ନାଁକୁ ଚାଲିଛି ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ

ଜଗତ୍‌ସିଂହପୁର ଅଫିସ, ୧୨।୧୦: ଲୋକଙ୍କ ପାଖରେ ସହଜରେ ସୂଚନା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରତି ଜିଲାରେ ପୋର୍ଟାଲ ରହିଛି। ନ୍ୟାଶନାଲ ଇନ୍‌ଫର୍ମେଟିଭ୍‌ ସେଣ୍ଟର (ଏନ୍‌ଆଇସି) ଏହାକୁ ପରିଚାଳନା କରୁଛି। ଲୋକେ ନେଟ୍‌ ଖୋଲି ପୋର୍ଟାଲ ମାଧ୍ୟମରେ ଅନେକ ସୂଚନା ପାଇପାରିବେ ବୋଲି କୁହାଯାଉଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରହସନ ପାଲଟିଛି । ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ (jagatsingpur.nic.in) ଖୋଲିଲେ ଏଥିରେ ଅନେକ କିଛି ଅଭାବ ଥିବା ଦେଖାଯାଇଛି । ବିଶେଷକରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଆର୍‌ଟିଆଇ, ଅଧିକାରୀମାନଙ୍କ ନାଁ, ମୋବାଇଲ ଓ ଲାଣ୍ଡଲାଇନ୍‌ ନମ୍ବର, ଇ-ମେଲ ଆଇଡି, ସେବା, ଫଟୋ ଆଦିର ଆବଶ୍ୟକତାକୁ ଗୌଣ କରାଯାଇଛି। ଏ ସମ୍ପର୍କରେ ଏନ୍‌ଆଇସି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଡିଷ୍ଟ୍ରିକ୍ଟ ପୋର୍ଟାଲ କମିଟିରେ ତଥ୍ୟ ଦେବା ଦାୟିତ୍ୱ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ)ଙ୍କ ଉପରେ ନ୍ୟସ୍ତ କରାଯାଇଛି। ୨୦୧୮ରେ ଯେତିକି ତଥ୍ୟ ମିଳିଥିଲା ସେତିକି ହିଁ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଉପଲବ୍ଧ ଅଛି । ତା’ପରଠାରୁ ବିଭାଗୀୟ ଅଧିକାରୀମାନେ ସୂଚନା ଦେଉନାହାନ୍ତି। ଏନେଇ ସେ ନିଜ ଆଡୁ ଆଗ୍ରହ ପ୍ରକାଶ କରି ୩ ମାସ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରି ଜିଲାପାଳଙ୍କ ଅନୁମତିକ୍ରମେ ଡିଆଇପିଆର୍‌ଓଙ୍କୁ ଚିଠି କରିଥିଲେ। ଏଥିରେ ଉଲ୍ଲେଖ ଅଛି ବିଭାଗଗୁଡିକରୁ ତଥ୍ୟ ସଂଗ୍ରହ କରି ଦେଲେ ସେଗୁଡିକ ଅପଲୋଡ୍‌ କରାଯିବ। ଡିଆଇପିଆର୍‌ଓ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି, ସେ ଜିଲାପାଳଙ୍କ ଅନୁମତିକ୍ରମେ ଗତ ଅଗଷ୍ଟରେ ବିଭାଗଗୁଡିକୁ ଚିଠି କରିଛନ୍ତି। ପ୍ରତି ୬ ମାସରେ ଥରେ ଡାଟା ଅପ ଟୁ ଡେଟ୍‌ କରିବାକୁ ପଡ଼ିବ । ତେଣୁ ବିଭାଗଗୁଡିକ ଏହି ଅନୁଯାୟୀ ଡାଟା ଦେଲେ ତାହା ଏନ୍‌ଆଇସି ସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛିି । କିନ୍ତୁ ଡାଟା ଦେବାକୁ ବିଭାଗଗୁଡିକ ଆଗ୍ରହ ପ୍ରକାଶ କରୁ ନ ଥିବା ଡିଆଇପିଆର୍‌ଓ କହିବା ସହ ପୁଣି ସେମାନଙ୍କୁ ଆଉ ଥରେ ଚିଠି କରାଯିବ ବୋଲି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ପୋର୍ଟାଲଟି କେବଳ ଔପଚାରିକତା ପୂରଣ ପାଇଁ କରାଯାଇଛି। ଡାଇରେକ୍ଟୋରୀର ପବ୍ଲିକ ୟୁଟିଲିଟିଜ୍‌ ଖୋଲିଲେ ବ୍ୟାଙ୍କ, କଲେଜ/ୟୁନିଭରସିଟି୍‌, ଇଲେକ୍ଟ୍ରିସିଟି, ହସ୍ପିଟାଲ, ମ୍ୟୁନିସିପାଲିଟି, ଏନ୍‌ଜିଓ୍‌, ପୋଷ୍ଟାଲ ଓ ସ୍କୁଲ୍‌ ଆଦିର ନାମ ରହିଛି । କିନ୍ତୁ ସେଗୁଡିକ ଖୋଲୁନାହିଁ। ଏପରି କି ହସ୍ପିଟାଲ ଭିତରେ ଜିଲାର କେବଳ ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ହେଡକ୍ବାର୍ଟର ହସ୍ପିଟାଲ ନାଁ ଆସୁଥିବାବେଳେ ଏସମ୍ପର୍କରେ କୌଣସି ତଥ୍ୟ ସେଥିରେ ନାହିଁ। ଅନୁରୂପ ଭାବେ ଜଗତ୍‌ସିଂହପୁର ଓ ପାରାଦୀପ ମ୍ୟୁନିସିପାଲିଟି ଲିଙ୍କ ଆସୁଥିଲେ ସୁଦ୍ଧା ତାହା ଖୋଲୁନାହିଁ। ଏଥିସହ କିଛି ବିଭାଗର ନାଁ ଉକ୍ତ ପୋର୍ଟାଲରେ ନାହିଁ। ପାରାଦୀପ ମ୍ୟୁନିସିପାଲିଟିର ନିଜସ୍ବ ୱେବସାଇଟ୍‌ ରହିଛି । କିନ୍ତୁ ଜଗତ୍‌ସିଂହପୁର ମ୍ୟୁନିସିପାଲିଟିର ୱେବସାଇଟ୍‌ କାମ କରୁନି। ଏହି ୨ ପୌର ପରିଷଦ କାହିଁକି ଡିଷ୍ଟ୍ରିକ୍ଟ ପୋର୍ଟାଲକୁ ତଥ୍ୟ ଦେବାରେ ବିଳମ୍ବ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଅକ୍ଟୋବର ଭିତରେ ଜଗତ୍‌ସିଂହପୁର ପୌର ପରିଷଦ ତଥ୍ୟ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସୂଚନା କମିଶନ ନିର୍ଦ୍ଦେଶ ଦେଇଥିବା ଜଣେ ଆବେଦନକାରୀ ସୂଚନା ଦେଇଛନ୍ତି । ତାଙ୍କ ମାମଲାର ଶୁଣାଣି ବେଳେ ଜଗତ୍‌ସିଂହପୁର ପୌର ପରିଷଦ ଜାଣିଶୁଣି ସୂଚନା ଦେଉ ନ ଥିବା ଅଭିଯୋଗ ଉପରେ କମିଶନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବିଭାଗଗୁଡିକ ଜନସାଧାରଣଙ୍କୁ ତଥ୍ୟ ଲୁଚାଇବାକୁ ଚାହୁଁଛନ୍ତି। ସୂଚନା ଅଧିକାର ଆଇନ ମଧ୍ୟ ଏଠାରେ ପୂର୍ଣ୍ଣମାତ୍ରାରେ କ୍ରାର୍ଯ୍ୟକ୍ଷମ ହେଉ ନ ଥିବା ଦର୍ଶାଯାଇଛି। ଅନେକ ଅସାଧୁ କର୍ମଚାରୀ ତଥ୍ୟ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି। ଆଉ ଯେଉଁସବୁ ତଥ୍ୟ ମିଳୁଛି ତାହା ଜାଣିଶୁଣି ବିଳମ୍ବ କରାଯାଉଛି। ଅପରପକ୍ଷେ ଜିଲା ପ୍ରଶାସନର ନୀରବତା ପରୋକ୍ଷରେ ବିଭାଗୀୟ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଛି। ଅତୀତରେ ମଧ୍ୟ ଡିଷ୍ଟ୍ରିକ୍ଟ ପୋର୍ଟାଲରେ ସଦ୍ୟ ତଥ୍ୟ ଅପଲୋଡ୍‌ ପାଇଁ ତତ୍କାଳୀନ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ସେତେବେଳେ ବିଭାଗୀୟ ଅଧିକାରୀମାନଙ୍କୁ ଏଥିରେ ସୂଚନା ଦେବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିପ୍ରତି ଧ୍ୟାନ ଦିଆଯାଇ ନଥିଲା। ଜିଲାପାଳଙ୍କ ଚିଠିକୁ ଯଦି ବିଭାଗୀୟ ଅଧିକାରୀମାନେ ମାନିବେ ନାହିଁ ତେବେ ଏହା ପଛର ରହସ୍ୟ କ’ଣ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ତାଙ୍କ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?