ଉଗ୍ର ହେଉଛି ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ବୋର୍ଡ ଅଫ ମେମ୍ବର(ଲେବର ଟ୍ରଷ୍ଟି) ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରଚାର ଓ ଆରୋପ ପ୍ରତ୍ୟାରୋପ ଉଗ୍ର ହୋଇଛି। ଏହା ମଧ୍ୟରେ କେତେକ ରୋଚକ ଘଟଣା ଘଟିଛି। ରବିବାର ରାତି ୧୧ ଟାରେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଗଲଫ ପଡିଆ ପାଖରେ୨ ୟୁନିୟନ କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉଭୟପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏପରିକି ଡାକରୀ ରିପୋର୍ଟ ଓ ଶରୀରର ବିଭିନ୍ନ ଅଙ୍ଗରେ ବ୍ୟାଣ୍ଡେଜ ବାନ୍ଧି ନିଜକୁ ଗୁରୁତର ଆହତ ବୋଲି ଦର୍ଶାଇଥିଲା। ପୋଲିସ ଉକ୍ତ ଘଟଣାରେ ୨ଟି ମାମଲା ରୁଜୁ କରିଛି। କିନ୍ତୁ କାହାକୁ କାହାରିକୁ ଗିରଫ କରିନାହିଁ। ଅପରପକ୍ଷେ ମଙ୍ଗଳବାର ସାରେ ସେହି ୨ ୟୁନିୟନ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଏକାଠି ବୈଠକ କରୁଥିବା ଖବର ମିଳିଛି।
ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ସଦସ୍ୟ ତଥା ବନ୍ଦର କର୍ମଚାରୀ ଦେବ ପ୍ରସାଦ ସାହୁ ରବିବାର ବିଳମ୍ବିତ ରାତି ୧୨ଟାରେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ ଓ ସଭାପତି ରାକେଶ ପଟ୍ଟନାୟକ (ରାକା)ଓ ଅନ୍ୟ ୪ ଜଣ ଅଚିହ୍ନା ଯୁବକ ଗଲଫ ପଡିଆ ପାଖରେ ପହଞ୍ଚତ୍ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ସେଥିରେ ତାଙ୍କର ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୋଲିସ ନଂ. ୩୪୮/୨୨ରେ ମାମଲା ରୁଜୁ କରିଛି। ସେହି ରାତି ୨ଟାରେ ମଜଦୁର ସଂଘ ସମ୍ପାଦକ ଶ୍ରୀକାନ୍ତଙ୍କ ଅଭିଯୋଗ କରିଥିଲେ ଯେ, ଦେବପ୍ରସାଦ ଓ ତାଙ୍କ ୟୁନିୟନ ମୁଖ୍ୟ ବାପି ସର୍ଖେଲଙ୍କ ନିର୍ଦ୍ଦେଶରେ ଆସିଥିବା କେତେଜଣ ବ୍ୟକ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ତାଙ୍କର ହାତ ଭାଙ୍ଗି ଯାଇଛି। ଏହି ଘଟଣାର ପୋଲିସ ନଂ. ୩୪୯/୨୨ରେ ମାମଲା ରୁଜୁ କରିଛି। ଏହାକୁ ନେଇ ସୋମବାର ଦିନତମାମ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ସାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଅକ୍ଷୟ କୁମାର ଦାସ, ଯୀଶୁଖ୍ରୀଷ୍ଟ ପ୍ରଧାନ ପ୍ରମୁଖ ଏକ ଦାବିପତ୍ର ଏଏସ୍‌ପି ନିମାଇଁ ଚରଣ ସେଠୀଙ୍କୁ ଦେଇଥିଲେ। ସେଥିରେ ଦର୍ଶାଇଥିଲେ, ସର୍ଖେଲଙ୍କ ଜରିଆରେ ପାରାଦୀପରେ ଅଶାନ୍ତ ହେଉଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମଙ୍ଗଳବାର ପୋଲିସ ଉଭୟପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ ହେଁ କାହାକୁ ଗିରଫ କରିନହିଁ। ସାରେ ଉଭୟପକ୍ଷ ସମାଧାନ ପାଇଁ ଆଲୋଚନା ସମ୍ପର୍କରେ ଶିଳ୍ପାଞ୍ଚଳ ୟୁନିୟନ ସମ୍ପାଦକ ସମୀର ବିଶ୍ୱାଳଙ୍କୁ ପଚାରିବରେ ସେ କୁହନ୍ତି, ସେମାନେ ଆସିଛନ୍ତି ଆମ ପାଖକୁ ସମାଧାନ କରିବାକୁ। ମଜଦୁର ସଂଘ ଶ୍ରୀକାନ୍ତ କୁହନ୍ତି, ଆମକୁ ଡାକୁଛନ୍ତି ଅଡୁଆ ତୁଟାଇବା ପାଇଁ। ସବୁଠାରୁ କୌତୁହଳ ହେଲା ଦୁଇଜଣ ମରଣାନ୍ତକ ଆକ୍ରମଣ ଶିକାର ସତ୍ତ୍ୱେ ପ୍ରଚାର ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri