ନାଁକୁ ଚାଲିଛି ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ

ଜଗତ୍‌ସିଂହପୁର ଅଫିସ, ୧୨।୧୦: ଲୋକଙ୍କ ପାଖରେ ସହଜରେ ସୂଚନା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରତି ଜିଲାରେ ପୋର୍ଟାଲ ରହିଛି। ନ୍ୟାଶନାଲ ଇନ୍‌ଫର୍ମେଟିଭ୍‌ ସେଣ୍ଟର (ଏନ୍‌ଆଇସି) ଏହାକୁ ପରିଚାଳନା କରୁଛି। ଲୋକେ ନେଟ୍‌ ଖୋଲି ପୋର୍ଟାଲ ମାଧ୍ୟମରେ ଅନେକ ସୂଚନା ପାଇପାରିବେ ବୋଲି କୁହାଯାଉଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରହସନ ପାଲଟିଛି । ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ (jagatsingpur.nic.in) ଖୋଲିଲେ ଏଥିରେ ଅନେକ କିଛି ଅଭାବ ଥିବା ଦେଖାଯାଇଛି । ବିଶେଷକରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଆର୍‌ଟିଆଇ, ଅଧିକାରୀମାନଙ୍କ ନାଁ, ମୋବାଇଲ ଓ ଲାଣ୍ଡଲାଇନ୍‌ ନମ୍ବର, ଇ-ମେଲ ଆଇଡି, ସେବା, ଫଟୋ ଆଦିର ଆବଶ୍ୟକତାକୁ ଗୌଣ କରାଯାଇଛି। ଏ ସମ୍ପର୍କରେ ଏନ୍‌ଆଇସି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଡିଷ୍ଟ୍ରିକ୍ଟ ପୋର୍ଟାଲ କମିଟିରେ ତଥ୍ୟ ଦେବା ଦାୟିତ୍ୱ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ)ଙ୍କ ଉପରେ ନ୍ୟସ୍ତ କରାଯାଇଛି। ୨୦୧୮ରେ ଯେତିକି ତଥ୍ୟ ମିଳିଥିଲା ସେତିକି ହିଁ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଉପଲବ୍ଧ ଅଛି । ତା’ପରଠାରୁ ବିଭାଗୀୟ ଅଧିକାରୀମାନେ ସୂଚନା ଦେଉନାହାନ୍ତି। ଏନେଇ ସେ ନିଜ ଆଡୁ ଆଗ୍ରହ ପ୍ରକାଶ କରି ୩ ମାସ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରି ଜିଲାପାଳଙ୍କ ଅନୁମତିକ୍ରମେ ଡିଆଇପିଆର୍‌ଓଙ୍କୁ ଚିଠି କରିଥିଲେ। ଏଥିରେ ଉଲ୍ଲେଖ ଅଛି ବିଭାଗଗୁଡିକରୁ ତଥ୍ୟ ସଂଗ୍ରହ କରି ଦେଲେ ସେଗୁଡିକ ଅପଲୋଡ୍‌ କରାଯିବ। ଡିଆଇପିଆର୍‌ଓ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି, ସେ ଜିଲାପାଳଙ୍କ ଅନୁମତିକ୍ରମେ ଗତ ଅଗଷ୍ଟରେ ବିଭାଗଗୁଡିକୁ ଚିଠି କରିଛନ୍ତି। ପ୍ରତି ୬ ମାସରେ ଥରେ ଡାଟା ଅପ ଟୁ ଡେଟ୍‌ କରିବାକୁ ପଡ଼ିବ । ତେଣୁ ବିଭାଗଗୁଡିକ ଏହି ଅନୁଯାୟୀ ଡାଟା ଦେଲେ ତାହା ଏନ୍‌ଆଇସି ସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛିି । କିନ୍ତୁ ଡାଟା ଦେବାକୁ ବିଭାଗଗୁଡିକ ଆଗ୍ରହ ପ୍ରକାଶ କରୁ ନ ଥିବା ଡିଆଇପିଆର୍‌ଓ କହିବା ସହ ପୁଣି ସେମାନଙ୍କୁ ଆଉ ଥରେ ଚିଠି କରାଯିବ ବୋଲି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ପୋର୍ଟାଲଟି କେବଳ ଔପଚାରିକତା ପୂରଣ ପାଇଁ କରାଯାଇଛି। ଡାଇରେକ୍ଟୋରୀର ପବ୍ଲିକ ୟୁଟିଲିଟିଜ୍‌ ଖୋଲିଲେ ବ୍ୟାଙ୍କ, କଲେଜ/ୟୁନିଭରସିଟି୍‌, ଇଲେକ୍ଟ୍ରିସିଟି, ହସ୍ପିଟାଲ, ମ୍ୟୁନିସିପାଲିଟି, ଏନ୍‌ଜିଓ୍‌, ପୋଷ୍ଟାଲ ଓ ସ୍କୁଲ୍‌ ଆଦିର ନାମ ରହିଛି । କିନ୍ତୁ ସେଗୁଡିକ ଖୋଲୁନାହିଁ। ଏପରି କି ହସ୍ପିଟାଲ ଭିତରେ ଜିଲାର କେବଳ ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ହେଡକ୍ବାର୍ଟର ହସ୍ପିଟାଲ ନାଁ ଆସୁଥିବାବେଳେ ଏସମ୍ପର୍କରେ କୌଣସି ତଥ୍ୟ ସେଥିରେ ନାହିଁ। ଅନୁରୂପ ଭାବେ ଜଗତ୍‌ସିଂହପୁର ଓ ପାରାଦୀପ ମ୍ୟୁନିସିପାଲିଟି ଲିଙ୍କ ଆସୁଥିଲେ ସୁଦ୍ଧା ତାହା ଖୋଲୁନାହିଁ। ଏଥିସହ କିଛି ବିଭାଗର ନାଁ ଉକ୍ତ ପୋର୍ଟାଲରେ ନାହିଁ। ପାରାଦୀପ ମ୍ୟୁନିସିପାଲିଟିର ନିଜସ୍ବ ୱେବସାଇଟ୍‌ ରହିଛି । କିନ୍ତୁ ଜଗତ୍‌ସିଂହପୁର ମ୍ୟୁନିସିପାଲିଟିର ୱେବସାଇଟ୍‌ କାମ କରୁନି। ଏହି ୨ ପୌର ପରିଷଦ କାହିଁକି ଡିଷ୍ଟ୍ରିକ୍ଟ ପୋର୍ଟାଲକୁ ତଥ୍ୟ ଦେବାରେ ବିଳମ୍ବ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଅକ୍ଟୋବର ଭିତରେ ଜଗତ୍‌ସିଂହପୁର ପୌର ପରିଷଦ ତଥ୍ୟ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସୂଚନା କମିଶନ ନିର୍ଦ୍ଦେଶ ଦେଇଥିବା ଜଣେ ଆବେଦନକାରୀ ସୂଚନା ଦେଇଛନ୍ତି । ତାଙ୍କ ମାମଲାର ଶୁଣାଣି ବେଳେ ଜଗତ୍‌ସିଂହପୁର ପୌର ପରିଷଦ ଜାଣିଶୁଣି ସୂଚନା ଦେଉ ନ ଥିବା ଅଭିଯୋଗ ଉପରେ କମିଶନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବିଭାଗଗୁଡିକ ଜନସାଧାରଣଙ୍କୁ ତଥ୍ୟ ଲୁଚାଇବାକୁ ଚାହୁଁଛନ୍ତି। ସୂଚନା ଅଧିକାର ଆଇନ ମଧ୍ୟ ଏଠାରେ ପୂର୍ଣ୍ଣମାତ୍ରାରେ କ୍ରାର୍ଯ୍ୟକ୍ଷମ ହେଉ ନ ଥିବା ଦର୍ଶାଯାଇଛି। ଅନେକ ଅସାଧୁ କର୍ମଚାରୀ ତଥ୍ୟ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି। ଆଉ ଯେଉଁସବୁ ତଥ୍ୟ ମିଳୁଛି ତାହା ଜାଣିଶୁଣି ବିଳମ୍ବ କରାଯାଉଛି। ଅପରପକ୍ଷେ ଜିଲା ପ୍ରଶାସନର ନୀରବତା ପରୋକ୍ଷରେ ବିଭାଗୀୟ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଛି। ଅତୀତରେ ମଧ୍ୟ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ସଦ୍ୟ ତଥ୍ୟ ଅପଲୋଡ୍‌ ପାଇଁ ତତ୍କାଳୀନ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ସେତେବେଳେ ବିଭାଗୀୟ ଅଧିକାରୀମାନଙ୍କୁ ଏଥିରେ ସୂଚନା ଦେବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିପ୍ରତି ଧ୍ୟାନ ଦିଆଯାଇ ନଥିଲା। ଜିଲାପାଳଙ୍କ ଚିଠିକୁ ଯଦି ବିଭାଗୀୟ ଅଧିକାରୀମାନେ ମାନିବେ ନାହିଁ ତେବେ ଏହା ପଛର ରହସ୍ୟ କ’ଣ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ତାଙ୍କ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ...

ପ୍ରଚାରରେ କମ୍ପୁଛି ପୌରାଞ୍ଚଳ

ଢେଙ୍କାନାଳ ଅଫିସ, ୨୧।୩: ଢେଙ୍କାନାଳ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପୁଛି ମଇଦାନ। ବିଜେଡି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର...

ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.) ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର...

ମନ୍ଦିରରୁ ମାଇକ୍‌ ଖୋଲିବା ହେଲା କାଳ: ବିଦ୍ୟୁତ୍‌ ତାର ନେଲା ଜୀବନ

ଯାଜପୁର ଅଫିସ୍‌,୧୩।୧୧: ଯାଜପୁର ଜିଲା କୋରାଇ ଥାନା ଶାଳକଣା ଗ୍ରମାରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରରୁ ମାକଇକ୍‌ ସେଟ୍‌ ଖୋଳୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ...

ସ୍କୁଲରେ ପାଠପଢ଼ାକୁ ବନ୍ଦ କଲା ଶିକ୍ଷା ବିଭାଗ

ବରଗଡ଼ ଅଫିସ୍‌,୨୫।୩: କରୋନା ସଂକ୍ରମଣ ଯୋଗୁ ଗତବର୍ଷରୁ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରହିଛି । କେବଳ ସେତିକି ନୁହେଁ, ଏଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ...

କେସିଙ୍ଗାରେ ବିଜୁ ଜନତା ଦଳ ପକ୍ଷରୁ ବିରାଟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କେସିଙ୍ଗା,୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବିଜୁ ଜନତା ପକ୍ଷରୁ ବିରାଟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।...

ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା...

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

Advertisement
Archives

Model This Week