ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଶୋଚନୀୟ

ନାଉଗାଁ,୧୦ା୧୦ (ସ୍ବ.ପ୍ର): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଏଲ୍‌ ଆଣ୍ଡ ଟି ସଂସ୍ଥା ରହିଥିବା ବେଳେ ତଦାରଖ ଦାୟିତ୍ୱରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ରହିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଏହି ପ୍ରକଳ୍ପରୁ ପାନୀୟଜଳ ଏରସମା, ବାଲିକୁଦା ବ୍ଲକକୁ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରୁ ଉକ୍ତ ବ୍ଲକର ବିଭିନ୍ନ ଗ୍ରାମ ଓ ରାସ୍ତାପାର୍ଶ୍ୱ ଦେଇ ପାଇପ୍‌ ବିଛାଚାଲିଛି। ଏହି ପାଇପ୍‌ ବିଛା କାର୍ଯ୍ୟ ୬ ମାସରୁ ଊର୍ଦ୍ଧ୍ୱ ହେବ ଚାଲିଛି। ପାଇପ୍‌ ବିଛାକାର୍ଯ୍ୟ ସରିବା ପରେ ପାନୀୟଜଳ ପ୍ରକଳ୍ପରୁ ପାଇପ୍‌ ମାଧ୍ୟମରେ ଟେଷ୍ଟିଂ କରାଯାଉଥିଲା। ଏହି ସମୟରେ ମୁଣ୍ଡାଳୋ-ଭାତପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାପାର୍ଶ୍ୱରେ ପାଇପ୍‌ ଫାଟିଯାଇଥିଲା। ଫଳରେ ସେଠାରେ ରାସ୍ତା ଧସି ପଡ଼ିଥିଲା। ଏହି ପାଇପ୍‌ ଫାଟିବା ଦ୍ୱାରା ରାସ୍ତା ସହ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଅରଖପାରିଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ମଧ୍ୟ ପାନୀୟଜଳ ସ୍ଥାନୀୟ ଗ୍ରାମ ଭାତପଡା, ନହଡିପଡା ଆଦିକୁ ଯାଇପାରି ନ ଥିଲା। ଫଳରେ ଦୀର୍ଘ ୬ ମାସ ହେବ ଉକ୍ତ ଗ୍ରାମର ଗ୍ରାମବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ବେଳେ ରାସ୍ତା ଖରାପ ଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି।
ରାସ୍ତା ଧସିବା ସହ ମେଗା ପାନୀୟ ଜଳ ପ୍ରକଳ୍ପରୁ ମେଶିନ ମାଧ୍ୟମରେ ପାଇପ ବିଛା କାର୍ଯ୍ୟ ହୋଇଛି। ରାସ୍ତାପାର୍ଶ୍ୱ ଦେଇ ଅନ୍ୟ ପାଇପ୍‌ ମାଧ୍ୟମରେ ଗ୍ରାମକୁ ଜଳ ଯୋଗାଉ ଥିବା ପାଇପ୍‌ ସବୁ ଫାଟିଯାଇଛି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ପାନୀୟଜଳ ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ବର୍ତ୍ତମାନ ବର୍ଷା ହେଉଥିବାରୁ ରାସ୍ତାସାରା କାଦୁଅପାଣି ଜମି ରହୁଛି। ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରିବାରେ ଅସୁବିଧା ହେଉଥିବା ବାବୁରାମ ଦାସ, ରମେଶ ଭୋଇ, ବସନ୍ତ ଭୋଇ, ଯଦୁ ଭୋଇ, ନିରଞ୍ଜନ ଭୋଇ, ଦୀନବନ୍ଧୁ ଭୋଇ ପ୍ରମୁଖ କହିଛନ୍ତି। ରାସ୍ତା କାର୍ଯ୍ୟ ଯଥାଶୀଘ୍ର କରିବା ସହ ପାନୀୟଜଳ ଯୋଗାଇଦେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ଯେଉଁ ସ୍ଥାନରେ ପାଇପ୍‌ ଫାଟି ଗ୍ରାମକୁ ପାନୀୟଜଳ ଯାଇପାରୁନାହିଁ ତାହାକୁ ମରାମତି କରାଯାଇଛି। ୨ ଦିନ ମଧ୍ୟରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ରାସ୍ତା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରମେଶ ମିଶ୍ରଙ୍କୁ ପଚାରିବାରେ ରାସ୍ତା ମରାମତି କାର୍ଯ୍ୟ କରୁଥିବା ସଂସ୍ଥାକୁ ବାରମ୍ବାର କୁହାଯାଉଛି। କିନ୍ତୁ ସେ ମରାମତି କରୁନାହିଁ। ପୁନର୍ବାର ସଂସ୍ଥାକୁ କୁହାଯାଇ କାମ ଯଥାଶୀଘ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri