ମହାବାତ୍ୟାକୁ ୨୩ ବର୍ଷ ପୂରିଲା : ସୁଧୁରିନି ଲୋକଙ୍କ ଅବସ୍ଥା

ଏରସମା,୨୯ା୧୦(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ କରିବା ସହ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଜଗତ୍‌ସିଂହପୁର ଜିଲା ବଙ୍ଗୋପସାଗର ଉପକୂଳବର୍ତ୍ତୀ ଏରସମା ବ୍ଲକର ଭୌଗୋଳିକ ସ୍ଥିତି ଛାରଖାର ହୋଇଯାଇଥିଲା। ଏଠାରେ ଘଣ୍ଟା ପ୍ରତି ୩୫୦କିମି ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରୁ ୩୦ ଫୁଟ୍‌ ଉଚ୍ଚର ଜୁଆର ଉଠିଆସିଥିଲା ା କେହି କିଛି ବୁଝିବା ଆଗରୁ ଘରଦ୍ୱାର ରାସ୍ତାଘାଟ ସବୁ ନିଶ୍ଚିହ୍ନ ହୋଇଯାଇଥିଲା ା ପ୍ରକୃତିର ଧ୍ୱଂସ ଲୀଲା ଭିତରେ ଏରସମାରୁ ଚାଲିଯାଇଥିଲା ୧୦,୦୦୦ ଜୀବନ ା ଏହା ମଧ୍ୟରେ ମହାବାତ୍ୟାକୁ ୨୩ ବର୍ଷ ପୂରିଛି ା ବିନାଶ ଭିତରୁ ବିକାଶର ସୂତ୍ରପାତ ହୋଇଛି ା ମାତ୍ର ଯେଉଁମାନେ ଅତି ନିକଟରୁ ସେହି ଧ୍ୱଂସ ଲୀଳା ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ ପାଇଁ ମହାବାତ୍ୟା ଏବେବି ଅଭୁଲା ସ୍ମୃତି ହୋଇ ରହିଯାଇଛି ା ଏବେବି ବହୁଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।
ଜପା ଓ ଆମ୍ବିକି ପଞ୍ଚାୟତର ୩୧୭ ପରିବାର ଏବେବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି ା ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ଘର କରି ନ ପାରି ଏବେ ମଧ୍ୟ କୁଡିଆରେ କାଳାତିପାତ କରୁଛନ୍ତି ା ଉଦାହରଣ ଭାବେ ମେନକା ଶାସମଲଙ୍କୁ ନିଆଯାଇପାରେ ା ମହାବାତ୍ୟାରେ ପୁଅ ଝାଡୁଙ୍କୁ ହରାଇଥିଲେ ା ଅବଶିଷ୍ଟ ଦୁଇ ପୁଅ ବୋହୂଙ୍କୁ ନେଇ ତାଙ୍କ ସଂସାର ା ତାଙ୍କ ଭିତରୁ ଜଣେ ଗାଡି ଧକ୍କାରେ ଦୃଷ୍ଟି ଶକ୍ତି ହରାଇ ଭିନ୍ନକ୍ଷମ ହୋଇଛନ୍ତି ା ସ୍ବାମୀ ଦିନ ମଜୁରିଆ ା ପକ୍କା ଘର କରିବା ପାଇଁ ସେ ସକ୍ଷମ ନୁହନ୍ତି ବୋଲି ଦୁଃଖର ସହ ପ୍ରକାଶ କରନ୍ତି ା ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କୁହନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରେ ଜଙ୍ଗଲ ଜମିରେ ଘର କରିଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବା ନିଷିଦ୍ଧ କରାଯାଇଛି। ବିଶେଷ କରି ଉପକୂଳ ଜିଲାର ଏପରି ସମସ୍ୟା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି।
ଏହି ବ୍ଲକର ହଂସୁଆ ସଫେଇ ନିକଟରେ ରହିଛି ଦହିବର ଗ୍ରାମ। ମହାବାତ୍ୟା ସମୟରେ ପବନ ସାଙ୍ଗକୁ ଲୁଣାଜୁଆର ମାଡରେ ଗ୍ରାମର ୫୫୬ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକଙ୍କ ଆତ୍ମାର ସଦଗତି ପାଇଁ ସେମାନେ ସ୍ଥାପନ କରିଛନ୍ତି ସ୍ମୃତିସ୍ତମ୍ଭ ା ପ୍ରତିବର୍ଷ ଏହି ଦିନ ସ୍ମୃତିସ୍ତମ୍ଭ ନିକଟରେ ସମୂହ ଦୀପଦାନ କରି ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରନ୍ତି ା
ମହାବାତ୍ୟାକୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଆଳି ବେଳାଭୂମି ସମସ୍ୟା ଦୂର ହୋଇପାରିନାହିଁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହି ବେଳାଭୂମିସ୍ଥାନ ପାଇଥିଲେ ମଧ୍ୟ ସମୁଦ୍ର କୂଳ ଲଂଘିବାର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ ା ଫଳରେ ଭ୍ୟୁ ଟାୱାର ଓ ବୃହତ ଓଟିଡିସି ସଭାଗୃହ ଅସୁରକ୍ଷିତ ହୋଇପଡିଛି ା ବାରମ୍ବାର ସମୁଦ୍ର କୂଳ ଲଂଘୁଥିବାରୁ ସ୍ଥାନୀୟ ରାମତରା, ଶଂଖା, କଳାବେଦୀ ଓ ଶିଆଳି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବାରମ୍ବାର ମିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri