ଅଭିନୟରେ ହସାଉଥିଲେ, ଜରାଶ୍ରମରେ ଗୁମୁରି କାନ୍ଦୁଛନ୍ତି ମଣିଭଦ୍ର ବିଶ୍ୱାଳ

ପାରାଦୀପ,୩୧ା୧୦(ସ୍ବ.ପ୍ର.): ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି। ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ ମଣିଭଦ୍ର ବିଶ୍ୱାଳ(୮୨)। ସମୟ ଚକ୍ରରେ ଏବେ ସେ ପାରାଦୀପ ଉପକଣ୍ଠ ଗଡ ଗ୍ରାମରେ ଥିବା ରତ୍ନମାଳି ଜେମା ଜରାଶ୍ରମରେ ଆଶ୍ରୟ ନେଇଛନ୍ତି। ପରିଣତ ବୟସରେ ପରିବାର ଉପରେ ବୋଝ ହେବେନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ପ୍ରକୃତରେ ତାଙ୍କ ପୁଅମାନେ ବାପାଙ୍କୁ ଅଣଦେଖା କରିବାରୁ ସେ ଘର ଛାଡି ଏବେ ଜରାଶ୍ରମରେ ପହଞ୍ଚତ୍ବା ସୂଚନା ମିଳିଛି।
ମଣିଭଦ୍ରଙ୍କ ଘର ବାଲେଶ୍ୱର ଜିଲା ଓଳିଆପାଟଣା ଗ୍ରାମରେ। ସେ ମାଟ୍ରିକ ପାସ୍‌ ପରେ ଶିକ୍ଷକତା କରୁଥିଲେ। ସେତେବେଳେ ତାଙ୍କୁ ଗାଁ ଡ୍ରାମାରେ ଅଭିନୟ କରିବା ପାଇଁ ଜଣେ ଡାକିଥିଲେ। ସେହି ନାଟକକୁ ହରେକୃଷ୍ଣ ମହତାବ ଦେଖି ଖୁସି ହୋଇ ମଣିଭଦ୍ରଙ୍କୁ ରସରାଜ ବୋଲି ସମ୍ବୋଧିତ କରିଥିଲେ। ସେହି ପ୍ରେରଣା ଯୋଗୁ ସେ ଚାକିରି ଛାଡି ଯାତ୍ରା ଦୁନିଆରେ ସାମିଲ ହୋଇଥିଲେ। ପ୍ରଥମେ ବାର୍ଷିକ ୬୦ ଟଙ୍କା ରୋଜଗାର କରିଥିଲେ। ଧୀରେ ଧୀରେ ଲୋକପ୍ରିୟତା ବଢ଼ିବାରେ ତାଙ୍କର ପାରିଶ୍ରମିକ ବୃଦ୍ଧି ପାଇଥିଲା। ୨୦୧୮ ବେଳକୁ ସେ ବାର୍ଷିକ ୧୦ ଲକ୍ଷ ଟଙ୍କା ପାଉଥିଲେ ବୋଲି କୁହନ୍ତି। ୨୦୧୭ ରେ ସ୍ତ୍ରୀ ସୁବର୍ଣ୍ଣମଣିଙ୍କ ପରଲୋକ ହୋଇଥିଲା। ତା’ପରେ ସେ ଅଲେଖ ମହିମା ଧର୍ମରେ ଦୀକ୍ଷିତ ହୋଇ ଅଭିନୟରୁ ସନ୍ନ୍ୟାସ ନେଇଥିଲେ। ଦୁଇ ପୁଅ ହୃଦାନନ୍ଦ, ସଦାନନ୍ଦ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ସାନପୁଅ ପଢ଼ିବା ବେଳେ କିଛି ଭୁଲ କରିବାରୁ ଦଣ୍ଡସ୍ବରୂପ ଆର୍ଥିକ ସହାୟତା ଦେବା ବନ୍ଦ କରିଦେଇଥିଲେ। ବଡପୁଅଙ୍କୁ ଜୀବନର ସମସ୍ତ ରୋଜଗାର ଅର୍ଥ ଦେଉଥିଲେ। ଅଭିନୟ ଛାଡିବା ପରେ ଘରେ ରହିବା ବେଳକୁ ଅର୍ଥାତ୍‌ ୨ ବର୍ଷ ପୂର୍ବେ ବଡପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସେତେବେଳେ ଏନେଇ ଥାନାରେ ମାମଲା ହୋଇଥିଲା। ବଡପୁଅଠାରୁ ଅଲଗା ହୋଇ କିଛିଦିନ ବାହାରେ ରହିବା ପରେ ସାନପୁଅ ନେଇ ତାଙ୍କୁ ଘରେ ରଖି ଯତ୍ନ ନେଉଥିଲେ। ମଣିଭଦ୍ର ତାଙ୍କୁ କେବେ କୌଣସି ଆର୍ଥିକ ସାହାଯ୍ୟ କରି ନ ଥିବାରୁ ସାନପୁଅ ଉପରେ ବୋଝ ନ ହେବାକୁ ସ୍ଥିର କରି ପାରାଦୀପର ଏହି ଜରାଶ୍ରମକୁ ଚାଲି ଆସିଥିବା କୁହନ୍ତି।
ଆଗକୁ କ’ଣ ହେବ କହିହେବନାହିଁ ବୋଲି ସେ ଭାବାବେଗର ସହ କହିଥିଲେ। ଏବେ ସରକାରୀ ଭତ୍ତା ବାବଦରେ ମାସିକ ୧୨ଶହ ଟଙ୍କା ଲେଖାଏ ପାଉଛନ୍ତି। ୪୮ ବର୍ଷ କଳାକାର ଜୀବନରେ ୧୫ରୁ ଅଧିକ ଅପେରା ସହ ସେ ଜଡ଼ିତ ରହିଛନ୍ତି। କଳାକାର ଜୀବନର ଶ୍ରେଷ୍ଠ ନାଟକ ‘ହାତୀ ନେ ଘୋଡ଼ା ନେ,ମୋ ପେଁକାଳି ବଜାଇ ଦେ’ ବୋଲି ଲୋକେ କହୁଥିବା ବେଳେ ‘ବାଜୁଛି ମୁରଲୀ ନାଚୁଛି ରାଧା’ ତାଙ୍କର ଶ୍ରେଷ୍ଠ ନାଟକ ବୋଲି ମଣିଭଦ୍ର କୁହନ୍ତି। କଥା ହେବା ବେଳେ ସେ ନିଜକୁ ଦୃଢ ବୋଲି କହୁଥିଲେ ହେଁ ମନ ଭିତରେ କୋହ ଥିଲା। କିଛି ସମୟ ପରେ ଜରାଶ୍ରମର ଗୋଟିଏ ଖଟରେ ବସି ଲୁହ ଗଡାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜରାଶ୍ରମର ସଭାପତି ସନ୍ତୋଷ ବେହେରା କୁହନ୍ତି, ୪ ଦିନ ତଳେ ସେ ଜଣେ କଳାକାରଙ୍କ ସହ ଏଠାକୁ ଆସି ରହିଛନ୍ତି। ପରିବାର ଓ ପିଲାମାନଙ୍କ ଅର୍ଥ ତାଡନା ତାଙ୍କୁ ବାଧିଛି ବୋଲି ସେ କୁହନ୍ତି। ଦିନେ ରଙ୍ଗମଞ୍ଚରେ ଅଭିନୟ ଦ୍ୱାରା ଦର୍ଶକଙ୍କୁ ହସାଉଥିବା ଏହି କଳାକାରଙ୍କ ପରିଣତ ବୟସର ଦୁଃଖ ଠିକ ନାଟକ କାହାଣୀ ପରି ଜଣାପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri