ଗ୍ରୀଷ୍ମ ପରେ ବର୍ଷାଦିନେ ବି ବିଜୁଳି କାଟ

ଜଗତ୍‌ସିଂହପୁର ଅଫିସ,୧୦।୮: ରାଜ୍ୟ ସରକାର ଟାଟା ପାୱାର (ଟିପିସିଓଡିଏଲ୍‌)କୁ ବିଜୁଳି ବିତରଣ ଦାୟିତ୍ୱ ଦେବା ପରେ ପୂର୍ବ ସମସ୍ୟା ଦୂର ହୋଇଯିବା ଆଶାରେ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିଲେ। ଟିପିସିଓଡିଏଲ୍‌ ପକ୍ଷରୁ ମଧ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ଡେଙ୍ଗୁରା ପିଟା ଯାଇଥିଲା। ଯେହେତୁ ଦେଶର ରାଜଧାନୀ ଦିଲ୍ଲୀରେ ଟାଟା ପାୱାର ଭଲ କାମ କରି ସୁନାମ ଆଣିଥିଲା ତେଣୁ ଓଡ଼ିଶାରେ ବିଜୁଳି ସେବା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ ଟାଟା ପାୱାର ଲୋକଙ୍କୁ କେବଳ ନିରାଶ କରୁନି, ଶୋଷଣ କରୁଥିବା ଗୁରୁତର ଅଭିଯୋଗ ହୋଇଛି। ବିଶେଷକରି ଦୈନିକ କ୍ରମାଗତ ବିଜୁଳି କାଟ ଓ ଲୋ-ଭୋଲଟେଜ୍‌ ଲୋକଙ୍କୁ ଅତିଷ୍ଠ କରିଦେଲାଣି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ପ୍ରତିକ୍ରିୟାରେ କହିଛନ୍ତି, ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ବିଜୁଳି ଅଭାବ ଦର୍ଶାଇ ଟାଟା ପାୱାର ଦୈନିକ ୨୦ରୁ୨୫ ଥର ଅଘୋଷିତ ବିଦ୍ୟୁତ୍‌ କାଟ କରୁଥିଲା। ଏଥିଯୋଗୁ ଲୋକେ ଆଉଟପାଉଟ ହେଉଥିଲେ। ଏ ସମ୍ପର୍କରେ ଲୋକେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ପଚାରିଲେ ବିଭିନ୍ନ ସ୍ଥାନରେ ମରାମତି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଉଥିଲେ। ଏପରି କି ଥରେ ଶଟ୍‌ଡାଉନ୍‌ କରାଗଲେ ସମ୍ପୃକ୍ତ ଟ୍ରାନ୍ସଫର୍ମର ଅଞ୍ଚଳରେ ୨୦ ମିନିଟ୍‌ ବିଦ୍ୟୁତ ସେବା ବନ୍ଦ ରହୁଥିଲା। ବାସ୍ତବରେ କିନ୍ତୁ ଦୈନିକ ବିଭିନ୍ନ କାରଣରୁ ଜିଲାର ଅନେକ ଅଞ୍ଚଳରେ ୧୨ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ କରାଯାଉଥିଲା। ଗ୍ରୀଷ୍ମ ପରେ ବର୍ଷା ଦିନ ଆସିବାରୁ ଲୋକେ ବିଦ୍ୟୁତ ସମସ୍ୟାରୁ ତ୍ରାହି ମିଳିବା ଆଶାରେ ନିଃଶ୍ୱାସ ମାରିଥିଲେ। କିନ୍ତୁ ଯଥା ପୂର୍ବ ତଥା ପର। ଅର୍ଥାତ୍‌ ଏବେ ବି ଅସରାଏ ବର୍ଷାରେ ବିଜୁଳି କାଟ କରାଯାଉଛି। ଆଉ ଯେତିକି ସମୟ ବିଦ୍ୟୁତ ସେବା ମିଳୁଛି ଲୋ-ଭୋଲଟେଜ୍‌ କାରଣରୁ ଅନେକ ବୈଦ୍ୟୁତିକ ସାମଗ୍ରୀ ଖରାପ ହେବାରେ ଲାଗିଛି। ଟାଟା ପାୱାର ପକ୍ଷରୁ ଲୋକଙ୍କୁ ସେବା ଯୋଗାଇବା ନାଁରେ ୧୯୧୨ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। କୌଣସି ଉପଭୋକ୍ତା ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅସୁବିଧାରେ ପଡିଲେ ଏହି ନମ୍ବରକୁ ଫୋନ କରିବା ପାଇଁ ନିର୍ଦ୍ଦେଶ ରହଛିି । ଫୋନ କଲେ ଉପଭୋକ୍ତାଙ୍କ କଞ୍ଜ୍ୟୁମର ନମ୍ବର କିମ୍ବା କଷ୍ଟମର ଆଇଡି ସାଙ୍ଗକୁ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ମଗାଯାଉଛି। ତା’ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଫୋନ କରି ଘରେ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ପହଞ୍ଚତ୍ ପ୍ରତିକାର କରିବେ ବୋଲି କୁହାଯାଉଛି। ବାସ୍ତବରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଦୁର୍ବଳ ତାର ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକ ମରାମତି ଅଭାବରୁ ସାମାନ୍ୟ ପବନରେ ବିଜୁଳି କଟିଯାଉଛି । ଏହିଭଳି ଅନେକ ସମସ୍ୟା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ଆମ୍‌ ଆଦମୀ ପାର୍ଟି ଦଳର ଜିଲା ଆବାହକ ଅନୁପମା ସେଠୀ, ଜଗତ୍‌ସିଂହପୁର ବ୍ଲକ ଆବାହକ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାର ବିଭିନ୍ନ ସ୍ଥାନରେ ମନଇଚ୍ଛା ବିଜୁଳି କାଟ ସାଙ୍ଗକୁ ଲୋ-ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ ସରବରାହରେ ଅସ୍ଥିରତା ଅସନ୍ତୋଷକୁ ତୀବ୍ର କରିଛି। ଟାଟା ପାୱାର ବେଆଇନ ଭାବେ ମିଟର ବସାଇ ଚାଲିଛି। ନିୟମ ରହିଛି ସରକାରୀ ସ୍ବୀକୃତିପ୍ରାପ୍ତ ଲାବ୍‌ରେ ମିଟର ପରୀକ୍ଷା ପରେ ଲୋକଙ୍କ ଘରେ ବସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ କରାଯାଉଛି। ଫଳରେ ମିଟରରେ ରିଡିଂ ମନଇଚ୍ଛା ବଢୁଛି। ଗୋଟେପଟେ ଲୋକେ ବିଦ୍ୟୁତ ସଂଯୋଗ ନେଇ ଏହାର ସୁବିଧା ପାଉ ନ ଥିବାବେଳେ ଅନ୍ୟପଟେ ବିଜୁଳି କମ୍ପାନୀର ଶୋଷଣ ଚାଲିଛି। ବିଦ୍ୟୁତ ସମସ୍ୟା ଯୋଗୁ ମଟର ଚାଲୁ ନ ଥିବାରୁ ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଛି। ବୈଦ୍ୟୁତିକ ସରଞ୍ଜାମର ଯାନ୍ତ୍ରିକ ତ୍ରୁଟି ଘଟୁଛି। ଟାଟା ପାୱାର ଉପରେ ଅଙ୍କୁଶ ରହୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆଗାମୀ ଦିନରେ ଦଳ ଜଗତ୍‌ସିଂହପୁର ଜିଲା ଶାଖା ପକ୍ଷରୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏସମ୍ପର୍କରେ ଟିପିସିଓଡିଏଲ୍‌ର ଜଗତ୍‌ସିଂହପୁର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଜେନା କହିଛନ୍ତି, ଦେଖା ଦେଇଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ଚାଲିଛି। ପର୍ଯ୍ୟାୟକ୍ରମେ ଏହାର ସମାଧାନ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ମିଟରରିଡିଂ ସମସ୍ୟା ସମ୍ପର୍କରେ ସେ ନୀରବ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri