ଦେବୀ ନଦୀ ବନ୍ଧ ବିପଦସଙ୍କୁଳ, ଲୋକେ ଆତଙ୍କିତ

ଜଗତ୍‌ସିଂହପୁର ଅଫିସ, ୧୭।୮: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏରସମା, ବାଲିକୁଦା ଓ କୁଜଙ୍ଗ ଆଦି ବ୍ଲକର ତଳିଆ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। କେତୋଟି ଗଁା ଜଳବନ୍ଦୀ ଥିବାବେଳେ ବର୍ଷା ଜଳ ଅନେକ ଲୋକଙ୍କ ପ୍ରଭୁତ କ୍ଷତି କରିଛି। ଅନ୍ୟପକ୍ଷେ ମହାନଦୀ, ପାଇକା ଓ ଦେବୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଏହାଦ୍ୱାରା ଏକାଧିକ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଜିଲା ସଦର ମହକୁମାଠାରୁ ମାତ୍ର ୬ କିମି ଦୂର ଆଳିପିଙ୍ଗଳ ନିକଟବର୍ତ୍ତୀ ଦେବୀ ନଦୀ ବନ୍ଧର ଏକାଧିକ ସ୍ଥାନରେ ମୁଷା ଓ କୋକିଶିଆଳି ଗାତ ରହିଛି। ଯାହାଦ୍ୱାରା ବନ୍ୟା ଜଳ ଏହି ଗାତରେ ପଶି ଘାଇ କରିବାର ଭୟ ସୃଷ୍ଟି କରିଛି। ଏ ସମ୍ପର୍କରେ କୋଲର, ଫୁଲାର, କୋରୁଆ ଆଦି ଗ୍ରାମର ଲୋକେ କହିଛନ୍ତି, ପାଖାପାଖି ୨ ମାସ ପୂର୍ବରୁ ସେମାନଙ୍କ ସୂଚନା ଆଧାରରେ ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ନଦୀ ବନ୍ଧ ପରିଦର୍ଶନରେ ଆସିଥିଲେ। ସେମାନଙ୍କୁ ମୁଷା ଓ କୋକିଶିଆଳିଙ୍କ ଦ୍ୱାରା କରାଯାଇଥିବା ଗାତ ଦେଖାଯିବା ସହ ବର୍ଷାଦିନେ ବିପଦ ଥିବା ଦର୍ଶାଯାଇଥିଲା। କର୍ମଚାରୀମାନେ ଛୋଟ ଗାତ ଖୋଳି ବଡ କରିବା ସହ ଏକାଧିକ କୋକିଶିଆଳି ଧରିଥିଲେ। ସେତେବେଳେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତେବେ ଖୁବ୍‌ଶୀଘ୍ର ଗାତ ବନ୍ଦ କରାଯାଇ ନଦୀ ବନ୍ଧକୁ ସୁରକ୍ଷା ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଏବେ ଏହି ଗାତ ଭୟ ସୃଷ୍ଟି କରିଛି। ବନ୍ୟା ଜଳ ଏହି ଗାତରେ ପସି ଘଳିଆ ସୃଷ୍ଟି କରିଛି। ଏଥିଯୋଗୁ ଆଖପାଖ ଗ୍ରାମର ଲୋକେ ଭୟଭୀତ ହୋଇ ପଡିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ କେବଳ ଉପରଠାଉରିଆ ଭାବେ ବାଲିବସ୍ତା ଓ ପଲିଥିନ ମହଜୁଦ କରି ରଖାଯାଇଛି। ଜଣେ ମାତ୍ର ଖଲାସୀ ଉପସ୍ଥିତ ରହିଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଅର୍ଥାତ୍‌ ଘଳିଆ ବନ୍ଦ ପାଇଁ ବାଲିବସ୍ତା ପକାଯାଉଛି। ଖବର ଲେଖାହେବା ବେଳକୁ ନଦୀ ଜଳ କେତୋଟି ଗାତ ଛୁଇଁ ଥିବାରୁ ନିକଟବର୍ତ୍ତୀ ଗ୍ରାମର ସହସ୍ରାଧିକ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯେହେତୁ ଏହି ସ୍ଥାନ ଜିଲା ମୁଖ୍ୟାଳୟଠାରୁ କମ୍‌ ଦୂରରେ ତେଣୁ ଜଗତ୍‌ସିଂହପୁର ସହର ଓ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଚିନ୍ତାରେ ପଡିଛନ୍ତି। କେବଳ ଆଳିପିଙ୍ଗଳ ନୁହେଁ, ଜଗତ୍‌ସିଂହପୁର ଜଳସମ୍ପଦ ବିଭାଗ ଅଧିକ ନଦୀ ବନ୍ଧଗୁଡିକର ବିଭିନ୍ନ ସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜଳସମ୍ପଦ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନଦୀ ଓ କେନାଲ ବନ୍ଧ ମରାମତି, ପୁନରୁଦ୍ଧାର ଆଳରେ ବହୁ ଟଙ୍କା ଆତ୍ମସାତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?