ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ବହିଷ୍କୃତ

ଜଗତ୍‌ସିଂହପୁର ଅଫିସ, ୯।୧୦: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସିଆର୍‌ପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ)ରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତିି ପାଇଥିବା ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସେ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବେଗୁନିଆ କୋର୍କର ଗ୍ରାମର ପ୍ରଭାତ କୁମାର ନାୟକ। ସିଆର୍‌ପିଏଫ୍‌ ରାଜସ୍ଥାନ ସେକ୍ଟର ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଡିଆଇଜିପି (ଆଡମିନ୍‌) କେ. ଥୋମାସ ଜବ୍‌ ଅଭିଯୋଗକାରୀ ବୋଗୁନିଆ ଗ୍ରାମର ଜ୍ୟୋତିରଞ୍ଜନ ନାୟକଙ୍କୁ ୨୭ା୯ା୨୨ରେ ଚିଠି ନଂ.ସିଆଇଭି-୧୭୨୦୨୧-ଆର୍‌ଏସ୍‌-ଏଡିଏମ୍‌-୩ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି, ୨୮ା୭ା୨୧ରେ ଜ୍ୟୋତିଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଭାତ (୧୬୩ ବିଏନ୍‌ ସିଆର୍‌ପିଏଫ୍‌, ନଂ. ୧୧୫୦୪୧୮୯୨ ସିଟି/ଜିଡି)ଙ୍କ ଜାତିଗତ ପ୍ରମାଣପତ୍ର ଉପରେ ବିଭାଗୀୟ ତଦନ୍ତ ହୋଇଥିଲା। ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରର ତନଖି କରାଯାଇଥିଲା। ତଦନ୍ତ ପାଇଁ ତିର୍ତ୍ତୋଲ ତହସିଲଦାରଙ୍କୁ ଚିଠି କରାଯାଇଥିଲା। ତାଙ୍କ ପକ୍ଷରୁ ୧୬ା୨ା୨୨ରେ ଚିଠି ସଂଖ୍ୟା ୪୨୨ରେ ଯାଞ୍ଚ ସୂଚନା ମିଳିବା ପରେ ସତ୍ୟ ପଦାକୁ ଆସିଛି। ଜ୍ୟୋତିଙ୍କ ଅଭିଯୋଗ ସତ୍ୟ ଥିବା ଜଣାପଡ଼ିଛି। ତା’ପରେ ଠିକ ଭାବେ ବିଭାଗୀୟ ତଦନ୍ତ ପରେ ପ୍ରଭାତଙ୍କୁ ସିଆର୍‌ପିଏଫ୍‌ ୧୬୩ ବିଏନ୍‌ କମାଣ୍ଡାଣ୍ଟ ୧୫ା୯ା୨୨ରେ ଚାକିରିରୁ ବହିଷ୍କାର କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଜ୍ୟୋତି କହିଛନ୍ତି, ସେ ୨୮ା୭ା୨୧ରେ ନୂଆଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ଡିଜିଙ୍କୁ ମିଥ୍ୟା ଜାତିଗତ ପ୍ରମାଣପତ୍ର ବଳରେ ପ୍ରଭାତ ଚାକିରି କରିଥିବା ନେଇ ଅଭିଯୋଗ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ପ୍ରଭାତ ଜମ୍ମୁ ଓ କାଶ୍ମୀରରେ ଚାକିରି କରିଛନ୍ତି। ପାଖାପାଖି ୫ରୁ ୭ ବର୍ଷ ହେବ ସେ ଦେଶର ବିଭିନ୍ନ ସ୍ଥାନରେ କାମ କରିଛନ୍ତି। ମାତ୍ର ନିଯୁକ୍ତି ପୂର୍ବରୁ ପ୍ରଭାତ ଜାତିଗତ ପ୍ରମାଣପତ୍ର ଦେଉଥିବା ଅଧିକାରୀଙ୍କୁ ପ୍ରଭାବିତ କରି ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ପ୍ରମାଣପତ୍ର ହାସଲ କରିଥିଲେ। ଏହାପରେ ସଂରକ୍ଷିତ ବର୍ଗର ଦର୍ଶାଇ ନିଯୁକ୍ତି ପାଇଥିଲେ। ବାସ୍ତବରେ ସେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି)ର ହୋଇଥିଲେ ସୁଦ୍ଧା ଏସ୍‌ସି ସାର୍ଟିଫିକେଟ୍‌ ବଳରେ ସିଆର୍‌ପିଏଫ୍‌ରେ ନିଯୁକ୍ତି ପାଇଛନ୍ତି। ଜାଲ ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ପ୍ରଭାତଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇ ଚାକିରି ଚାଲିଯିବାରୁ ଆର୍ଥିକ ଓ ସାମାଜିକସ୍ତରରେ ପ୍ରଭାବିତ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri