୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା

ଜଗତ୍‌ସିଂହପୁର ଅଫିସ୍‌, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍‌ ଘର୍‌ ତ୍ରିରଙ୍ଗା ଆହ୍ବାନକୁ ସଫଳ କରିବା ପାଇଁ ପ୍ରୟାସ ଚାଲିଛି। କେନ୍ଦ୍ର ସରକାର ବିଭିନ୍ନ ପୋଷ୍ଟ ଅଫିସ ମାଧ୍ୟମରେ ତ୍ରିରଙ୍ଗା ବିକ୍ରି ଚଳାଇଛନ୍ତି। ପ୍ରତି ତ୍ରିରଙ୍ଗାର ମୂଲ୍ୟ ୨୫ ଟଙ୍କା ହୋଇଥିଲେ ସୁଦ୍ଧା ଲୋକଙ୍କ ଚାହିଦା ଦୃଷ୍ଟିରୁ ଜିଲାର ଅଧିକାଂଶ ପୋଷ୍ଟ ଅଫିସରରୁ ଏହା ସରିଗଲାଣି। ଅନ୍ୟପଟେ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମାଗଣା ତ୍ରିରଙ୍ଗା ଯୋଗାଇବାକୁ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଶୁକ୍ରବାର ଜଗ୍‌ତସଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ହର୍‌ ଘର୍‌ ତ୍ରିରଙ୍ଗା ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ପାରୁଲ୍‌ ପଟଓ୍ବାରୀ ଏଥିରେ ପୌରୋହିତ୍ୟ କରି ଅଗଷ୍ଟ ୧୩ରୁ ୧୫ ତାରିଖ ୩ ଦିନ ଧରି ଲୋକେ ଯେପରି ସେମାନଙ୍କ ଘରେ ତ୍ରିରଙ୍ଗା ଉଡାଇବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ଜଗତ୍‌ସିଂହପୁର ଜିଲା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ୭୫ ହଜାର ତ୍ରିରଙ୍ଗା ପତାକା ଯୋଗାଇ ଦିଆଯାଇଛି। ମାଗଣାରେ ଏସବୁ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ। ବ୍ଲକ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଓ ସିଡିପିଓମାନେ ପ୍ରତ୍ୟେକ ପରିବାରକୁ ଏହା ବାଣ୍ଟିବେ। ପ୍ରତ୍ୟେକ ଘରେ ଯେପରି ସମ୍ମାନର ସହ ଜାତୀୟ ପତାକା ଉଡିବ ସେନେଇ ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଇଛି। ଜିଲାରେ ୨,୬୧,୩୦୭ ପରିବାର ଥିବାବେଳେ ମାତ୍ର ୭୫ ହଜାର ତ୍ରିରଙ୍ଗା କିପରି ବଣ୍ଟାଯିବ ସେନେଇ ଆଲୋଚନା ଜୋର ଧରିଛି। ଯେଉଁମାନେ ପତାକା ବାଣ୍ଟିବେ ସେମାନଙ୍କ ଉପରେ ଚାପ ପଡିବା ସ୍ବାଭାବିକ। କେବଳ ଏତିକି ନୁହେଁ, ଏହି ବାହାନାରେ ପତାକା ବାଣ୍ଟିବା ମହିଳା ଓ ପୁରୁଷମାନେ ଫାଇଦା ଉଠାଇ ପାରନ୍ତି। ଯେହେତୁ ବଜାରରେ ୬୦୦ ଇଞ୍ଚ ପତାକାର ଦାମ ୪୦ ଟଙ୍କା ତେଣୁ କିଛି ବ୍ୟତିକ୍ରମ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସମ୍ପର୍କ ଓ କ୍ଷମତା ଦେଖାଇ ଅନେକ ଅଧିକ ସଂଖକ ପତାକା ନେବାକୁ ଚେଷ୍ଟା କରିପାରନ୍ତି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ମିଶନ ଶକ୍ତି ଡିପିସି ଡ. ଅଭିକ ନାରାୟଣଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଜିଲାର ବାଲିକୁଦା, ବିରିଡ଼ି, ଜଗତ୍‌ସିଂହପୁର, କୁଜଙ୍ଗ ଓ ରଘୁନାଥପୁର ବ୍ଲକର ୫ଟି ଉପତ୍ାଦକ ଗୋଷ୍ଠୀଠାରୁ ୧,୫୦,୦୦୦ ପତାକା କିଣାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେଥିରୁ ୭୫,୦୦୦ ଜିଲାରେ ଓ ଅବଶିଷ୍ଟ ୭୫,୦୦୦ ମୟୂରଭଞ୍ଜ ଯିବ ବୋଲି ସ୍ଥିର ହୋଇଛି। ରାଜ୍ୟର ଏକାଧିକ ଜିଲାରେ ପତାକା ଉପତ୍ାଦନ ହୋଇ ନ ପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ତେବେ ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକ ଓ ୨ ପୌରାଞ୍ଚଳରେ ୭୫,୦୦୦ ପରିବାରକୁ ଗୋଟିଏ ହିସାବରେ ପତାକା ମାଗଣାରେ ଦିଆଯିବ। ଯେହେତୁ ପରିବାର ସଂଖ୍ୟାଠାରୁ ପତାକା କମ ରହୁଛି ତେଣୁ ଯେଉଁ ସ୍ଥାନରେ ଭଲ ଦେଖାଯିବ ସମ୍ପୃକ୍ତ ପରିବାରକୁ ଅଗ୍ରାଧିକାର ଭିତିରେ ପତାକା ଦିଆଯିବ ବୋଲି କହିଥିଲେ। ବାସ୍ତବରେ ପତାକା ବଣ୍ଟନ ହେଲାପରେ କି ସମସ୍ୟା ରହୁଛି ତାହା ଜଣାପଡ଼ିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri