ତି। ରାସ୍ତାରେ ପାଣି ଚାଲୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଲୁଆଖାଇ ନଦୀ ଦକ୍ଷିଣପାର୍ଶ୍ୱ ବିରିଡ଼ି ବ୍ଲକ ଅନ୍ତର୍ଗତ ମଙ୍ଗୁଲି, ବଣୁଆସାହି, ମଲିକ ସାହି, ଚାଷିଖଣ୍ଡ ଓ ମଇନ୍ଦିପୁରଗଡା ମୁକୁଳା ଅବସ୍ଥାରେ ରହିଛି। ପୂର୍ବରୁ ଏସବୁ ମଧ୍ୟରୁ କିଛି ଗଡାରୁ ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚାଲାଣ କରାଯାଉଥିଲା। ଏଥିସହ ଗୋରୁ ଯାତାୟାତ କରନ୍ତି। ସରକାରୀ ନିୟମ ଅନୁଯାୟୀ, ଜୁନ ୧୫ ତାରିଖ ସୁଦ୍ଧା ଜଳ ସମ୍ପଦ ବିଭାଗ ଉପରୋକ୍ତ ସ୍ଥାନଗୁଡିକୁ ସମ୍ଭାବ୍ୟ ବନ୍ୟା ଦାଉରୁ ରକ୍ଷା ପାଇଁ ମରାମତି କରିବା କଥା। କିନ୍ତୁ ତାହା ହୋଇ ନ ଥିବାରୁ ବିପଦ ସୃଷ୍ଟି ହୋଇଛି। କୁଜଙ୍ଗ ବ୍ଲକ ବଡ଼ଙ୍ଗ ଗ୍ରାମ୍ୟ ରାସ୍ତା ଅବସ୍ଥା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ହଳଦୀପାଣି ନଦୀ ଉପର ଗାଁ ମୁଣ୍ଡରେ ୨/୩ ବର୍ଷ ତଳୁ ୨୭ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ପୋଲ ହେବ ବୋଲି ସ୍ଥିର ହୋଇଥିଲା। ଗତ ଜୁନ ୧୬ ତାରିଖରେ ପୁରୁଣା ପୋଲ ଭଙ୍ଗା ଯାଇଥିଲା। ଗମନାଗମନ ପାଇଁ ଏହାର ପାର୍ଶ୍ୱରେ ହ୍ୟୁମ ପାଇପ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଲଗାଣ ବର୍ଷାରେ ଏହି ପୋଲ ଉପରେ ପାଣି ଚାଲୁଛି। ବାଉଁଶ ପୋତାଯାଇ ବାଲିବସ୍ତା ରଖାଯାଇଥିଲେ ସୁଦ୍ଧା ଯେକୌଣସି ସମୟରେ ଅସ୍ଥାୟୀ ପୋଲ ଧୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ହେଲେ ବଡ଼ଙ୍ଗ, ପାରିଅଙ୍ଗ ଓ ପାନପଲ୍ଲୀ ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ। ଏରସମା ବ୍ଲକ ଅନ୍ତର୍ଗତ ଗୋଡାଠାରୁ ଗଡ଼ହରିଶପୁର ରାସ୍ତା କଡ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଜିରେଇଲେ ପଞ୍ଚାୟତ ଅଧୀନ ସରବା ପାଟରେ ରାସ୍ତାରେ ଅଣ୍ଟାଏ ପାଣି ଜମି ରହିଥିବାରୁ ଲୋକେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ପଦ୍ମପୁର ପଞ୍ଚାୟତ ଓଲରାରୁ ସରବନ୍ତ ରାସ୍ତା ମଧ୍ୟ ବୁଡିଛି। କେବଳ ଏତିକି ନୁହେ,ଁ ପଦ୍ମପୁର ଓ ଶିଆଳି ଆଦି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ଆଗକୁ ବର୍ଷା ଲାଗି ରହିଲେ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri