Advertisement

ଆଦ୍ୟାଶାଙ୍କୁ ମିଳିଲା ଇଣ୍ଡିଆ ବୁକ୍‌ ସାର୍ଟିଫିକେଟ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ଗଗନ ବିହାରୀ ସାହୁଙ୍କ ୩ ବର୍ଷୀୟା ଝିଅ ଆଦ୍ୟାଶାଙ୍କୁ ମିଳିଛି ଇଣ୍ଡିଆ ବୁକ୍‌ ରେକର୍ଡ ସାର୍ଟିଫିକେଟ। ତାଙ୍କର ଅସାଧାରଣ ସ୍ମରଣଶକ୍ତି ପାଇଁ ଏହି ସାର୍ଟିଫିକେଟ ମିଳିଛି ବୋଲି ତାଙ୍କ ବାପା ଗଗନ କହିଛନ୍ତି। ଆଦ୍ୟାଶାଙ୍କ ଜନ୍ମ ୨୦୧୯ ଅଗଷ୍ଟ ୨୬ ରେ। ଏହି ୩ ବର୍ଷ ବୟସରେ ସେ ୪୫ ଗାଡ଼ିର ନାମ କହି ପାରୁଛନ୍ତି। ୫୩ ପ୍ରଜାତିର ପକ୍ଷୀଙ୍କ ନାମ କହିବା ସହ ଚିହ୍ନି ପାରୁଛନ୍ତି। ୪୭ ପ୍ରକାର ଫଳର ନାମ କହିବା ସହ ଚିହ୍ନଟ କରିପାରୁଛନ୍ତି। ୬୬ ପ୍ରାଣୀଙ୍କ ନାମ, ୧୫ ପ୍ରକାର ପରିବା, ୧୧ ପ୍ରକାର ଆକାର(ସ୍ପେସ୍‌), ଶରୀରର ୨୮ ଅଙ୍ଗ, ୭୩ଟି ଦେଶର ରାଜଧାନୀ ନାମ, ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନାମ, ୭୧ ଶବ୍ଦର ପ୍ରତିଶବ୍ଦ, ୨୦ଟି ଦେଶର ଜାତୀୟ ପ୍ରତୀକର ନାମ, ୭୨ କବିତା ଆବୃତ୍ତି, ୮ଟି ଗ୍ରହର ନାମ, ୭ଟି ମହାଦୀପ ନାମ, ୫ଟି ମହାସାଗର ନାମ ଭଳି ଅନେକ ସାଧାରଣ ଜ୍ଞାନ ଅନର୍ଗଳ କହି ପାରୁଛନ୍ତି। ଏପରି ବିସ୍ମୟ ଶିଶୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ମା’ ବାପା ଓ ପିପିଏଲ ପରିବାର ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ଦର୍ଶାଇଛନ୍ତି। ଆଦ୍ୟାଶାଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ

ରାଇରଙ୍ଗପୁର,୭ା୨(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର କଚେରୀ ପଡ଼ିଆ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି...

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କ ଧାରଣା: ପୁରୀ ମେଡିକାଲରେ ଅଚଳାବସ୍ଥା ଜାରି

ପୁରୀ ଅଫିସ,୨୭।୧୧: ୮ ମାସର ବକେୟା ଦରମା ପ୍ରଦାନ ଦାବିରେ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ବୁଧବାର ମେଡିକାଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି...

ଆବାସ ଯୋଜନାରେ ଘର ଦେବାକୁ କହି ଟଙ୍କା ହଡ଼ପ

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାହାରପୁର ଗ୍ରାମର କିଛି ଲେବର କାର୍ଡଧାରୀଙ୍କୁ ଆବାସ ଯୋଜନାରେ ଘର କରିଦେବାକୁ କହି ଜଣେ ବ୍ୟକ୍ତି କିଛି...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ...

ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା...

ସାକ୍ଷୀଗୋପାଳ ଠାକୁରଙ୍କ ଘୋଡ଼ଲାଗି ବେଶ

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ଶୀତ ଆସିଛି। ଠାକୁର ଶୀତ ଦାଉରୁ ରକ୍ଷା ପାଇବାକୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଛି।...

ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା...

ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି।...

Advertisement
Archives

Model This Week