ଜଗତ୍‌ସିଂହପୁର

୧୬ ବର୍ଷ ହେବ ବନ୍ଦ ରହିଛି ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର

ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି…

ଭସାଣି ଉତ୍ସବ: ବିଦାୟ ନେଲେ ମା’ ଦୁର୍ଗା

ବିରିଡି/ବାଲିଆ/ତିର୍ତ୍ତୋଲ/ନାଉଗାଁ, ୭ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି। କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ…

ଜାତୀୟ ଖେଳାଳି ନାରାୟଣ ମୁଣ୍ଡାଙ୍କ ଅଭ୍ୟାସ

ପାରାଦୀପ, ୧ା୧୦(ସ୍ବ.ପ୍ର.): ପାରାଦୀପର ମହାନଦୀ ମୁହାଣରେ ଶୁକ୍ରବାର ପ୍ରଥମକରି ଜଣେ ଜାତୀୟ ଖେଳାଳି ନାରାୟଣ ମୁଣ୍ଡା ୱିଣ୍ଡ ସର୍ଫିଂ ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ ସେ ସପ୍ତାହେ ପର୍ଯ୍ୟନ୍ତ କରିବେ। ଅକ୍ଟୋବର ୧୩ ରୁ ୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ…

ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ ହତ୍ୟା ଅଭିଯୋଗ ମାମଲାର ବିଚାର କରାଯାଇ ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଅନୁପ କୁମାର…

କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଯୋଜନା…

ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।…

ମୂର୍ତ୍ତି ଗଢୁଛନ୍ତି କୋଲକାତା କାରିଗର

ଜଗତ୍‌ସିଂହପୁର ଅଫିସ, ୩୦ା୯:ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି,ପାର୍ବଣ ପରିବେଶ ସେତିକି ଅନୁଭୂତ ହେଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ପ୍ରାୟତଃ ପୂଜା ମଣ୍ଡପ ଓ କ୍ଲବ ପକ୍ଷରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଖେରସ (ଦେବୀ ଛକ)ସ୍ଥିତ…

କାଠି, ଓସ୍ତପତ୍ରରେ ସୁନ୍ଦର କଳାକୃତି

ପାରାଦୀପ,୩୦ା୯(ସ୍ବ.ପ୍ର.):ଆଇସ୍‌କ୍ରିମ ଓ ଦିଆସିଲି କାଠି ସହ ଓସ୍ତପତ୍ର ଆଦିରେ ବିଭିନ୍ନ କଳାକୃତି କରୁଛନ୍ତି ପାରାଦୀପର ଶ୍ରୁତି ରଞ୍ଜନ ମୁଦୁଲି, ତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଜିଲା ନାଉଗାଁସ୍ଥିତ ଭଟଣା ଗ୍ରାମରେ। ବାପା ରାଜେନ୍ଦ୍ର ବ୍ୟବସାୟ କରୁଥିବାବେଳେ ମା’ଗୃହିଣୀ। ଶ୍ରୁତିଙ୍କୁ ଏବେ ୨୩…

ଜଗତ୍‌ସିଂହପୁର: ଦକ୍ଷ ଯଜ୍ଞକୁ ଆଧାର କରି ମୂର୍ତ୍ତି ନିର୍ମାଣ

ଜଗତ୍‌ସିଂହପୁର ଅଫିସ, ୨୯ା୯: ଜଗତ୍‌ସିଂହପୁର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ନେଇ ନିଆରା ମାହୋଲ ଦେଖିବାକୁ ମିଳିଛି। ବିଭିନ୍ନ କ୍ଲବ ଏବଂ ଦୁର୍ଗାପୂଜା କମିଟି ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଅନେକ ମୂର୍ତ୍ତିରେ ଖଡି ଲାଗି ହୋଇସାରିଛି।…

ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ

ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର…

ଚାନ୍ଦି ଅଳଙ୍କାର, ଆଲୋକରେ ଝଲସିବେ ମା’

ଜଗତ୍‌ସିଂହପୁର ଅଫିସ, ୨୭ା୯:ଜଗତ୍‌ସିଂହପୁରର ଗୋପାଳସାଗରସ୍ଥିତ ମା’ ବନଦୁର୍ଗା ପୂଜା କମିଟି ପକ୍ଷରୁ ୬୦ ବର୍ଷ ହେବ ଦୁର୍ଗାପୂଜା ହୋଇଆସୁଛି। କୋଭିଡ୍‌-୧୯ କାରଣରୁ ଗତ ୨ ବର୍ଷ ହେବ ପୂଜା ନିରାଡ଼ମ୍ବରପୂର୍ଣ୍ଣ ଥିଲା । ଚଳିତବର୍ଷ ଆଡମ୍ବରପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରସ୍ତୁତି…

ଦେବୀନଦୀରୁ ପ୍ରଥମ ପାଣି ପହଞ୍ଚିଲା

ବାଲିକୁଦା,୨୭ା୯(ସ୍ବ.ପ୍ର.):୨୦୧୮ରୁ ଆମ୍ବଶାଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରଳଳ୍ପ ଡିସେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପ୍ରକଳ୍ପ ସହକାରୀ ପରିଚାଳକ ନାରାୟଣ ସାମନ୍ତରାୟ ସୂଚନା ଦେଇଛନ୍ତି। ଏନେଇ ପରୀକ୍ଷାମୂଳକ ଭାବେ ଗତ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri