ଜଗତ୍‌ସିଂହପୁର

ଥୋଡ଼ ଧାନ ପାଇଁ ପବନ ଶତ୍ରୁ

କୁଜଙ୍ଗ,୨୪ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିଲେ ବି ଓଡ଼ିଶା ଉପକୂଳ ଜଗତ୍‌ସିଂହପୁର ଜିଲାକୁ ବାତ୍ୟା ଭୟ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲେ ବି ଚାଷୀକୁଳ ଭୟଭୀତ ଅବସ୍ଥାରେ ଅଛନ୍ତି। କୁଜଙ୍ଗ ବ୍ଲକରେ ପ୍ରାୟ ୧୪ ହଜାର ହେକ୍ଟରରୁ…

ସାଇନ ବୋର୍ଡରେ ସୀମିତ ସୂଚନା କେନ୍ଦ୍ର, ଇ-ପାଠାଗାର

ଜଗତ୍‌ସିଂହପୁର ଅଫିସ, ୨୪ା୧୦:ପାଠାଗାର ବ୍ୟକ୍ତିଙ୍କ ଜ୍ଞାନ ବଢାଇବାରେ ସହାୟକ ହୁଏ। ଏଠାରେ ବହୁ ପୁରାତନ ପୁସ୍ତକ ଓ ଗ୍ରନ୍ଥ ସବୁ ସାଇତା ହୋଇ ରଖାଯାଇଥିବାରୁ ପାଠକମାନେ ପଢ଼ି ଜ୍ଞାନ ଆହରଣ କରିଥାନ୍ତି। ଜଗତ୍‌ସିଂହପୁର ମାଟିରେ ଜନ୍ମିତ ଆଦିକବି ସାରଳା ଦାସଙ୍କ, ୬୦୦…

ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ

ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି। ସମ୍ପୃକ୍ତ ୟୁନିୟନଗୁଡିକ ସମ୍ଭାବ୍ୟ ସଦସ୍ୟଙ୍କ ନାମ ଥାଇ ଏବେ ପ୍ରଚାର ପ୍ରସାର ଚଲାଇଛନ୍ତି। ବନ୍ଦରାଞ୍ଚଳର…

ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀ ଉଦ୍ୟାନ

ଏରସମା,୨୩।୧୦(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଗାନ୍ଧୀ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ା ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏରସମାର ଶିଶୁ ଓ କିଶୋରମାନଙ୍କ…

ଡେଙ୍ଗୁ ଆତଙ୍କ: ଜଣେ ମୃତ, ୨ ମହିଳା ଚିକିତ୍ସାଧୀନ

ରଘୁନାଥପୁର,୨୨।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଡେଙ୍ଗୁ ବ୍ୟାପୁଛି। ଏହି ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର ଫତେପୁର ଗ୍ରାମର ରବୀନ୍ଦ୍ରନାଥ ରାଉତ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କର

ଜଗତ୍‌ସିଂହପୁର ଅଫିସ, ୨୨ା୧୦: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପଜନିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଓସ୍‌ୱାନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଲ ପଟୱାରୀ ପୌରୋହିତ୍ୟ କରି କି…

କୁଜଙ୍ଗ-ଚଟୁଆ ଶୋଚନୀୟ: ୭ ଦିନରେ ସମାଧାନ ନ ହେଲେ ଆନ୍ଦୋଳନ

କୁଜଙ୍ଗ,୨୧ା୧୦(ଡି.ଏନ୍‌.ଏ.): କୁଜଙ୍ଗ-ଚଟୁଆ ରାସ୍ତା ଅବସ୍ଥା ୪ ବର୍ଷହେବ ଶୋଚନୀୟ ହୋଇଯାଇଛି। କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଏହି ରାସ୍ତାଦେଇ ପୁରୀ ଜିଲାର ଅସ୍ତରଙ୍ଗ, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ବ୍ଲକ ସମେତ ପାରଦୀପ ବନ୍ଦର ଏବଂ ଶିଳ୍ପାଞ୍ଚଳର…

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ପରିସରସ୍ଥ ପୋଖରୀରେ ବିଦ୍ୟାଳୟର ୯ମ ଶ୍ରେଣୀ…

ଶିଶୁପୁତ୍ରକୁ ଗଛରେ ବାନ୍ଧି କାମକୁ ଯାଉଛନ୍ତି ମା’ବାପା

ପାରାଦୀପ,୨୦।୧୦ (ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଇଫ୍‌କୋ କାରଖାନା ସଂଲଗ୍ନ ବିଜୟଚନ୍ଦ୍ରପୁର ବସ୍ତିରେ ଗତ କିଛିଦିନ ହେବ ଗୋଟିଏ ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି। ମା’ବାପା ତାଙ୍କର ୧୦ ବର୍ଷୀୟ ଶିଶୁପୁତ୍ରଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ପାଖ ଗଛରେ ବାନ୍ଧି କାମକୁ…

ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ଓହରିଲେ ୨ ୟୁନିୟନ, ୧ ନାକଚ

ପାରାଦୀପ, ୨୦ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ-ବୋର୍ଡ ଅଫ ମେମ୍ବର) ନିର୍ବାଚନରେ ଚଳିତଥର କେତେକ ଚର୍ଚ୍ଚିତ ଘଟଣା ଘଟିଛି। ଅର୍ଥାତ ପ୍ରମୁଖ ଦାବିଦାର ଦୌଡରେ ଥିବା ଭାଜପା ସମର୍ଥିତ ୟୁନିୟନ ପାରାଦୀପ ପୋର୍ଟ ମଜଦୁର ସଂଘ ପ୍ରାର୍ଥତ୍ପତ୍ର ଯାଞ୍ଚ…

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ ଧାର୍ଯ୍ୟ…

ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା’ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri