ଅଭିନୟରେ ହସାଉଥିଲେ, ଜରାଶ୍ରମରେ ଗୁମୁରି କାନ୍ଦୁଛନ୍ତି ମଣିଭଦ୍ର ବିଶ୍ୱାଳ

ପାରାଦୀପ,୩୧ା୧୦(ସ୍ବ.ପ୍ର.): ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି। ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ ମଣିଭଦ୍ର ବିଶ୍ୱାଳ(୮୨)। ସମୟ ଚକ୍ରରେ ଏବେ ସେ ପାରାଦୀପ ଉପକଣ୍ଠ ଗଡ ଗ୍ରାମରେ ଥିବା ରତ୍ନମାଳି ଜେମା ଜରାଶ୍ରମରେ ଆଶ୍ରୟ ନେଇଛନ୍ତି। ପରିଣତ ବୟସରେ ପରିବାର ଉପରେ ବୋଝ ହେବେନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ପ୍ରକୃତରେ ତାଙ୍କ ପୁଅମାନେ ବାପାଙ୍କୁ ଅଣଦେଖା କରିବାରୁ ସେ ଘର ଛାଡି ଏବେ ଜରାଶ୍ରମରେ ପହଞ୍ଚତ୍ବା ସୂଚନା ମିଳିଛି।
ମଣିଭଦ୍ରଙ୍କ ଘର ବାଲେଶ୍ୱର ଜିଲା ଓଳିଆପାଟଣା ଗ୍ରାମରେ। ସେ ମାଟ୍ରିକ ପାସ୍‌ ପରେ ଶିକ୍ଷକତା କରୁଥିଲେ। ସେତେବେଳେ ତାଙ୍କୁ ଗାଁ ଡ୍ରାମାରେ ଅଭିନୟ କରିବା ପାଇଁ ଜଣେ ଡାକିଥିଲେ। ସେହି ନାଟକକୁ ହରେକୃଷ୍ଣ ମହତାବ ଦେଖି ଖୁସି ହୋଇ ମଣିଭଦ୍ରଙ୍କୁ ରସରାଜ ବୋଲି ସମ୍ବୋଧିତ କରିଥିଲେ। ସେହି ପ୍ରେରଣା ଯୋଗୁ ସେ ଚାକିରି ଛାଡି ଯାତ୍ରା ଦୁନିଆରେ ସାମିଲ ହୋଇଥିଲେ। ପ୍ରଥମେ ବାର୍ଷିକ ୬୦ ଟଙ୍କା ରୋଜଗାର କରିଥିଲେ। ଧୀରେ ଧୀରେ ଲୋକପ୍ରିୟତା ବଢ଼ିବାରେ ତାଙ୍କର ପାରିଶ୍ରମିକ ବୃଦ୍ଧି ପାଇଥିଲା। ୨୦୧୮ ବେଳକୁ ସେ ବାର୍ଷିକ ୧୦ ଲକ୍ଷ ଟଙ୍କା ପାଉଥିଲେ ବୋଲି କୁହନ୍ତି। ୨୦୧୭ ରେ ସ୍ତ୍ରୀ ସୁବର୍ଣ୍ଣମଣିଙ୍କ ପରଲୋକ ହୋଇଥିଲା। ତା’ପରେ ସେ ଅଲେଖ ମହିମା ଧର୍ମରେ ଦୀକ୍ଷିତ ହୋଇ ଅଭିନୟରୁ ସନ୍ନ୍ୟାସ ନେଇଥିଲେ। ଦୁଇ ପୁଅ ହୃଦାନନ୍ଦ, ସଦାନନ୍ଦ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ସାନପୁଅ ପଢ଼ିବା ବେଳେ କିଛି ଭୁଲ କରିବାରୁ ଦଣ୍ଡସ୍ବରୂପ ଆର୍ଥିକ ସହାୟତା ଦେବା ବନ୍ଦ କରିଦେଇଥିଲେ। ବଡପୁଅଙ୍କୁ ଜୀବନର ସମସ୍ତ ରୋଜଗାର ଅର୍ଥ ଦେଉଥିଲେ। ଅଭିନୟ ଛାଡିବା ପରେ ଘରେ ରହିବା ବେଳକୁ ଅର୍ଥାତ୍‌ ୨ ବର୍ଷ ପୂର୍ବେ ବଡପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସେତେବେଳେ ଏନେଇ ଥାନାରେ ମାମଲା ହୋଇଥିଲା। ବଡପୁଅଠାରୁ ଅଲଗା ହୋଇ କିଛିଦିନ ବାହାରେ ରହିବା ପରେ ସାନପୁଅ ନେଇ ତାଙ୍କୁ ଘରେ ରଖି ଯତ୍ନ ନେଉଥିଲେ। ମଣିଭଦ୍ର ତାଙ୍କୁ କେବେ କୌଣସି ଆର୍ଥିକ ସାହାଯ୍ୟ କରି ନ ଥିବାରୁ ସାନପୁଅ ଉପରେ ବୋଝ ନ ହେବାକୁ ସ୍ଥିର କରି ପାରାଦୀପର ଏହି ଜରାଶ୍ରମକୁ ଚାଲି ଆସିଥିବା କୁହନ୍ତି।
ଆଗକୁ କ’ଣ ହେବ କହିହେବନାହିଁ ବୋଲି ସେ ଭାବାବେଗର ସହ କହିଥିଲେ। ଏବେ ସରକାରୀ ଭତ୍ତା ବାବଦରେ ମାସିକ ୧୨ଶହ ଟଙ୍କା ଲେଖାଏ ପାଉଛନ୍ତି। ୪୮ ବର୍ଷ କଳାକାର ଜୀବନରେ ୧୫ରୁ ଅଧିକ ଅପେରା ସହ ସେ ଜଡ଼ିତ ରହିଛନ୍ତି। କଳାକାର ଜୀବନର ଶ୍ରେଷ୍ଠ ନାଟକ ‘ହାତୀ ନେ ଘୋଡ଼ା ନେ,ମୋ ପେଁକାଳି ବଜାଇ ଦେ’ ବୋଲି ଲୋକେ କହୁଥିବା ବେଳେ ‘ବାଜୁଛି ମୁରଲୀ ନାଚୁଛି ରାଧା’ ତାଙ୍କର ଶ୍ରେଷ୍ଠ ନାଟକ ବୋଲି ମଣିଭଦ୍ର କୁହନ୍ତି। କଥା ହେବା ବେଳେ ସେ ନିଜକୁ ଦୃଢ ବୋଲି କହୁଥିଲେ ହେଁ ମନ ଭିତରେ କୋହ ଥିଲା। କିଛି ସମୟ ପରେ ଜରାଶ୍ରମର ଗୋଟିଏ ଖଟରେ ବସି ଲୁହ ଗଡାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜରାଶ୍ରମର ସଭାପତି ସନ୍ତୋଷ ବେହେରା କୁହନ୍ତି, ୪ ଦିନ ତଳେ ସେ ଜଣେ କଳାକାରଙ୍କ ସହ ଏଠାକୁ ଆସି ରହିଛନ୍ତି। ପରିବାର ଓ ପିଲାମାନଙ୍କ ଅର୍ଥ ତାଡନା ତାଙ୍କୁ ବାଧିଛି ବୋଲି ସେ କୁହନ୍ତି। ଦିନେ ରଙ୍ଗମଞ୍ଚରେ ଅଭିନୟ ଦ୍ୱାରା ଦର୍ଶକଙ୍କୁ ହସାଉଥିବା ଏହି କଳାକାରଙ୍କ ପରିଣତ ବୟସର ଦୁଃଖ ଠିକ ନାଟକ କାହାଣୀ ପରି ଜଣାପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri