Odisha Elections 2024

ଦେବୀ ନଦୀ ବନ୍ଧ ବିପଦସଙ୍କୁଳ, ଲୋକେ ଆତଙ୍କିତ

ଜଗତ୍‌ସିଂହପୁର ଅଫିସ, ୧୭।୮: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏରସମା, ବାଲିକୁଦା ଓ କୁଜଙ୍ଗ ଆଦି ବ୍ଲକର ତଳିଆ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। କେତୋଟି ଗଁା ଜଳବନ୍ଦୀ ଥିବାବେଳେ ବର୍ଷା ଜଳ ଅନେକ ଲୋକଙ୍କ ପ୍ରଭୁତ କ୍ଷତି କରିଛି। ଅନ୍ୟପକ୍ଷେ ମହାନଦୀ, ପାଇକା ଓ ଦେବୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଏହାଦ୍ୱାରା ଏକାଧିକ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଜିଲା ସଦର ମହକୁମାଠାରୁ ମାତ୍ର ୬ କିମି ଦୂର ଆଳିପିଙ୍ଗଳ ନିକଟବର୍ତ୍ତୀ ଦେବୀ ନଦୀ ବନ୍ଧର ଏକାଧିକ ସ୍ଥାନରେ ମୁଷା ଓ କୋକିଶିଆଳି ଗାତ ରହିଛି। ଯାହାଦ୍ୱାରା ବନ୍ୟା ଜଳ ଏହି ଗାତରେ ପଶି ଘାଇ କରିବାର ଭୟ ସୃଷ୍ଟି କରିଛି। ଏ ସମ୍ପର୍କରେ କୋଲର, ଫୁଲାର, କୋରୁଆ ଆଦି ଗ୍ରାମର ଲୋକେ କହିଛନ୍ତି, ପାଖାପାଖି ୨ ମାସ ପୂର୍ବରୁ ସେମାନଙ୍କ ସୂଚନା ଆଧାରରେ ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ନଦୀ ବନ୍ଧ ପରିଦର୍ଶନରେ ଆସିଥିଲେ। ସେମାନଙ୍କୁ ମୁଷା ଓ କୋକିଶିଆଳିଙ୍କ ଦ୍ୱାରା କରାଯାଇଥିବା ଗାତ ଦେଖାଯିବା ସହ ବର୍ଷାଦିନେ ବିପଦ ଥିବା ଦର୍ଶାଯାଇଥିଲା। କର୍ମଚାରୀମାନେ ଛୋଟ ଗାତ ଖୋଳି ବଡ କରିବା ସହ ଏକାଧିକ କୋକିଶିଆଳି ଧରିଥିଲେ। ସେତେବେଳେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତେବେ ଖୁବ୍‌ଶୀଘ୍ର ଗାତ ବନ୍ଦ କରାଯାଇ ନଦୀ ବନ୍ଧକୁ ସୁରକ୍ଷା ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଏବେ ଏହି ଗାତ ଭୟ ସୃଷ୍ଟି କରିଛି। ବନ୍ୟା ଜଳ ଏହି ଗାତରେ ପସି ଘଳିଆ ସୃଷ୍ଟି କରିଛି। ଏଥିଯୋଗୁ ଆଖପାଖ ଗ୍ରାମର ଲୋକେ ଭୟଭୀତ ହୋଇ ପଡିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ କେବଳ ଉପରଠାଉରିଆ ଭାବେ ବାଲିବସ୍ତା ଓ ପଲିଥିନ ମହଜୁଦ କରି ରଖାଯାଇଛି। ଜଣେ ମାତ୍ର ଖଲାସୀ ଉପସ୍ଥିତ ରହିଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଅର୍ଥାତ୍‌ ଘଳିଆ ବନ୍ଦ ପାଇଁ ବାଲିବସ୍ତା ପକାଯାଉଛି। ଖବର ଲେଖାହେବା ବେଳକୁ ନଦୀ ଜଳ କେତୋଟି ଗାତ ଛୁଇଁ ଥିବାରୁ ନିକଟବର୍ତ୍ତୀ ଗ୍ରାମର ସହସ୍ରାଧିକ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯେହେତୁ ଏହି ସ୍ଥାନ ଜିଲା ମୁଖ୍ୟାଳୟଠାରୁ କମ୍‌ ଦୂରରେ ତେଣୁ ଜଗତ୍‌ସିଂହପୁର ସହର ଓ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଚିନ୍ତାରେ ପଡିଛନ୍ତି। କେବଳ ଆଳିପିଙ୍ଗଳ ନୁହେଁ, ଜଗତ୍‌ସିଂହପୁର ଜଳସମ୍ପଦ ବିଭାଗ ଅଧିକ ନଦୀ ବନ୍ଧଗୁଡିକର ବିଭିନ୍ନ ସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜଳସମ୍ପଦ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନଦୀ ଓ କେନାଲ ବନ୍ଧ ମରାମତି, ପୁନରୁଦ୍ଧାର ଆଳରେ ବହୁ ଟଙ୍କା ଆତ୍ମସାତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri