ମଧ୍ୟାହ୍ନଭୋଜନ: ଗ୍ୟାସ୍‌ ପରିବର୍ତ୍ତେ କାଠଚୁଲା ବ୍ୟବହାର

ନାଉଗାଁ ,୧୭ା୧୦(ସ୍ବ.ପ୍ର.): ପୁଷ୍ଟିକର ଖାଦ୍ୟ ସହ ପିଲାଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ନାଉଗଁା ବ୍ଲକର ୭୮ ବିଦ୍ୟାଳୟରେ ହାରାହାରି ୭ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ପ୍ରତ୍ୟହ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ରୋଷେଇ ସମୟରେ ରୋଷେଇଶାଳ ପରିଷ୍କାର ରଖିବା, ଖାଇବା ସ୍ଥାନ ପରିଷ୍କାର ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ପାଚିକା ଓ ସହାୟିକାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।। ପୂର୍ବରୁ ଏହି ଭୋଜନ ପ୍ରସ୍ତୁତି ପାଇଁ ବିଦ୍ୟାଳୟଗୁଡ଼ିକରେ କାଠଚୁଲାର ବ୍ୟବହାର କରାଯାଉଥିଲା। ଏନେଇ ସବୁବେଳେ କାଠର ଆବଶ୍ୟକ ହେଉଥିବାବେଳେ କାଠଚୁଲାରୁ ଅତ୍ୟଧିକ ଧୂଆଁ ନିର୍ଗତ ହେଉଥିଲା। ଫଳରେ ବିଦ୍ୟାଳୟ ପରିସର ଧୂଆଁମୟ ହୋଇଯାଉଥିଲା। ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଏବଂ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ରୋଷେଇ ପାଇଁ ଗ୍ୟାସ ବ୍ୟବହାର କରିବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି। ଏହି ନିର୍ଦ୍ଦେଶ ବଳରେ ପ୍ରତ୍ୟେକ ବିଦ୍ୟାଳୟକୁ ଗ୍ୟାସ ଚୁଲା ସହ ୨ଟି ଲେଖାଏ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଇଛି, ମାତ୍ର ବ୍ଲକର ଅନେକ ବିଦ୍ୟାଳୟରେ ଏବେବି ଗ୍ୟାସ ପରିବର୍ତ୍ତେ କାଠଚୁଲାରେ ରୋଷେଇ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ଶିଖର ପଞ୍ଚାୟତ ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟ ଓ ବଛାଳୋ ପଞ୍ଚାୟତ ଅଲଣା-୨ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଯଦି ଏଠାରେ କାଠଚୁଲାରେ ରୋଷେଇ କରାଯାଉଛି, ତେବେ ଗ୍ୟାସଚୁଲା କି କାର୍ଯ୍ୟରେ ଲାଗୁଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନରୋଷେଇ ତଦାରଖ କରିବା ପାଇଁ ବିଭିନ୍ନ କ୍ଲଷ୍ଟରରେ ସିଆରସିସିମାନେ ରହିଛନ୍ତି। ମାତ୍ର ସେମାନେ ଠିକ ଭାବେ ଏହାର ଯାଞ୍ଚ କରୁ ନ ଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅକ୍ଷୟ ବେହେରା କହିଛନ୍ତି, ସେ ସିଆରସିସିଙ୍କ ସହ କଥା ହୋଇ ପରବର୍ତ୍ତୀ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri