Advertisement

ଫତେପୁର, ଏରଡଙ୍ଗାରେ ବ୍ୟାପୁଛି ଡେଙ୍ଗୁ

ରଘୁନାଥପୁର,୨୯।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ଫତେପୁର ଗ୍ରାମ ଓ ନିକଟସ୍ଥ ଏରଡଙ୍ଗା ପଞ୍ଚାୟତରେ ଗତ ୧୦ ଦିନ ମଧ୍ୟରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଫତେପୁର ଗ୍ରାମରେ ୩ ଓ ଏରଡଙ୍ଗାରେ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନେକ ବ୍ୟକ୍ତି ଜ୍ୱରରେ ପୀଡିତ ହୋଇଛନ୍ତି। ମାତ୍ର ରକ୍ତ ପରୀକ୍ଷା କରିବା ପରିବର୍ତ୍ତେ ଲୁଚାଛପାରେ ବଜାରରୁ ଔଷଧ କିଣି ଖାଉଛନ୍ତି। ମେଡିକାଲ ଟିମ୍‌ ରକ୍ତନମୁନା ସଂଗ୍ରହ ପାଇଁ ଗ୍ରାମକୁ ଆସୁଥିଲେ ସୁଧା ଅନେକ ଲୋକ ଜ୍ୱରରେ ପୀଡିତ ଥାଇ ସୁଦ୍ଧା ରକ୍ତ ପରୀକ୍ଷା ପାଇଁ ଦେଉନାହାନ୍ତି କିମ୍ବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସହଯୋଗ କରୁ ନାହାନ୍ତି। ପୀଡିତ ବ୍ୟକ୍ତି ବାହାରେ ବୁଲିବା ଦ୍ୱାରା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଡେଙ୍ଗୁ ବ୍ୟାପିବାର ଆଶଙ୍କା ରହିଛି। ଏହାଛଡ଼ା ଡେଙ୍ଗୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଶାରି ଭିତରେ ରହିବା ପାଇଁ କୁହାଯାଉଥିଲେ ସୁଦ୍ଧା ସେମାନେ ପରାମର୍ଶକୁ ଗ୍ରହଣ କରୁନାହାନ୍ତି ବୋଲି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ସୁକାନ୍ତ କୁମାର ଦଳେଇ କହିଛନ୍ତି। ଏହା ମଧ୍ୟରେ ପରିବେଶକୁ ସଫାସୁତରା କରାଯିବା ସହ ମେଡିକାଲ ଟିମ ଗ୍ରାମରେ ପହଞ୍ଚତ୍ ପରିତ୍ୟକ ସ୍ଥାନଗୁଡ଼ିକୁ ବିଶୋଧନ କରିଛି। ଆଗାମୀ ଦିନରେ ଲୋକଙ୍କୁ ଅଧିକ ସଚେତନତା କରାନଗଲେ ଘରେ ଘରେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଶନିବାର ମେଡିକାଲ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚତ୍ ପୁଣି ରକ୍ତନମୁନା ସଂଗ୍ରହ କରିବ ବୋଲି ଡା. ଦଳେଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ସାମୁଦ୍ରିକ ଝଡ଼ ‘ଫନୀ’ : ଗୋପାଳପୁର ବନ୍ଦରରେ ୨ନଂ. ବିପଦ ସଙ୍କେତ

ଗୋପାଳପୁର,୧ା୫-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’  ମୁକାବିଲା ନେଇ ତପତ୍ର ହୋଇପଡ଼ିଛି ପ୍ରଶାସନ। ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଦିଆଯାଇଛି। ଯେ...

୨ ଧାନଗଦା, ଟାଟା ମ୍ୟାଜିକ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାପଡାହାଣ୍ଡି,୨୩।୨(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖରକି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ହରିଶ୍ଚନ୍ଦ୍ର ମୀରଗାନ ଓ...

ପ୍ରେମିକଙ୍କ ଘର ଆଗରେ ଧାରଣା

ଦେବଗଡ଼,୭।୯(ଡି.ଏନ.ଏ): ବୋହୂର ମାନ୍ୟତା ଦାବିରେ ଜଣେ ଯୁବତୀ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମ ସ୍ଥିତ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।...

ମତଦାନ ଉପରେ ପ୍ରଭାବ ପକାଇପାରେ ସ୍ଥାନୀୟ ସମସ୍ୟା

ପୁରୀ ଅଫିସ,୧୭ା୪: ପୁରୀ ଲୋକ ସଭା ଏବଂ ଏହା ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆଉ ଅଳ୍ପଦିନ ମଧ୍ୟରେ କିଭଳି...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ...

ନୀଳାଚଳ ଅକ୍ସିଜେନ୍‌ ପ୍ଲାଣ୍ଟ ଅଚଳ

ଯାଜପୁର ଅଫିସ,୨୩।୪: କରୋନା ସଂକ୍ରମଣର ମହାବିପତ୍ତି ସମୟରେ ଦେଶବ୍ୟାପୀ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୨...

ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳରେ ହାତୀ ଭୟ

ଲାଞ୍ଜିଗଡ଼,୩୦।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଗୋଟିଏ ପରେ ଗୋଟିଏ ଗାଁରେ ପଶି ଗରିବଙ୍କ ଘର ଭାଙ୍ଗିବା ସହ କଷ୍ଟ...

ବିପଦ ସାଜିଛି ବାରଘରିଆ ନାଳ

ପରଜଙ୍ଗ, ୨୦ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ବାରଘରିଆ ନାଳ। ବର୍ଷାଦିନେ ନାଳ ପାଣି ଉଛୁଳି ପୁରୁଣା ସେତୁ ବୁଡ଼ିଯାଉଛି। ନୂତନ ବ୍ରିଜ୍‌...

Advertisement
Archives

Model This Week