ନୂଆ ଉପାୟରେ ଚାଲିଛି ପେଟ୍ରୋଲ, ଡିଜେଲ ଚୋରି

ପାରାଦୀପ,୧୩ା୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ରାଷ୍ଟ୍ରାୟତ ଉଦ୍ୟୋଗ ଏଚପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ଼) ଟର୍ମିନାଲରେ ଦୀର୍ଘବର୍ଷ ହେଲା ତେଲ ଚୋରି ପ୍ରକ୍ରିୟା ଲାଗି ରହିଛି। କେତେବେଳେ ଟର୍ମିନାଲ ପାଖ ବଟନଦୀରେ ଡଙ୍ଗା ଯୋଗେ ତ ଆଉ କେଉଁ ସମୟରେ ଗାଡ଼ିରେ ହେଉଛି। ଯାହାକୁ ନେଇ ବିଗତ ଦିନରେ ଅନେକ ଥର ବିବାଦ, ମାମଲା ଆଦି ଘଟଣା ଘଟିଛି। କିନ୍ତୁ ଦୁର୍ବୃତ୍ତମାନେ ପେଟ୍ରୋଲ, ଡିଜେଲ ଚୋରି କରିବାର ନୂଆ ଉପୟ କରିଛନ୍ତି। ସେପ୍ଟେମ୍ବରରେ ଏଭଳି ଏକ ତେଲ ଚୋରି ର଼୍ୟାକେଟ ସମ୍ପର୍କରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା। ସେତେବେଳେ ପୋଲିସ ନଂ.୨୯୬/୨୨ରେ ମାମଲା ରୁଜୁ କରିବା ସହ ୫ ଜଣ ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଏହି ଘଟଣାର ଦୁଇଜଣ ମୁଖ୍ୟଙ୍କୁ ସେତେବେଳେ ପୋଲିସ ଓ ଟର୍ମିନାଲ ଅଧିକାରୀ କେବଳ ଡେମୋ କରାଇ ଛାଡି ଦେଇଥିଲେ।

ପେଟ୍ରୋଲ ଓ ଡିଜେଲ ଚୋରି ପାଇଁ ଏବେ ନୂଆ ଉପାୟ ଦୁର୍ବୃତ୍ତମାନେ ଆପଣେଛନ୍ତି। ଅର୍ଥାତ ଯେଉଁ ଟ୍ୟାଙ୍କଲର ଯୋଗେ ତେଲ ବୋଝେଇ କରାଯାଉଛି ସେତେବେଳେ ସେହି ଗାଡିର ଟାଙ୍କିରେ ଧାର୍ଯ୍ୟଠାରୁ ଅଧିକ ତେଲ ବୋଝେଇ କରାଯାଉଛି। ସମ୍ପୂର୍ଣ୍ଣ ଇଲୋଟ୍ରୋନିକ୍ସ ବ୍ୟବସ୍ଥା ମଧ୍ୟରେ ହେଉଥିବା ଏହି ବୋଝେଇ ଖଲାସ ବେଳେ ବୈଦ୍ୟୁତିକ ତାରକୁ ସ୍ପାର୍କିଂ କରି କିଛି ସେକେଣ୍ଡ ଅଚଳ କରାଯାଉଛି। ସେତିକି ବେଳେ ଗାଡିର ପ୍ରତି ଟାଙ୍କିରେ ୨୦୦ରୁ ୫୦୦ ଲିଟର ତେଲ ଅଧିକ ଯାଇଥାଏ। ସେହି ଅଧିକ ତେଲକୁ ଚାଳକମାନେ ଅଧାବାଟରେ ଥିବା ବେପାରୀଙ୍କୁ ଦେଇଥାନ୍ତି। ୨୦୧୮ ପୂର୍ବରୁ ପ୍ରତି ଗାଡ଼ି ତେଲ ବୋଝେଇ ପରେ ଲୁହା କିମ୍ବା ପିତଳ ତାଲା ପକାଇ ଯାଉଥିଲେ। ସେହି ତାଲାର ଡୁପ୍ଲିକେଟ ଚାବି କରି ଚୋରି କରାଯିବାରୁ ପ୍ରାୟ ସବୁ ତେଲ କମ୍ପାନୀ ଇଲୋଟ୍ରୋନିକ୍ସ ଲକ କରିଛନ୍ତି। ଅର୍ଥାତ ତେଲ ଗାଡ଼ିରେ ବୋଝେଇ ପରେ ବ୍ୟାଙ୍କ ଲକର ପରି କରାଯାଉଛି। ଲକ୍‌ ଖୋଲିବାକୁ ଯେଉଁ ପାଶ ୱାର୍ଡ ରୁହେ ତା’ର ନମ୍ବର କେବଳ ଦୁଇଜଣଙ୍କ ପାଖକୁ ଯାଇଥାଏ। ଟର୍ମିନାଲ ମ୍ୟାନେଜର ଓ ତେଲ ଡିପୋର ମାଲିକ ପାଖରେ ଉକ୍ତ ନମ୍ବର ମୋବାଇଲ ଯୋଗେ ଯାଇଥାଏ। ଏଭଳି ଲକ୍‌ ହେବା ପରେ ଡ୍ରାଇଭର ଓ ଦୁର୍ବୃତ୍ତମାନେ ଗାଡି ଟାଙ୍କି ତଳେ ଭିନ୍ନ ପ୍ରକାର ତେଲ ନିଷ୍କାସନ ବାଟ କରିଛନ୍ତି। ଏହା କେବଳ ଡ୍ରାଇଭର ଓ ଦୁର୍ବୃତ୍ତମାନେ ଜାଣିଛନ୍ତି। ଯେଉଁ ଟାଙ୍କିରେ ଯେତିକି ତେଲ ଅଧିକ ଯାଇଥିବ ବାଟରେ ସେତିକି ଖାଲି କରି ଦେଉଛନ୍ତି ବୋଲି ସେପ୍ଟେମ୍ବର ଚୋରି ବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ଡେମୋ ଜରିଆରେ ଟର୍ମିନାଲ ମ୍ୟାନେଜର ବେଣୁଧର ସେଠୀଙ୍କୁ ଦେଖାଇଥିଲେ। ଏହାସତ୍ତ୍ୱେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇନାହିଁ। ସୂଚନାଯୋଗ୍ୟ, ଏଚପିସିଏଲ୍‌ ଟର୍ମିନାଲରୁ ଏମିତି ଚୋରି ହେଉଛି ବୋଲି ସେପ୍ଟେମ୍ବର ୭ରେ ଅଜଣା ନମ୍ବରରୁ ସୂଚନା ଯାଇଥିଲା। ସେତେବେଳେ ଟର୍ମିନାଲ ଇନ୍‌ଷ୍ଟାଲଣନ ଡେପୁଟି ମ୍ୟାନେଜର ସେଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସମ୍ବଲପୁର ତିବ୍ରୁଲ ଟାଙ୍କିକୁ ଯାଉଥିବା ଗାଡିକୁ ଯାଞ୍ଚ କରିଥିଲେ। ଅଧିକ ତେଲ ବୋଝେଇ ହୋଇଥିବାରୁ ତାକୁ ଅଟକ ରଖି ଘଟଣା ସମ୍ପର୍କରେ ଖୋଳତାଡ କରାଯାଇଥିଲା। ଏମିତି ୯ ଦିନ ପରେ ସେପ୍ଟେମ୍ବର ୧୫ରେ ପାରାଦୀପ ଆଦର୍ଶ ଥାନାରେ ସେଠୀ ଅଭିଯୋଗ କରିଥିଲେ। ପୋଲିସ ଏହାର ୩ ଦିନ ପରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏମିତି ବିଳମ୍ବିତ ଅଭିଯୋଗ ଏବଂ କେବଳ ଡ୍ରାଇଭର ହେଲପର ଗିରଫ ହେବା, ମୁଖ୍ୟ ଅଭିଯୁକ୍ତ ଦୂରେଇ ରହିବା ପଛରେ ବଡବଡିଆଙ୍କ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ସମଗ୍ର ଚୋରି ଘଟଣାର ଡେମୋ ଦେଖାଇଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରସଙ୍ଗରେ ଡିଜିଏମ୍‌ ସେଠୀଙ୍କୁ ପଚାରିବାରୁ ଆମେ ପ୍ରେସ୍‌କୁ କିଛି ସୂଚନା ଦେବୁନାହିଁ। ଆମର ଇଣ୍ଟରନାଲ ଅଡିଟ ଚାଲିଛି। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri