ମହାବାତ୍ୟାକୁ ୨୩ ବର୍ଷ ପୂରିଲା : ସୁଧୁରିନି ଲୋକଙ୍କ ଅବସ୍ଥା

ଏରସମା,୨୯ା୧୦(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ କରିବା ସହ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଜଗତ୍‌ସିଂହପୁର ଜିଲା ବଙ୍ଗୋପସାଗର ଉପକୂଳବର୍ତ୍ତୀ ଏରସମା ବ୍ଲକର ଭୌଗୋଳିକ ସ୍ଥିତି ଛାରଖାର ହୋଇଯାଇଥିଲା। ଏଠାରେ ଘଣ୍ଟା ପ୍ରତି ୩୫୦କିମି ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରୁ ୩୦ ଫୁଟ୍‌ ଉଚ୍ଚର ଜୁଆର ଉଠିଆସିଥିଲା ା କେହି କିଛି ବୁଝିବା ଆଗରୁ ଘରଦ୍ୱାର ରାସ୍ତାଘାଟ ସବୁ ନିଶ୍ଚିହ୍ନ ହୋଇଯାଇଥିଲା ା ପ୍ରକୃତିର ଧ୍ୱଂସ ଲୀଲା ଭିତରେ ଏରସମାରୁ ଚାଲିଯାଇଥିଲା ୧୦,୦୦୦ ଜୀବନ ା ଏହା ମଧ୍ୟରେ ମହାବାତ୍ୟାକୁ ୨୩ ବର୍ଷ ପୂରିଛି ା ବିନାଶ ଭିତରୁ ବିକାଶର ସୂତ୍ରପାତ ହୋଇଛି ା ମାତ୍ର ଯେଉଁମାନେ ଅତି ନିକଟରୁ ସେହି ଧ୍ୱଂସ ଲୀଳା ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ ପାଇଁ ମହାବାତ୍ୟା ଏବେବି ଅଭୁଲା ସ୍ମୃତି ହୋଇ ରହିଯାଇଛି ା ଏବେବି ବହୁଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।
ଜପା ଓ ଆମ୍ବିକି ପଞ୍ଚାୟତର ୩୧୭ ପରିବାର ଏବେବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି ା ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ଘର କରି ନ ପାରି ଏବେ ମଧ୍ୟ କୁଡିଆରେ କାଳାତିପାତ କରୁଛନ୍ତି ା ଉଦାହରଣ ଭାବେ ମେନକା ଶାସମଲଙ୍କୁ ନିଆଯାଇପାରେ ା ମହାବାତ୍ୟାରେ ପୁଅ ଝାଡୁଙ୍କୁ ହରାଇଥିଲେ ା ଅବଶିଷ୍ଟ ଦୁଇ ପୁଅ ବୋହୂଙ୍କୁ ନେଇ ତାଙ୍କ ସଂସାର ା ତାଙ୍କ ଭିତରୁ ଜଣେ ଗାଡି ଧକ୍କାରେ ଦୃଷ୍ଟି ଶକ୍ତି ହରାଇ ଭିନ୍ନକ୍ଷମ ହୋଇଛନ୍ତି ା ସ୍ବାମୀ ଦିନ ମଜୁରିଆ ା ପକ୍କା ଘର କରିବା ପାଇଁ ସେ ସକ୍ଷମ ନୁହନ୍ତି ବୋଲି ଦୁଃଖର ସହ ପ୍ରକାଶ କରନ୍ତି ା ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କୁହନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରେ ଜଙ୍ଗଲ ଜମିରେ ଘର କରିଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବା ନିଷିଦ୍ଧ କରାଯାଇଛି। ବିଶେଷ କରି ଉପକୂଳ ଜିଲାର ଏପରି ସମସ୍ୟା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି।
ଏହି ବ୍ଲକର ହଂସୁଆ ସଫେଇ ନିକଟରେ ରହିଛି ଦହିବର ଗ୍ରାମ। ମହାବାତ୍ୟା ସମୟରେ ପବନ ସାଙ୍ଗକୁ ଲୁଣାଜୁଆର ମାଡରେ ଗ୍ରାମର ୫୫୬ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକଙ୍କ ଆତ୍ମାର ସଦଗତି ପାଇଁ ସେମାନେ ସ୍ଥାପନ କରିଛନ୍ତି ସ୍ମୃତିସ୍ତମ୍ଭ ା ପ୍ରତିବର୍ଷ ଏହି ଦିନ ସ୍ମୃତିସ୍ତମ୍ଭ ନିକଟରେ ସମୂହ ଦୀପଦାନ କରି ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରନ୍ତି ା
ମହାବାତ୍ୟାକୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଆଳି ବେଳାଭୂମି ସମସ୍ୟା ଦୂର ହୋଇପାରିନାହିଁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହି ବେଳାଭୂମିସ୍ଥାନ ପାଇଥିଲେ ମଧ୍ୟ ସମୁଦ୍ର କୂଳ ଲଂଘିବାର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ ା ଫଳରେ ଭ୍ୟୁ ଟାୱାର ଓ ବୃହତ ଓଟିଡିସି ସଭାଗୃହ ଅସୁରକ୍ଷିତ ହୋଇପଡିଛି ା ବାରମ୍ବାର ସମୁଦ୍ର କୂଳ ଲଂଘୁଥିବାରୁ ସ୍ଥାନୀୟ ରାମତରା, ଶଂଖା, କଳାବେଦୀ ଓ ଶିଆଳି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବାରମ୍ବାର ମିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri